BJP Rally Attacked: ପୁଣି ବିଜେପି ଶୋଭାଯାତ୍ରା ଉପରେ ବୋମା ମାଡ
Advertisement
Article Detail0/zeeodisha/odisha1347447

BJP Rally Attacked: ପୁଣି ବିଜେପି ଶୋଭାଯାତ୍ରା ଉପରେ ବୋମା ମାଡ

West Bengal Politics: ପଶ୍ଚିମବଙ୍ଗ (West Bengal)ର କୁଚବିହାର ଜିଲ୍ଲାର ସିତଲକୁଚି ଠାରେ ଭାରତୀୟ ଜନତା ପାର୍ଟି (BJP)ର ଶୋଭାଯାତ୍ରାରେ (Rally) ଉପରେ ଆକ୍ରମଣ ଓ ବୋମା ବିସ୍ଫୋରଣ ହୋଇଥିବା ଖବର ଆସିଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରତୀକାତ୍ମକ

West Bengal Politics: ପଶ୍ଚିମବଙ୍ଗ (West Bengal)ର କୁଚବିହାର ଜିଲ୍ଲାର ସିତଲକୁଚି ଠାରେ ଭାରତୀୟ ଜନତା ପାର୍ଟି (BJP)ର ଶୋଭାଯାତ୍ରାରେ (Rally) ଉପରେ ଆକ୍ରମଣ ଓ ବୋମା ବିସ୍ଫୋରଣ ହୋଇଥିବା ଖବର ଆସିଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ଅଶାନ୍ତି ହେତୁ ବହୁ ସଂଖ୍ୟକ ପୋଲିସ ଫୋର୍ସ (Police Force) ମୂତୟନ କରାଯାଇଛି। ଏହି ଆକ୍ରମଣ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଏଠାରେ କହିରଖୁଛୁ ଯେ, ସେପ୍ଟେମ୍ବର ୧୩ରେ ହେବାକୁ ଥିବା ବିଜେପିର 'ନବାନ୍ନ ଚଲୋ' ଅଭିଯାନକୁ ଦୃଷ୍ଟିରେ ରଖି ରବିବାର ଦିନ ସୀତଲକୁଚିରେ 'ଚୋର ଧରୋ, ଜେଲ୍ ଭରୋ' ଶୋଭାଯାତ୍ରା ବାହାର କରାଯାଇଥିଲା। ସେହି ଶୋଭାଯାତ୍ରା ଉପରେ ଆକ୍ରମଣ (Attack) କରାଯାଇଥିଲା। ତେବେ ଟିଏମସି ଏହି ଅଭିଯୋଗକୁ ଅସ୍ୱୀକାର କରିଛି।

ସ୍ଥାନୀୟ ସୂତ୍ରରୁ ପ୍ରକାଶ, ପୂର୍ବରୁ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ରବିବାର ଦିନ ବିଜେପି ଏକ ଶୋଭାଯାତ୍ରାର ଆୟୋଜନ କରିଥିଲା। ଦଳର ନେତା ତଥା ସମର୍ଥକ ମାନେ ଏହି ଶୋଭାଯାତ୍ରାରେ ସ୍ଲୋଗାନ ଦେଇଥିଲେ ଏବଂ ୧୩ ସେପ୍ଟେମ୍ବରରେ ନାବନ୍ନ ଅଭିଯାନକୁ ସଫଳ କରିବା ପାଇଁ ବୟାନବାଜି କରୁଥିଲେ। ଏହି ସମୟରେ ସେମାନଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ବିଜେପି ଅଭିଯୋଗ କରିଛି ଯେ, ତୃଣମୂଳ କଂଗ୍ରେସ ସେମାନଙ୍କ ଶୋଭାଯାତ୍ରାରେ ଆକ୍ରମଣ କରିଛି। ବିଜେପି ଅଭିଯୋଗ କରିଛି ଯେ, ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ବିଜେପି କର୍ମଚାରୀଙ୍କ ଉପରେ ଠେଙ୍ଗାବାଡ଼ି ବ୍ୟବହାର କରାଯାଇଥିଲା। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରେ ରଖି ସେଠାରେ ଥିବା ପୋଲିସ ଷ୍ଟେସନ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଉତ୍ତେଜନା ବୃଦ୍ଧି ପାଇଛି।

ବିଜେପି ଅଭିଯୋଗ କରିଛି ଯେ, ତାଙ୍କ ରାଲିକୁ ଭଣ୍ଡୁର କରିବା ପାଇଁ ତୃଣମୂଳ କଂଗ୍ରେସ ଦ୍ବାରା ଆକ୍ରମଣ କରାଯାଇଥିଲା। ତେବେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୋଲିସର ଉପସ୍ଥିତି ସତ୍ତ୍ବେ ପରିସ୍ଥିତି କିପରି ନିୟନ୍ତ୍ରଣ ବାହାରକୁ ଚାଲିଗଲା? ଏଠାରେ କହିରଖୁଛି ଯେ, ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସିତଲକୁଚି ଚର୍ଚ୍ଚାରେ ରହିଥିଲା। ମତଦାନ ଦିନ ମତଦାନ ବୁଥ ଲୁଟିବାକୁ ଉଦ୍ୟମ ହୋଇଥିଲା। ସେତେବେଳେ CRPF କର୍ମଚାରୀ ଭିଡ଼ ଉପରକୁ ଗୁଳି ଚଳାଇଥିଲେ। ସେହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସିଆଇଡି ସେହି ଘଟଣାର ଯାଞ୍ଚ କରୁଛି। ଏହା ବିରୋଧରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏତେ ସବୁ ବିଶୃଙ୍ଖଳା ଘଟୁଥିବା ସତ୍ତ୍ବେ ପଶ୍ଚିମବଙ୍ଗରେ କାହିଁକି ପ୍ରଶାସନ ଦୃଢ ପଦକ୍ଷେପ ନେଉନାହିଁ ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି?