ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ କ୍ରମାଗତ ଭାବେ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଉଛି। ଏବେ ଏହି ପ୍ରସଙ୍ଗରେ ସଂସଦରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ-ବିରୋଧି ବିଜେପି-କଂଗ୍ରେସ।   


COMMERCIAL BREAK
SCROLL TO CONTINUE READING

ଚଳିତ ମାସ ୧ ତାରିଖରେ ସଂସଦରେ ଆଗତ ହୋଇଥିବା ୨୦୨୧ ଆର୍ଥିକ ବର୍ଷର ବଜେଟ (Union Budget 2021) ଉପରେ ଲୋକସଭାରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)। ଏନେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ (Prime Minister Kisan Samman Nidhi Scheme) ଯୋଜନା କାର୍ଯ୍ୟକାରୀ  ହେବା ଦିନ ଠାରୁ ଦେଶର ୧୦.୭୫ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୧୫ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।


Also Read: ବଦଳିଲା ବଜେଟ ପେଡି; ସୁଟକେସ, ପୁଟୁଳି ପରେ Made in India Tablet


 


କୃଷି ଆଇନ ପ୍ରସଙ୍ଗରେ ବିରୋଧି ପକ୍ଷଙ୍କୁ ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଏ ପ୍ରସଙ୍ଗରେ କଂଗ୍ରେସ ନେତା  ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଟାର୍ଗେଟ କରି କହିଛନ୍ତି, "ମୁଁ ଭାବିଲି ଯେ କୃଷି ଆଇନର ଏକ ଭାଗ ହଟାଇ ରାହୁଲ ଗାନ୍ଧୀ ସଂସଦରେ କହିବେ  ଏହା ଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବେ ହେଲ ଆମେ ଏହାକୁ ସମର୍ଥନ କରିବୁ ନାହିଁ। ସେ ଏହି ନୂଆ କେନ୍ଦ୍ରୀୟ କୃଷି ଆଇନକୁ କୃଷକ ବିରୋଧି ଭାବେ ଦର୍ଶାଉଛନ୍ତି। ହେଲେ ପ୍ରକୃତରେ ଏହା ନୁହେଁ। ରାହୁଲ ଗାନ୍ଧୀ କୃଷ ଆଇନରେ କ’ଣ ଅଭାବ ରହିଛି ତାହା କହିବା ଆବଶ୍ୟକ। 


ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାହୁଲ ଗାନ୍ଧୀଙ୍କ ଆମେ ଦୁଇ ଆମର ଦୁଇ" ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଗୋଟିଏ ଦଳ ସରକାରରେ ଜଣେ ଜ୍ୱାଇଁଙ୍କୁ ବିଭିନ୍ନ ରାଜ୍ୟ ୟଥା ରାଜସ୍ଥାନ, ହରିୟାଣାରେ ଜମି ପ୍ରଦାନ କରାଯାଇଥିଲେ। ମୁଁ ଆପଣଙ୍କୁ ଏହାର ସବିଶେଷ ବିବରଣୀ ଦେଇପାରେ  ଦୁଇଜଣ ଲୋକ ଗୋଟିଏ ଦଳକୁ ପରିଚାଳିତ କରୁଛନ୍ତି। ବାକି ଦୁଇ ଜଣ ଅନ୍ୟ କାମ କରୁଛନ୍ତି। ହେଲେ ଆମ ଦଳ ଏହା କରେ ନାହିଁ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ହେଉଛି ଏହାର ଟ୍ରେଲର।  ଏହି ଯୋଜନା ଅଧିନରେ ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ ସହଯୋଗ କରାଯାଇଥିଲା।


Also Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ?


 


ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସ ପୂର୍ବରୁ କୃଷି ଆଇନକୁ କାହିଁକି ସମର୍ଥନ କରିଥିଲା ​ହେଲେ ଏବେ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ବଦଳାଇଛି। କୃଷକଙ୍କୁ ଏପରି ଜ୍ଞାନ ଦେଇଥିବା କଂଗ୍ରେସ ଅନେକ ରାଜ୍ୟରେ ନିର୍ବାଚନରେ ​​ଜିତିବା କୃଷକଙ୍କୁ କୃଷି ଋଣ  ଦେବାକୁ କହୁଥିଲା ହେଲେ ମଧ୍ୟପ୍ରଦେଶରେ ଏହା ଲାଗୁ ହୋଇ ପାରିନଥିଲା। କଂଗ୍ରେସ ଭୋଟ୍ ହାତେଇବା ପରେ ଚାଷୀଙ୍କୁ ବିଭ୍ରାନ୍ତ କରିଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଆଦି ରାଜ୍ୟରେ କଂଗ୍ରେସ ଋଣ ଛାଡ଼ କରିନାହିଁ। କଂଗ୍ରେସ ଏ ସମ୍ପର୍କରେ ପଦୁଟିଏ କହିନାହିଁ। ସେମାନେ ଏ ପ୍ରସଙ୍ଗରେ ସେମାନଙ୍କ ବିବୃତ୍ତି ରଖିବେ ବୋଲି ଆଶା କରାଯାଉଥିଲା ହେଲେ ତାହା ହୋଇନାହିଁ। ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ସରକାର ଚାଷୀଙ୍କୁ ପାଳ ଜଳାଇବା ପ୍ରସଙ୍ଗରେ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବେ ହେଲେ ତାହା ହୋଇପାରି ନାହିଁ।


Also Read: Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର


ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପରେ ହୋଇଥିବା ଆଲୋଚନା ଉପରେ ଜବାବ ରଖି କହିଛନ୍ତି ଏହି ବଜେଟ୍ ନୀତି ଉପରେ ଆଧାରିତ। ଆମେ ଅର୍ଥନୀତି ଖୋଲି ଅନେକ ସଂସ୍କାର ଆଣିଛୁ। ଭାରତ, ଭାରତୀୟ ବ୍ୟବସାୟ ଏବଂ ଅର୍ଥନୀତିର ଶକ୍ତି ଉପରେ ବିଜେପି ନିରନ୍ତର ବିଶ୍ୱାସ କରୁଥିଲା। ଜନସଂଘ ଠାରୁ ଏହା ଚାଲିଆସୁଛି। ଭାରତୀୟ ଉଦ୍ୟୋଗର ଯୋଗ୍ୟତା ଆମେ ଦେଇଥିଲୁ।


Also Read: EXCLUSIVE: ବଜେଟ-ବାହାନା-ବାସ୍ତବ


 


ଚଳିତ କେନ୍ଦ୍ରୀୟ ବଜେଟରେ ନିଆଯାଇଥିବା ପଦକ୍ଷେପ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ଦିଷ୍ଟ। କୋରୋନା ମହାମାରୀ ସତ୍ତ୍ୱେ ସରକାର ଦେଶର ଦୀର୍ଘମିଆଦି ଲକ୍ଷ୍ୟ ହାସଲ କରିବାକୁ ଆଗେଇ ଆସିଛନ୍ତି। ଏନେଇ କରାଯାଇଥିବା ସଂସ୍କାର ଦେଶକୁ ବିଶ୍ୱ ଅର୍ଥନୀତିରେ ପରିଣତ କରିବ।