କୋରୋନା (Corona Virus) ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ସରକାର କେତେକ କ୍ଷେତ୍ରରେ ଏଥର କାଣ୍ଟଛାଣ୍ଟ କରିପାରନ୍ତି। ପାକିସ୍ତାନ ଓ ଚୀନର ଯୁଦ୍ଧଂଦେହି ଡାକରା ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ଏଥର ସରକାର ବଜେଟରେ କେତେକାଂଶରେ ଅଙ୍କୁଶ ଲଗାଇ ପାରନ୍ତି।
Trending Photos
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। କୋରୋନା ମାଡ଼ରେ ଦେଶର ଅର୍ଥନୀତି ଦୋହଲି ପଡ଼ିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଜାତୀୟ ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟ କହିଛି। ଅନ୍ୟପଟେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF ଭାରତର ଅଭିବୃଦ୍ଧି ହାର ୨୦୨୧ରେ ୧୧.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି। ପ୍ରକୃତରେ ଏହା କେତେ ସତ?
ଫେବ୍ରୁଆରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ ବଜେଟ୍ (Budget 2021-22)। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) ଙ୍କ ଏହି ବଜେଟ୍ ନରେନ୍ଦ୍ର ମୋଦି (PM Modi) ଓ ଅମିତ ଶାହ (Amit Shah) ଙ୍କ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ଆର୍ଥିକ ମାନ୍ଦାବସ୍ଥା, ବଜାର ଅବସ୍ଥା, ଚାହିଦା ନିଅଣ୍ଟ, ରାଜନୈତିକ ଅସ୍ଥିରତା, ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କୋରୋନା (Corona Virus) ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ସରକାର କେତେକ କ୍ଷେତ୍ରରେ ଏଥର କାଣ୍ଟଛାଣ୍ଟ କରିପାରନ୍ତି। ପାକିସ୍ତାନ ଓ ଚୀନର ଯୁଦ୍ଧଂଦେହି ଡାକରା ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ଏଥର ସରକାର ବଜେଟରେ କେତେକାଂଶରେ ଅଙ୍କୁଶ ଲଗାଇ ପାରନ୍ତି।
Also Read: ବଜେଟ ୨୦୨୧-୨୨: ଜାଣନ୍ତୁ କଣ ହେବ ଶସ୍ତା, କଣ ହେବ ମହଙ୍ଗା ?
ସେହିପରି ସ୍ୱାସ୍ଥ୍ୟ, MSME ଭଳି କେତେକ କ୍ଷେତ୍ରକୁ ସରକାର ଏଥର ବଜେଟରେ ଅଧିକ ଫୋକସ୍ ଦେଇପାରନ୍ତି। କାରଣ, ବର୍ତ୍ତମାନ ସରକାରଙ୍କ ମୁଖ୍ୟ ଫୋକସ୍ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିର ମେରୁଦଣ୍ଡକୁ ସଜାଡ଼ିବା। ବଜାରରେ ପୁଣି ଥରେ ଦ୍ରବ୍ୟର ଚାହିଦା ସୃଷ୍ଟି କରିବା। ସେଥିପାଇଁ ଟ୍ୟାକ୍ସ କ୍ଷେତ୍ରରେ ରିହାତି ଦେବା ଆଳରେ ଜନସାଧାରଣଙ୍କ ହାତରେ ସରକାର କିଛି ଅର୍ଥ ଦେବାକୁ ଏଥର ପ୍ରୟାସ କରିବେ। ଏସବୁ କରିବାକୁ ହେଲେ ରାଜ୍ୟଗୁଡ଼ିକର ଅର୍ଥନୀତିକୁ ସୁଧାରିବାକୁ ପଡ଼ିବ। ଆଉ ଏହାକୁ ସୁଧାରିବା ପାଇଁ ଅର୍ଥ ସୁପାରିସ କରିବେ ଅର୍ଥ କମିଶନ। ତେଣୁ ପଞ୍ଚଦଶ ଅର୍ଥ କମିଶନରେ ରାଜ୍ୟଗୁଡ଼ିକ ମଧ୍ୟ କେନ୍ଦ୍ରୀୟ କରର ପ୍ରାପ୍ୟ ଅଂଶ ଦାବି କରିବା ସ୍ୱାଭାବିକ କଥା।
ସଂଘୀୟ ବ୍ୟବସ୍ଥା (Federal system) ରେ ରାଷ୍ଟ୍ରୀୟ ସମ୍ପତ୍ତି (National Assets) ର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁବଣ୍ଟନ ଉଭୟ କେନ୍ଦ୍ର ଓ ରାଜ୍ୟ ଅର୍ଥନୀତି ପାଇଁ 'କୋରାମିନ ଇଞ୍ଜେକ୍ସନ୍' ସଦୃଶ। ସେଥିପାଇଁ କେନ୍ଦ୍ରୀୟ କରରେ ରାଜ୍ୟଗୁଡ଼ିକର ଯେଉଁ ୪୧ ପ୍ରତିଶତ ଅଂଶଧନ ରହିଛି, ତାହା ସମାନ ରହିପାରେ କିମ୍ୱା ସଙ୍କୁଚିତ କରାଯାଇପାରେ। କାରଣ, ଏଥର କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ସାଧାରଣ ଜନତା। ସେମାନଙ୍କୁ ଖୁସି କରିବାକୁ ଏବଂ ମାର୍କେଟର ମାନ୍ଦାବସ୍ଥା ଦୂର କରିବାକୁ ସରକାର କରରେ ରିହାତି ଦେବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାଧୀନତା କିଛି ପରିମାଣରେ କମ୍ ହୋଇପାରେ।
Also Read: Economic Survey Report 2020-21: ଇନଫ୍ରା, ଇନଭେଷ୍ଟମେଣ୍ଟକୁ ନେଇ ରାଷ୍ଟ୍ରପତି ଦେଲେ ଏଭଳି ତଥ୍ୟ
ଏବେ ଓଡ଼ିଶା କଥା ବିଚାରକୁ ନିଆଯାଉ। ଯଦି କେନ୍ଦ୍ର ସରକାର ବଜେଟରେ କାଣ୍ଟଛାଣ୍ଟ କରନ୍ତି, ତେବେ ଓଡ଼ିଶାକୁ ମିଳିବାକୁ ଥିବା ପ୍ରାପ୍ୟ ଅଂଶ ମଧ୍ୟ ହ୍ରାସ ପାଇବ। ୨୦୨୦-୨୧ ଆର୍ଥିକ ବର୍ଷ ଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପାଉଥିବା କେନ୍ଦ୍ରୀୟ ଅନୁଦାନ କମି ଯାଇପାରେ। ମିଳିଥିବା ତଥ୍ୟାନୁସାରେ, ତ୍ରୟୋଦଶ ଅର୍ଥ କମିଶନ ଓଡ଼ିଶା ପାଇଁ ୫୯ ହଜାର ୩୧୬ କୋଟିର କେନ୍ଦ୍ରୀୟ ଅନୁଦାନ ଦେଇଥିଲେ। ଏହାପରେ ଚତୁର୍ଦ୍ଦଶ ଅର୍ଥ କମିଶନ ରାଜ୍ୟ ପାଇଁ ୧.୮୪ ଲକ୍ଷ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଥିଲେ। ୨୦୧୫-୨୦ ବର୍ଷ ପାଇଁ ପ୍ରଯୁଜ୍ୟ ଥିବା ଅର୍ଥରାଶି ତ୍ରୟୋଦଶ ଅର୍ଥ କମିଶନ ଦେଇଥିବା ଅର୍ଥ ତୁଳନାରେ ୧୬୫% ଅଧିକ ଥିଲା। କିନ୍ତୁ କେନ୍ଦ୍ର ସରକାର ଦେଇଥିବା ଏହି ବର୍ଦ୍ଧିତ ଅର୍ଥ ରାଜ୍ୟର ମୌଳିକ ଆବଶ୍ୟକତା ଓ କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂରଣ କରିବାରେ ସମର୍ଥ ହୋଇ ନ ଥିଲା।
ସେହିପରି ଗତଥର ପଞ୍ଚଦଶ ଅର୍ଥ କମିଶନ ୪୧ ପ୍ରତିଶତ ଅର୍ଥ ସୁପାରିସ କରିଥିଲେ। ଫଳରେ ପୂର୍ବ ଅର୍ଥକୁ ତୁଳନା କଲେ ରାଜ୍ୟ ସରକାର ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷତି ସହିଥିଲେ। ଏ ବର୍ଷ ଯଦି କେନ୍ଦ୍ର ବଜେଟରେ କିଛି ଅଙ୍କୁଶ ଲାଗିଲା, ତେବେ ଏହାର ପ୍ରଭାବ ରାଜ୍ୟ ଅନୁଦାନ ଉପରେ ନିହାତି ପଡ଼ିବ। ତେବେ କେନ୍ଦ୍ର ଅର୍ଥ କମିଶନ ୪ଟି ଆଧାରରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଦେଇଥାନ୍ତି। ସେଗୁଡ଼ିକ ହେଲା ଜନସଂଖ୍ୟା, କ୍ଷେତ୍ରଫଳ, ଆୟର ପ୍ରଭେଦ ଓ ଜଙ୍ଗଲ ଆୟତନ। ଏହି କ୍ଷେତ୍ରଗୁଡ଼ିକ ଓଡ଼ିଶା କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ହକଦାର୍ ଥିବା ସତ୍ତ୍ୱେ ଚତୁର୍ଦ୍ଦଶ ଅର୍ଥ କମିଶନ ନିମ୍ନଲିଖିତ କ୍ଷେତ୍ରରେ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରିଥିଲେ।
Also Read: ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ବିରୋଧୀ
୧) ଜଙ୍ଗଲ ନିରାପତ୍ତା ପାଇଁ ମିଳୁଥିବା ଅର୍ଥ ବନ୍ଦ ହୋଇଯିବା
୨) ରାସ୍ତା ଓ ପୋଲ ମରାମତି ଲାଗି ଆସୁଥିବା ଅର୍ଥ ବନ୍ଦ ହୋଇଯିବା
୩) ଶିକ୍ଷା କ୍ଷେତ୍ରରେ ଅନୁଦାନ ବନ୍ଦ
୪) ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଅନୁଦାନ ବନ୍ଦ
ବରିଷ୍ଠ ଅର୍ଥନୀତିଜ୍ଞ ପ୍ରଫେସର ଦୀନବନ୍ଧୁ ମେହେରଙ୍କ କହିବାନୁସାରେ, ଯେଉଁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥାନ୍ତି, ସେହି ରାଜ୍ୟକୁ ସରକାର ଅଧିକ ଅନୁଦାନ ଦେଇଥା'ନ୍ତି। ତେଣୁ ଓଡ଼ିଶାକୁ କମ୍ ଅନୁଦାନ ମିଳୁଥିବାର କାରଣ ମଧ୍ୟରୁ ଏହା ପ୍ରମୁଖ କାରଣ। ଏଯାଏ ଆମକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିନାହିଁ। ସେହିପରି ଅର୍ଥ କମିଶନ ଯେଉଁ ସବୁ କ୍ଷେତ୍ରକୁ ଆଧାର କରି ଅର୍ଥ ସୁପାରିସ କରିଥା'ନ୍ତି, ସେସବୁ କ୍ଷେତ୍ରରେ କେଉଁ ରାଜ୍ୟ କେତେ ବିକଶିତ, ତାହା ନିର୍ଭର କରିଥାଏ। ସେହି ଅନୁଯାୟୀ ସରକାରଙ୍କ ବଜେଟ୍ ଅନୁସାରେ ରାଜ୍ୟର ଅର୍ଥ ବରାଦ ନିର୍ଭର କରିଥାଏ।
ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ (Panchanan Kanungo) IMFର ଆକଳନକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏହାସହ IMFକୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି, ଭାରତର ଅଭିବୃଦ୍ଧି ହାର କଦାପି ଚଳିତ ବର୍ଷ ଶେଷ ସୁଦ୍ଧା ୧୧.୫ ପ୍ରତିଶତ ହେବ ନାହିଁ। ଏହା ସମ୍ପୂର୍ଣ୍ଣ କାଳ୍ପନିକ। ସେମିତି ଅର୍ଥ କମିଶନଙ୍କ ଅର୍ଥ ସୁପାରିସ ବିଷୟରେ ତାଙ୍କ ମନ୍ତବ୍ୟ ହେଲା, ରାଜ୍ୟ ସରକାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପରିବର୍ତ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ଦାବି କରନ୍ତୁ। ଆଉ ଏହି ଦାବିକୁ ମଜଭୁତ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ। ବିଭିନ୍ନ ଦିଗରେ କେନ୍ଦ୍ର ସରକାର ଓଡ଼ିଶାକୁ ଠକିଛନ୍ତି। ରାଜ୍ୟକୁ ମିଳିବାକୁ ଥିବା ୧୪ ପ୍ରତିଶତ ଜିଏସଟି କ୍ଷତିପୂରଣ କେନ୍ଦ୍ର ଦେବାକୁ ମନା କରିଦେବା ସହ ରାଜ୍ୟ ସରକାରଙ୍କୁ ଋଣ କରିବାକୁ କହିଥିଲା।
Also Read: ବଜେଟ ୨୦୨୧-୨୨ : ବିକଳ୍ପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରେସ୍ତୋରାଁ ଆସୋସିଏସନ ଲେଖିଲା ଚିଠି
ଏହା ବ୍ୟତୀତ ସେ କହିଛନ୍ତି ଯେ, ସେସ୍ ଟଙ୍କା ଏଯାଏ ମିଳିନାହିଁ। ନନ୍ ଟ୍ୟାକ୍ସ ରେଭିନ୍ୟୁ କଲେକ୍ସନ୍ ରୟାଲିଟି ପ୍ରତି ୩ ବର୍ଷରେ ଥରେ ପରିବର୍ତ୍ତନ ହେବା କଥା। ମାତ୍ର ୬ ବର୍ଷ ହେଲା ତାହା ହୋଇନାହିଁ। ରେଳବାଇ କ୍ଷେତ୍ରରେ ମଧ୍ୟ ସରକାର ରାଜ୍ୟକୁ ଅଣଦେଖା କରିଛନ୍ତି। ବଜେଟରେ ଦେଉଥିବା ପ୍ରତିଶ୍ରୁତି ପୂରଣ କରୁନାହାନ୍ତି। ଗତ ୬ ବର୍ଷରେ କେନ୍ଦ୍ର ସରକାର ପାଖାପାଖି ୧୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ପ୍ରତିଶ୍ରୁତି ଦେଇଛନ୍ତି, ମାତ୍ର ତାହା ଏଯାଏ ହୋଇନି। ସେହିପରି ରେଲୱେ ମେଡିକାଲ, ୱାଗନ କାରଖାନା ଆଦି ଏଯାଏ ନିର୍ମାଣ ହୋଇ ପାରିନାହିଁ। ଏସବୁ କ୍ଷେତ୍ରରେ କେନ୍ଦ୍ର ରାଜ୍ୟକୁ ସହାୟତା କଲେ ରାଜ୍ୟର ବିକାଶ ହେବ।
ଓଡ଼ିଶା (Odisha) ରକ୍ଷଣାବେକ୍ଷଣ ବାବଦରେ ୫୧ ହଜାର ୫୪୯ କୋଟି, ଉନ୍ନୟନ ବାବଦକୁ ୨୩ ହଜାର ୬୮୯ କୋଟି ଅର୍ଥ ଦାବି କରିଥିଲା। ଯେତେବେଳେ ରାଜ୍ୟଗୁଡ଼ିକ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ସର୍ବମୋଟ୍ ୫ ଲକ୍ଷ ୩୭ ହଜାର ୩୫୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଥିଲେ, ସେଥିରେ ଓଡ଼ିଶାର ଅଂଶ ଥିଲା ମାତ୍ର ୧୪ ହଜାର ୩୩୯.୭୯ କୋଟି। ଚତୁର୍ଦ୍ଦଶ ଅର୍ଥ କମିଶନ 'ଲୋକାଲ ବଡି ଗ୍ରାଣ୍ଟ' ଆଧାରରେ ୧୦,୬୨୨.୭୯ କୋଟି ଟଙ୍କା, ପଞ୍ଚାୟତିରାଜ (Panchayatiraj) ସଂସ୍ଥାଗୁଡ଼ିକ ପାଇଁ ୮,୮୫୦.୩୧ କୋଟି ଟଙ୍କା ଏବଂ ସହରାଞ୍ଚଳ ବିକାଶ ପାଇଁ ୧,୭୭୨.୪୮ କୋଟି ଟଙ୍କା ଅନୁଦାନ ଦେଇଥିଲେ। କିନ୍ତୁ ୨୦୨୦ର ପରିସ୍ଥିତି ପୂର୍ବାପେକ୍ଷା ଭିନ୍ନ। ଜିଏସଟି ରୋଲ୍ ଆଉଟ୍ ଏବଂ କୋରୋନା ମହାମାରୀ ପ୍ରଭାବରେ ରାଜ୍ୟଗୁଡ଼ିକର ପ୍ରଭୂତ ରାଜସ୍ୱହାନୀ ଘଟିଛି, ଯାହାର ତଦାରଖ କରିବା ପଞ୍ଚଦଶ ଅର୍ଥ କମିଶନର ଦାୟିତ୍ୱ।
Also Read: ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର
ଅନ୍ୟପଟେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ସଂଘୀୟ ବ୍ୟବସ୍ଥାକୁ ବଜାୟ ରଖିବା, ବ୍ୟକ୍ତିଗତ ଖର୍ଚ୍ଚ ହାରକୁ ବଢ଼ାଇବା ଆଦି ଅର୍ଥ କମିଶନର ପ୍ରମୁଖ କାର୍ଯ୍ୟ। ଉଭୟ କେନ୍ଦ୍ର ସରକାର ଓ ପଞ୍ଚଦଶ ଅର୍ଥ କମିଶନ ଲୋକଙ୍କ ଆୟ ବୃଦ୍ଧି କରାଇ ଖର୍ଚ୍ଚ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। କାରଣ ଆୟ ବଢ଼ିଲେ ବ୍ୟକ୍ତିଙ୍କ କ୍ରୟ କରିବାର କ୍ଷମତା ବଢ଼ିବ ଓ ବଜାରରେ ଚାହିଦା ସୃଷ୍ଟି ହେବ। ଚାହିଦା ସୃଷ୍ଟି ହେଲେ FMCG, ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ, ମୋଟର ସାଇକେଲ ଓ କାର ନିର୍ମାତା ଇତ୍ୟାଦିଙ୍କ ବ୍ୟବସାୟ ବଢ଼ିବ ଓ ତାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦେଶର ଜିଡିପି ବୃଦ୍ଧି କରିବ। ଏହା ଦରବୃଦ୍ଧିକୁ ମଧ୍ୟ କିଛି ପରିମାଣରେ ନିୟନ୍ତ୍ରଣ କରିବ।
ସେହିପରି ଓଡ଼ିଶାର ଅର୍ଥନୀତି ସ୍ଥିର ରହିଥିଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ହ୍ରାସ ହେଲେ ରାଜ୍ୟ ରାଜକୋଷ ଖାଲି ହୋଇଯିବ। ପ୍ରତିବର୍ଷ ରାଜ୍ୟ ସରକାର ଯେତିକି ଅନୁଦାନ ଦାବି କରନ୍ତି, ତା'ଠାରୁ କମ୍ ଅର୍ଥ କେନ୍ଦ୍ର ସରକାର ଦେଇଥାନ୍ତି। ଏମିତି ଦେଖିବାକୁ ଗଲେ, ପ୍ରତିବର୍ଷ ଓଡ଼ିଶାର ଦାବି ତୁଳନାରେ କେନ୍ଦ୍ର କମ୍ ଅର୍ଥ ଦିଏ। ଆଉ ଏଥର ତ କେନ୍ଦ୍ର ପାଖରେ କମ୍ ଅର୍ଥ ଦେବାର ଗୋଟିଏ ବଡ଼ କାରଣ ରହିଛି। ତାହା ହେଲା କୋରୋନା ସଂକ୍ରମଣର ପ୍ରଭାବ ଓ ଆଶାଠାରୁ ଅଧିକ ଖର୍ଚ୍ଚ। କେବଳ ଏତିକି ନୁହେଁ, ଯେଉଁ କେନ୍ଦ୍ର ସରକାର ସାରା ବିଶ୍ୱକୁ କୋରୋନା ଟିକା ଯୋଗାଇବେ ବୋଲି ଦାବି କରୁଛନ୍ତି, ସେହି କୋରୋନା ଟିକା ଉଦ୍ଭାବନରେ ଆଶାଠାରୁ ଅନେକ ଗୁଣରେ ଖର୍ଚ୍ଚ କରିବାକୁ ପଡ଼ିଛି।
Also Read: ଲକରରୁ ଟଙ୍କା ଖାଇଗଲା ଉଇ, ଜାଣନ୍ତୁ ବ୍ୟାଙ୍କ କହିଲା କ'ଣ
ଉଭୟ କୋରୋନା ମହାମାରୀ (Covid-19) ଓ କୋରୋନା ଟିକା (Corona Vaccine) କୁ ନେଇ କେନ୍ଦ୍ର, ଓଡ଼ିଶା ସମେତ ଅଣବିଜେପି ଶାସିତ ରାଜ୍ୟକୁ ଭୁତାଇବାରେ ପାଦେ ବି ପଛଘୁଞ୍ଚା ଦେବନାହିଁ। ସେପଟେ ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନୀ ଖର୍ଚ୍ଚ ବୋଝ ମଧ୍ୟ କେନ୍ଦ୍ର ପାଇଁ ଆଉ ଏକ ଅଦୃଶ୍ୟ ବାହାନା ପାଲଟିବ। ତେଣୁ ଏଥର କୋରୋନା କାଳରେ ଜନ୍ମ ନେଇଥିବା ଆତ୍ମନିର୍ଭରଶୀଳ ଭାରତ ସାରା ବିଶ୍ୱକୁ ଚଳିତ ବଜେଟ୍ ଜରିଆରେ ଶକ୍ତିଶାଳୀ, ପରାକ୍ରମୀ ଭାରତ ପରିଚୟ ଦେବାକୁ ଚେଷ୍ଟା କରିବ। ଆଉ ଏହା କରିବା ପାଇଁ ଖାତାବହିରେ କେବଳ ନମ୍ବର ଗେମରେ ବଜେଟ୍ ପରିମାଣ ବଢ଼ାଇ ଦିଆଯିବ, କିନ୍ତୁ ତାହାର ବାସ୍ତବ ପୂରା ନିର୍ଭରଶୀଳ ଭାରତ ହେବ।