ବହିଷ୍କୃତ ବିଜେପି ନେତାଙ୍କୁ ସର୍ବସାଧାରଣରେ ବେଜିତ କଲା ଦିଲ୍ଲୀ ପୋଲିସ!
Advertisement

ବହିଷ୍କୃତ ବିଜେପି ନେତାଙ୍କୁ ସର୍ବସାଧାରଣରେ ବେଜିତ କଲା ଦିଲ୍ଲୀ ପୋଲିସ!

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ବିଜେପିରୁ ବହିଷ୍କୃତ ହୋଇଥିବା ଦଳର ପୂର୍ବତନ ମୁଖପାତ୍ର ନବୀନ ଜିନ୍ଦଲ ପୁଣି ଥରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସକୁ ନିବେଦନ କରିଛନ୍ତି। ଜିନ୍ଦଲ କହିଛନ୍ତି ଯେ, ତାଙ୍କ ପରିବାର ବିପଦରେ ଅଛନ୍ତି।

ସୌ- ଟ୍ୱିଟର @naveenjindalbjp

ନୂଆଦିଲ୍ଲୀ: ବହିଷ୍କୃତ ବିଜେପି ନେତାଙ୍କୁ ଏକ ଶକ୍ତ ଝଟକା ଲାଗିଛି। ସର୍ବସାଧାରଣରେ ନବୀନ ଜିନ୍ଦଲଙ୍କୁ ବେଜିତ କରିଛି ଦିଲ୍ଲୀ ପୋଲିସ। ପୋଲିସ ଗାଡି ଉପରେ ପଥର ମାଡ କରାଯାଇଥିବା ନବୀନ ଜିନ୍ଦଲ ଦାବି କରିଥିଲେ। ଯାହାର ସ୍ପଷ୍ଟିକରଣରେ ଦିଲ୍ଲୀ ପୋଲିସ, ପୂର୍ବତନ ବିଜେପି ମୁଖପାତ୍ରଙ୍କ ଦାବିକୁ ଖଣ୍ଡନ କରିଛି। ରବିବାର ଦିଲ୍ଲୀ ପୋଲିସ ଟ୍ୱିଟ କରି କରି କହିଛି ଯେ, ନବୀନ ଜିନ୍ଦଲ ଦାବି କରିଥିଲେ ଯେ, ପିସିଆର ଭ୍ୟାନ ଉପରେ ପଥରମାଡ କରାଯାଇଛି। କିନ୍ତୁ ଏହା ମିଛ କଥା। ଗାଡିକୁ ପଥମାଡ କରାଯାଇନାହିଁ ବରଂ...

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ବିଜେପିରୁ ବହିଷ୍କୃତ ହୋଇଥିବା ଦଳର ପୂର୍ବତନ ମୁଖପାତ୍ର ନବୀନ ଜିନ୍ଦଲ ପୁଣି ଥରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସକୁ ନିବେଦନ କରିଛନ୍ତି। ଜିନ୍ଦଲ କହିଛନ୍ତି ଯେ, ତାଙ୍କ ପରିବାର ବିପଦରେ ଅଛନ୍ତି। କିନ୍ତୁ ଏଥିସହ ସ୍ଥାନୀୟ ଥାନାଧିକାରୀ ବିରୁଦ୍ଧରେ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଫଟୋ କ୍ଲିକ୍ କରିବା ପରେ ସେଠାରୁ ଚାଲିଯାଆନ୍ତି। ଯେତେବେଳେ ତାଙ୍କୁ ସୁରକ୍ଷା ବଢାଇବାକୁ କୁହାଯାଏ, ସେତେବେଳେ କର୍ମଚାରୀଙ୍କ ଅଭାବ ରହିଛି ବୋଲି ସେ ଉତ୍ତର ଦିଅନ୍ତି। 

Also Read: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ଜଗଦୀପ ଧନଖର ହେବେ NDA ପ୍ରାର୍ଥୀ

ରବିବାର ସକାଳ ୭ଟା ୫୨ରେ ନବୀନ ଜିନ୍ଦଲ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଘର ବାହାରେ ଛିଡା କରାଯାଇଥିବା ପୋଲିସ PCRର କାଚ ଭାଙ୍ଗି ଯାଇଛି। ଦିଲ୍ଲୀ ପୋଲିସ କମିଶନରଙ୍କୁ ଟ୍ୟାଗ୍ କରି ନବୀନ ଜିନ୍ଦଲ ଲେଖିଛନ୍ତି, 'ଇସଲାମିକ୍ ଜିହାଦୀମାନଙ୍କ ଦ୍ୱାରା ମୋ ପରିବାରର ଜୀବନ ବିପଦରେ ଅଛି। ମୁଁ ଏକ ମାସ ମଧ୍ୟରେ ପ୍ରମାଣ ସହିତ ଦିଲ୍ଲୀ ପୋଲିସକୁ ଅନେକ ଥର ଲିଖିତ ଭାବେ ଦେଇଛି। ମୋ ବାସଭବନରେ ଏକ PCR ଅଛି ଯେଉଁଥିରେ ଜଣେ କନଷ୍ଟେବଳ ଅଛନ୍ତି, ରାତିରେ ଜିହାଦୀମାନେ PCRର କାଚ ଭାଙ୍ଗି ଏକ ସନ୍ଦେସ ଦେଇଛନ୍ତି। ଦିଲ୍ଲୀ ପୋଲିସ ମୋର ଏବଂ ମୋ ପରିବାରର ସୁରକ୍ଷା ବ୍ୟବସ୍ଥା କରନ୍ତୁ।'

 

ତେବେ ନବୀନ ଜିନ୍ଦଲଙ୍କ ଟ୍ୱିଟକୁ ନେଇ ଦିଲ୍ଲୀ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି। ଦିଲ୍ଲୀ ପୋଲିସ ଏକ ଟୁଇଟ୍‌ରେ ଲେଖିଛି, 'କିଛି ମିଡିଆ ଚ୍ୟାନେଲ ଭୁଲ୍ ଖବର ପ୍ରଚାର କରୁଛି ଯେ, ନବୀନ ଜିନ୍ଦଲଙ୍କ ଘର ବାହାରେ ପଥରମାଡ କରାଯାଇଛି। ରାସ୍ତାରେ ଯାଉଥିବା ଗାଡିର ଚକରୁ ପଥର ଛିଟିକି ତାଙ୍କ ଘର ବାହାରେ ଛିଡା ହୋଇଥିବା PCR ଭ୍ୟାନର ପଛ କାଚ ଭାଙ୍ଗିଛି। ସମସ୍ତଙ୍କୁ ମିଥ୍ୟା ତଥ୍ୟ ପ୍ରଚାର ନକରିବାକୁ ପରାମର୍ଶ ଦିଆଯାଇଛି।' ଏହି ଟ୍ୱିଟରେ ଦିଲ୍ଲୀ ପୋଲିସ, PIBକୁ ଟ୍ୟାଗ କରିଛି।

Also Read: 'ଗୁଜୁରାଟ ଦଙ୍ଗାରେ ମୋଦିଜୀଙ୍କୁ ବଦନାମ କରିବା ପାଇଁ ସୋନିଆ ଖର୍ଚ୍ଚ କରିଥିଲେ କୋଟି କୋଟି ଟଙ୍କା'

ନବୀନ ଜିନ୍ଦଲ ଏହା ପୂର୍ବରୁ ଦିଲ୍ଲୀ ପୋଲିସକୁ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ଗତ ମାସରେ ଉଦୟପୁର ହତ୍ୟାକାଣ୍ଡ ପରେ ଜିନ୍ଦଲ ଦାବି କରିଥିଲେ ଯେ ତାଙ୍କ ପରିବାରକୁ ମଧ୍ୟ ହତ୍ୟା ଧମକ ମିଳିଛି। ଉଭୟ ନବୀନ ଜିନ୍ଦଲ ଏବଂ ନୁପୂର ଶର୍ମା ବିଜେପି ସହ ଜଡିତ ଥିଲେ। ଉଭୟ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହା ପରେ ଦେଶରେ ତଥା ବିଦେଶରେ ମଧ୍ୟ ବହୁତ ଅସନ୍ତୋଷ ଦେଖାଦେଇଥିଲା। ଏହା ପରେ ଭାରତୀୟ ଜନତା ପାର୍ଟି ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ନପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି।