Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର
Advertisement
Article Detail0/zeeodisha/odisha839259

Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର

ଶତ୍ରୁ ପକ୍ଷ ପଟୁ ଆସିବାକୁ ଥିବା ସମସ୍ତ ସାମ୍ଭାବ୍ୟ ବିପଦର ମୁକାବିଲା କରିବା ଲାଗି ପ୍ରତିରକ୍ଷା ବ୍ୟୟ ଭାର ବଢିପାରେ। 

Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର

ନୂଆଦିଲ୍ଲୀ: ଗତ ବର୍ଷ ଦେଶର ଅର୍ଥ ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରଖିଥିବା କୋରୋନା ସଂକଟ ଆଉ ପ୍ରତିଦ୍ୱନ୍ଦୀ ପଡୋଶୀ ଚୀନ ସହ ମୁହାମୁହିଁ ହେବା ପରେ ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିବା ଉପରେ  ଗୁରୁତ୍ୱାରୋପ କରିଛନ୍ତି ଭାରତ ସରାକାର। ଶତ୍ରୁ ପକ୍ଷ ପଟୁ ଆସିବାକୁ ଥିବା ସମସ୍ତ ସାମ୍ଭାବ୍ୟ ବିପଦର ମୁକାବିଲା କରିବା ଲାଗି ପ୍ରତିରକ୍ଷା ବ୍ୟୟ ଭାର ବଢିପାରେ। 

କୋରୋନା ସଂକଟ ପରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଗତ ହେଉଥିବା କେନ୍ଦ୍ରୀୟ ବଜେଟ ଉପରେ ରହିଛି ସମଗ୍ର ଦେଶର ନଜର। ହେଲେ ଏଥର ପ୍ରତିରକ୍ଷା କ୍ଷେତ୍ର ଲାଗି ବ୍ୟୟ ଭାର ବଢିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଗତ ବର୍ଷ ଜୁନ ୧୫-୧୬ ତାରିଖ ମଧ୍ୟ ରାତ୍ରୀରେ ଚୀନ ସେନା ସହ ହୋଇଥିବା ସଂଘର୍ଷ ପରେ ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିବାକୁ ଏବେ ଏକ ପ୍ରକାର ବାଧ୍ୟ ହୋଇଛନ୍ତି ଭାରତ ସରକାର।

Also Read: Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC

ଗତବର୍ଷ ଚୀନର ପ୍ରତିରକ୍ଷା ବଜେଟ ରହିଥିଲା ୧୭୯ ବିଲିୟନ ଆମେରିକୀୟ ଡଲାର। ଯାହା ଭାରତ ତୁଳନାରେ ୩ ଗୁଣା ଅଧିକ। ଷ୍ଟକହୋମସ୍ଥିତ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ- ଏସଆଇପିଆରଆଇ (Stockholm International Peace Research Institute-SIPRI) ଅନୁଯାୟୀ ୨୦୧୯ରେ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ପାଖାପାଖି ୨୪୦ ବିଲିୟନ ଡଲାର୍ ଥିଲା। ଚୀନ୍ ସହିତ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରତିରକ୍ଷା ବଜେଟ୍ ବଢାଇବା ନେଇ ଆଶା କରାଯାଉଛି। 

ଆଜିର ଆଧୁନିକ ଯୁଗରେ ଯୁ୍ଦ୍ଧ ଲଢିବାର କୌଶଳ ମଧ୍ୟ ବଦଳିଗଲାଣି। ଏହାକୁ ନଜରରେ ରଖି ସୈନ୍ୟ ବାହିନୀର ଆଧୁନୀକିକରଣ କରିବା ପାଇଁ ବେଶ ଲମ୍ବା ସମୟ ଧରି ଦାବି କରାଯାଉଛି। ଯଦି ଏହାକୁ କାର୍ଯ୍ୟକାରୀ  କରିବା ଉପରେ ପଦକ୍ଷେପ ନିଆଯାଇ ତାହେଲେ ସରକାରଙ୍କୁ ବେଶ ମୋଟା ଅଙ୍କର ଅର୍ଥ ସରକାରୀ ରାଜକୋଷରୁ ଖର୍ଚ୍ଚ କରିବାକୁ ପଡିବ। ଭାରତୀୟ ସେନାକୁ ଏବେ ସଂଖ୍ୟା ବଳ ବଢାଇବା ତୁଳନାରେ ଏବେ ଟେକ୍ନୋଲୋଜି ଉପରେ ସାମରିକ ନିର୍ଭରଶୀଳତା ବୃଦ୍ଧି କରିବାର ଆବଶ୍ୟକତା ରହିଛି।   

Also Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ?

ପ୍ରତିରକ୍ଷା ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ସେହି ଦେଶର ସେନାବାହିନୀ ବିଜୟ ଲାଭ କରିବ ଯାହାର ନୌସେନା ଶକ୍ତିଶାଳୀ ହେବ। ଏଭଳି ପରିସ୍ଥିତିରେ ଭାରତ ମଧ୍ୟ ନିଜର ଜଳ ସେନାକୁ ଶକ୍ତିକୁ ବଢାଇବା ଆବଶ୍ୟକୀୟ ହୋଇପଡିଛି। ଭାରତ ମହାସାଗରରେ ଚୀନ୍‌ ପକ୍ଷରୁ  ଆସୁଥିବାସ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୌସେନାକୁ ମଜବୁତ କରିବାର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ବଜେଟରେ ସରକାର କେଉଁ ଦିଗରେ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ଦେଶର ନଜର। ପାକିସ୍ତାନ ସହିତ ଦୀର୍ଘ ଦିନ ଧରି ଚାଲିଥିବା ତିକ୍ତତା କାରଣରୁ ସେନାକୁ ଏକ ସମୟରେ ୨ଟି ଯୁଦ୍ଧ କରିବାକୁ ପଡିପାରେ।

Also Read: ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ ବଜେଟ ସମ୍ପର୍କିତ ୧୦ ଗୁରୁତ୍ୱପୂର୍ଣ୍ଣ କଥା...

 

ଗତ ସାଧାରଣ ବଜେଟରେ ଅର୍ଥାତ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୪ ଲକ୍ଷ ୭୧ ହଜାର ୩୭୮ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। ଯେଉଁଥିରେ ସୁରକ୍ଷା ବାହିନୀର ଦରମା, ପୂର୍ବତନ କର୍ମଚାରୀଙ୍କ ପେନସନ୍, ସେନା ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ, ଅନୁସନ୍ଧାନ ଇତ୍ୟାଦି କାର୍ଯ୍ୟରେ ଖର୍ଚ୍ଚ ହୋଇଥିଲା। ଯାହାର ପରିମାଣ ଦେଶର ମୋଟ ଜିଡିପିର ପ୍ରାୟ ୨ ପ୍ରତିଶତ।