Odisha Election 2024: ତୃତୀୟ ପର୍ଯ୍ୟାୟରେ ହେବିଓ୍ୱେଟଙ୍କ ଲଢ଼େଇ: ୫ ପ୍ରମୁଖ ବିନ୍ଦୁ
Advertisement
Article Detail0/zeeodisha/odisha2262969

Odisha Election 2024: ତୃତୀୟ ପର୍ଯ୍ୟାୟରେ ହେବିଓ୍ୱେଟଙ୍କ ଲଢ଼େଇ: ୫ ପ୍ରମୁଖ ବିନ୍ଦୁ

 ଭୋଟର ଲମ୍ବା ଧାଡ଼ିରେ ଆସି ସେମାନଙ୍କ ସପକ୍ଷରେ ଭୋଟ୍‍ ଦେବେ ବୋଲି ସେମାନେ ଆଶା କରିଛନ୍ତି। ହେଲେ କିଏ କାହାକୁ  ଭୋଟ୍‍ ଦେଲେ ଆଉ କାହା ଭାଗ୍ୟରେ କେତେ ଖଣ୍ଡ ଭୋଟ ପଡ଼ିଲା ତାହାକୁ ନେଇ ସେମାନେ କେବଳ ଭଗବାନଙ୍କୁ ଭରସା କରିଛନ୍ତି।

Odisha Election 2024: ତୃତୀୟ ପର୍ଯ୍ୟାୟରେ ହେବିଓ୍ୱେଟଙ୍କ ଲଢ଼େଇ: ୫ ପ୍ରମୁଖ ବିନ୍ଦୁ
Odisha Election 2024: ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ  ଆଜି ରାଜ୍ୟରେ ଅନେକ ହେବିଓ୍ୱେଟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଭୋଟର ଲମ୍ବା ଧାଡ଼ିରେ ଆସି ସେମାନଙ୍କ ସପକ୍ଷରେ ଭୋଟ୍‍ ଦେବେ ବୋଲି ସେମାନେ ଆଶା କରିଛନ୍ତି। ହେଲେ କିଏ କାହାକୁ  ଭୋଟ୍‍ ଦେଲେ ଆଉ କାହା ଭାଗ୍ୟରେ କେତେ ଖଣ୍ଡ ଭୋଟ ପଡ଼ିଲା ତାହାକୁ ନେଇ ସେମାନେ କେବଳ ଭଗବାନଙ୍କୁ ଭରସା କରିଛନ୍ତି। ଆସନ୍ତୁ ନଜର ପକାଇବା ଏହି ହେବିଓ୍ୱେଟ୍‍ ତଥା କ୍ଷମତାଶାଳୀ ନେତାଙ୍କ ଲଢ଼େଇର ୫ ପ୍ରମୁଖ ବିନ୍ଦୁ ଉପରେ: 
 
1. ପ୍ରଥମରେ ରାଜ୍ୟର ପଶ୍ଚିମାଞ୍ଚଳ ସମ୍ବଲପୁର ଲୋକସଭାରେ ଦୁଇ ହେବିଓ୍ୱେଟ୍‍ ନେତା ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟଜଣକ ହେଉଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।  କଂଗ୍ରେସ ବି ଏଠାରେ ପଛରେ ପଡ଼ି ନାହିଁ।  ପୂର୍ବତନ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ହେଲେ ମୁଖ୍ୟତଃ ଲଢେଇ ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ଯରେ ହେଉଛି ବୋଲି ଲୋକେ କହୁଛନ୍ତି।
 
2. ଅନ୍ୟତମ ହାଇଭୋଲଟେଜ ଆସନ ଭୁବନେଶ୍ବରରେ ବି ଆଜି ନିର୍ବାଚନ ହେଉଛି । ଏଠାରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର କ୍ଯାପନେଟ ମନ୍ମଥ ରାଉତରାୟଙ୍କ ମଧ୍ଯ ହେଉଛି ବଡ଼ ଫାଇଟ୍ । ଅପରାଜିତା ଏବେ ସାଂସଦ ଅଛନ୍ତି। ମନ୍ମଥ ନବାଗତ ହେଲେ ବି ସେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ଭାବେ ପରିଚିତ।  କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି । 
 
3. ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ଯରେ ବଡ଼ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସରୁ ଜୟ ନାରାୟଣ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ସମ୍ବିତ  ବିଜେପିର ଜାତୀୟସ୍ତରର ନେତା। ଉଭୟ ପ୍ରାର୍ଥୀ ପୂର୍ବଥର ୨୦୧୯ରେ ନିର୍ବାଚନ ହାରିଥିଲେ। ଅରୂପ ଭୁବନେଶ୍ୱରରେ ଏବଂ ସମ୍ବିତ ପୁରୀରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ବି ଏଥର ଭାଗ୍ୟ ପରଖୁଛନ୍ତି। 
 
4. କଟକରେ ସାଂସଦ ଭର୍ତ୍ତୃହରି ମହତାବ ଏବଂ ସବୁଠାରୁ ଧନୀ ପ୍ରାର୍ଥୀ ତଥା ପୂର୍ବତନ କର୍ପୋରେଟ୍ ଅଧିକାରୀ  ସଂତୃପ୍ତ ମିଶ୍ରଙ୍କ ଭିତରେ ଚାଲିଛି ବିଗ୍‍ ଫାଇଟ।  ଭର୍ତ୍ତୃହରି ଏଥର ବିଜେଡିରୁ ଆସି ବିଜେଡିର ପ୍ରାର୍ଥୀ ଆଉ ସଂତୃପ୍ତ  ରାଜନୀତିରେ ପୂରା ନୂଆ ଚେହେରା। 
 
5. କେନ୍ଦୁଝରରେ ମଧ୍ୟ ପୂର୍ବତନ ସାଂସଦଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ଏଠାରେ ବିଜେଡି ଧନୁର୍ଜୟ ସିଦ୍ଧୁଙ୍କଚ, ବିଜେପି ଅନନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଓ କଂଗ୍ରେସ ବିନୋଦ ବିହାରୀ ନାୟକଙ୍କୁ ଟିକେଟ ଦେଇଛି। ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ଦେଖିବାକୁ ମିଳୁଛି ।