ଆସନ୍ତା ୧୫ରେ ଓଡିଶା ବନ୍ଦ
Advertisement

ଆସନ୍ତା ୧୫ରେ ଓଡିଶା ବନ୍ଦ

ରାଜରାସ୍ତାରେ ଦିଖିବାକୁ ମିଳିବ ତେଲ ତାତି। ତୈଳ ଦର ବୃଦ୍ଧି (Fuel Price Hike) ବିରୁଦ୍ଧରୁ କଂଗ୍ରେସ (Odisha Congress) କରିବ ଆନ୍ଦୋଳନ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଏବେ ତେଲ ନିଆଁରେ ଜଳୁଛନ୍ତି ଦେଶବାସୀ। ପେଟ୍ରୋଲ ଲିଟର ପିଛା ଶହେ ନିକଟତର ହୋଇଥିବା ବେଳେ ଡିଜେଲ୍ ୮୪ ଟଙ୍କା ଟପିଛି। ପୁଣି ଏହା ଉପରେ କୃଷି ସେସ୍ ଲାଗିବ। ଯାହା ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ। ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ୍ୟ ଦୃଷ୍ଟିରୁ ସରକାର ଭାଟ ହ୍ରସ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ତେବେ ସରକାର ଏହାକୁ ଗୁରୁତ୍ୱ ଦେଉନଥିବାରୁ ଆସନ୍ତା ୧୫ ତାରିଖରେ ଆନ୍ଦୋଳନ ହେବ ବୋଲି ଦଳ କହିଛି।

ରାଜରାସ୍ତାରେ ଦିଖିବାକୁ ମିଳିବ ତେଲ ତାତି। ତୈଳ ଦର ବୃଦ୍ଧି (Fuel Price Hike) ବିରୁଦ୍ଧରୁ କଂଗ୍ରେସ (Odisha Congress) କରିବ ଆନ୍ଦୋଳନ। ପେଟ୍ରୋଲ ଡିଜେଲ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଦାୟୀ କରି ଦଳ ଆସନ୍ତା ୧୫ ତାରିଖ ଦିନ ଓଡିଶା ବନ୍ଦ (Odisha Band) ଡାକରା ଦେଇଛି। ବ୍ଲକ ଓ ଜିଲ୍ଲା କମିଟି ଗଠନ ବୈଠକରେ ଶୁକ୍ରବାର AICC ସମ୍ପାଦକ ରୁଦ୍ରରାଜୁଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ୩୩ ସାଂଗଠନିକ ଜିଲ୍ଲାର କଂଗ୍ରେସ ସଭାପତିଙ୍କୁ ଦଳର ରାଜ୍ୟ ମୁଖ୍ୟାଳୟରୁ ନିର୍ଦ୍ଦେଶ ମଧ୍ୟ ଯାଇଛି। 

Also Read: ଉପକୂଳ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ ତେଜିଲା ରାଜନୀତି

PCC ସଭାପତି ନିରଞ୍ଜନ ପଟ୍ଟନାୟକ (Niranjan Patnaik) ଙ୍କ କହିବା ଅନୁସାରେ, ଗତ ୧ ତାରିଖ ଦିନ ତୈଳ ଦରରୁ ଭାଟ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ (Naveen Patnaik) ଙ୍କୁ କଂଗ୍ରେସ ଏକ ଚିଠି ଲେଖିଥିଲା। ପେଟ୍ରୋଲ ଡିଜେଲରେ ଲିଟର ପିଛା ସରକାର ଯେଉଁ ୧୭ ଟଙ୍କା ଭାଟ ନେଉଛନ୍ତି, ସେଥିରୁ ୧୦ ଟଙ୍କା ହ୍ରାସ କରିବାକୁ ଦାବି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିମ୍ୱା ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସି ନାହିଁ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ୍ୟ ପାଇଁ କଂଗ୍ରେସ ଆନ୍ଦୋଳନ କରିବ।