ରାଷ୍ଟ୍ରହିତ ପାଇଁ ଶସ୍ତା ରାଜନୀତି ଛାଡନ୍ତୁ ରାହୁଲ ଗାନ୍ଧୀ: ଅମିତ ଶାହ
Advertisement
Article Detail0/zeeodisha/odisha698935

ରାଷ୍ଟ୍ରହିତ ପାଇଁ ଶସ୍ତା ରାଜନୀତି ଛାଡନ୍ତୁ ରାହୁଲ ଗାନ୍ଧୀ: ଅମିତ ଶାହ

ରାଷ୍ଟ୍ରହିତ ପାଇଁ ରାହୁଲ ଗାନ୍ଧୀ ଶସ୍ତା ରାଜନୀତି ଛାଡନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |

ରାଷ୍ଟ୍ରହିତ ପାଇଁ ଶସ୍ତା ରାଜନୀତି ଛାଡନ୍ତୁ ରାହୁଲ ଗାନ୍ଧୀ: ଅମିତ ଶାହ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଜୁନ ୧୫-୧୬ ମଧ୍ୟରାତ୍ରୀରେ ଭାରତ-ଚୀନ ମଧ୍ୟରେ ସାମରିକ ସଂଘର୍ଷ ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ଏ ପ୍ରସଙ୍ଗରେ ତାଙ୍କୁ ଜବାବ ଦେଇଛନ୍ତି କେଦ୍ର ଗୃହମନ୍ତ୍ରୀ ଅମିତ ଶାହ | ରାଷ୍ଟ୍ରୀୟ ସଂକଟ ବେଳେ ଏକତା ଦେଖାଇବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି| 

ଲଦାଖ ବିବାଦ ଘଟଣାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ଟାର୍ଗେଟ ରାହୁଲ ଗାନ୍ଧୀ | ଏନେଇ ମତ ରଖି ସେ କହିଛନ୍ତି, ଭାରତ ଅଧିନସ୍ଥ ଅଞ୍ଚଳକୁ ଚୀନକୁ ସମର୍ପଣ କରିଛନ୍ତି ଭାରତ ସରକାର | ଯଦି ତାହା ଚୀନ ଅଧିନସ୍ଥ କ୍ଷେତ୍ର, ତାହେଲେ କାହିଁକି ଆମର ୨୦ ସୈନିକଙ୍କୁ ହତ୍ୟା କରାଯାଇଥିଲା | 

ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ରାଷ୍ଟ୍ରହିତ ପାଇଁ ଶସ୍ତା ରାଜନୀତିକୁ ଛାଡନ୍ତୁ ରାହୁଲ ଗାନ୍ଧୀ | ଜାତୀୟ ସଂକଟ ବେଳେ ଏକତା ଦେଖାଇବା ଆବଶ୍ୟକ | ଏହା ସହିତ ଲଦାଖ ଘଟଣାରେ ଆହତ ହୋଇଥିବା ଜଣେ ସୈନିକଙ୍କ ପିତା ଦେଇଥିବା ବୟାନର ଭିଡିଓକୁ ଟ୍ୱିଟ କରିଛନ୍ତି ସେ |

ଏହି ଭିଡିଓରେ ସମ୍ପୃକ୍ତ ସୈନିକଙ୍କ ପିତା କହିଛନ୍ତି, "ଭାରତୀୟ ଆର୍ମି ଏକ ମଜବୁତ ସେନା | ଚୀନ କ'ଣ ବିଶ୍ୱର କୌଣସି ଦେଶର ସେନା ସହ ଯୁଦ୍ଧସ କରି ତାକୁ ପରାସ୍ତ କରିବାର କ୍ଷମତା ରଖିଛି ଭାରତୀୟ ସେନା | ମୁଁ ରାହୁଲ ଗାନ୍ଧୀଙ୍କୁ କହି ରଖିବାକୁ ଚାହେଁ  ଏପରି ସମ୍ବେଦଳଶୀଳ ମାମଲାରେ ରାଜନୀତି କରୁନ୍ତୁ ନାହିଁ | " 

ଚୀନ ସହ ସାମରିକ ସଂଘର୍ଷ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକରେ ଡାକିଥିଲେ | ଏ ଘଟଣାରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ, " ଭାରତ ସୀମାରେ କେହି ପ୍ରବେଶ କରିନାହାଁନ୍ତି | ଯେଉଁମାନେ ଭାରତ ମାତାକୁ ଆଖି ଦେଖାଇଥିଲେ ସେମାନଙ୍କୁ ଜବାବ ଦେଇଛନ୍ତି ଭାରତୀୟ ସେନାର ବାହାଦୂର ଜବାନ | " 

ଏହି ବୈଠକରେ ଯୋଗ ଦେଇ ସୋନିଆ ଗାନ୍ଧୀ ଲଦାଖ ମାମଲାରେ ପ୍ରଶ୍ନ ଉଠାଇ କହିଛନ୍ତି ସରକାର ତାଙ୍କୁ ଅନ୍ଧାରରେ ରଖିଛନ୍ତି | ଦେଶର ସର୍ବ ପୁରାତନ ଦଳ କଂଗ୍ରେସକୁ ଛାଡି ବାକି ସମସ୍ତ ବିରୋଧି ଦଳ ଏ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି |