Sakshi Maharaj: ନୂପୁର ଶର୍ମାଙ୍କ ସମର୍ଥନରେ ଆସିଲେ ଫାୟରବ୍ରାଣ୍ଡ ବିଜେପି ନେତା
Advertisement

Sakshi Maharaj: ନୂପୁର ଶର୍ମାଙ୍କ ସମର୍ଥନରେ ଆସିଲେ ଫାୟରବ୍ରାଣ୍ଡ ବିଜେପି ନେତା

Unnao Lok Sabha MP Sakshi Maharaj:  ଯେଉଁମାନେ ଆର୍ଥିକ ବହିଷ୍କାର କରିବା କଥା କହୁଛନ୍ତି ସେମାନଙ୍କୁ ସମାଜରୁ ବାସନ୍ଦ କରିବା ଆବଶ୍ୟକ। 

Sakshi Maharaj: ନୂପୁର ଶର୍ମାଙ୍କ ସମର୍ଥନରେ ଆସିଲେ ଫାୟରବ୍ରାଣ୍ଡ ବିଜେପି ନେତା

Unnao Lok Sabha MP Sakshi Maharaj: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ରଖିଥିବା ବୟାନକୁ ନେଇ ଦଳରୁ ନିଲମ୍ବିତ ହୋଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ଆସିଛନ୍ତି ଫାୟାରବ୍ରାଣ୍ଡ ବିଜେପି ନେତା ତଥା ଉତ୍ତର ଉନ୍ନାଓ ଲୋକସଭା ଆସନର ସାଂସଦ ସାକ୍ଷୀ ମହାରାଜ। ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ଉପରେ ସେ ନିଜର ପ୍ରତିକ୍ରିୟା ରଖି ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସୁପ୍ରିମକୋର୍ଟ ତରବରରେ ନୂପୁର ଶର୍ମାଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେଇଛି। ନୂପୁର ଶର୍ମାଙ୍କ ବୟାନକୁ ନେଇ ବଢୁଥିବା ବିବାଦ ଉପରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଜୋରଦାର ସ୍ୱର ଉତ୍ତୋଳନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଯଦି ହିନ୍ଦୁ ମୁସଲିମଙ୍କ ଭଳି ଆଜମେର ମୁସଲମାନଙ୍କ ଆର୍ଥିକ ବହିଷ୍କାର କରନ୍ତି ତାହେଲେ ମୁସଲମାନ ସମାଜକୁ ରୁଟି ପାଇଁ କଷ୍ଟ ସହିବାକୁ ପଡ଼ିବ।

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ରଖିଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଆଜମେର ଅଞ୍ଚଳରେ ହ୍ୱାଟ୍ସଆପ୍ ଜରିଆରେ ହିନ୍ଦୁଙ୍କୁ ବହିଷ୍କାର କରିବା ଲାଗି ଆହ୍ୱାନ ଦିଆଯାଇଥିଲା। ଏହି ଆହ୍ୱାନ ଉପରେ ଜବାବ ରଖିଛନ୍ତି ଫାୟାରବ୍ରାଣ୍ଡ ବିଜେପି ନେତା ତଥା ଉତ୍ତର ଉନ୍ନାଓ ଲୋକସଭା ଆସନର ସାଂସଦ ସାକ୍ଷୀ ମହାରାଜ। ହରିଦ୍ୱାର ଠାରେ ନିର୍ମଳ ଆଖଡା ସାଧୁଙ୍କୁ ଭେଟିବାକୁ ଆସିଥିବା ସାକ୍ଷୀ ମହାରାଜ କହିଛନ୍ତି ଆଜମେର ଠାରେ ହ୍ୱାଟ୍ସଆପ୍ ଜରିଆରେ ହିନ୍ଦୁଙ୍କୁ ବହିଷ୍କାର କରିବା ଲାଗି ଆହ୍ୱାନ ଦିଆଯାଇଛି। ଯଦି ପାଲଟା ଜବାବ ଦେବାକୁ ଯାଇ ହିନ୍ଦୁ ଆର୍ଥିକ ବହିଷ୍କାର କରନ୍ତି ତାହେଲେ ମୁସଲମାନ ସମାଜକୁ ରୁଟି ପାଇଁ କଷ୍ଟ ସହିବାକୁ ପଡ଼ିବ।   

ନିକଟରେ ହରିଦ୍ୱାର ଠାରେ ପହଞ୍ଚିଥିବା ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଏହି ପ୍ରସଙ୍ଗରେ ରାଜସ୍ଥାନ ସରକାରଙ୍କୁ ତୁରନ୍ତ ବରଖାସ୍ତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ଯେ ନୂପୁର ଶର୍ମା ମାମଲାରେ ସୁପ୍ରିମକୋର୍ଟ ଯେଉଁଭଳି ଭାବେ ତତ୍ପରତା ଦେଖାଇଥିଲେ ଯାହା ଫଳ ସ୍ୱରୂପ ଏବେ ସାରା ଦେଶରେ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ସୁପ୍ରିମକୋର୍ଟ ଏହି ମାମଲାରେ ତତ୍ପରତା ଦେଖାଇବାର ଆବଶ୍ୟକତା ନଥିଲା।  

ବର୍ତ୍ତମାନ ସମାଜରେ ଏଭଳି ପରିବେଶ ସୃଷ୍ଟି ହେଉଛି ଯେ ଦେଶ ବିଭାଜନ ତଥା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଲୋକେ ବର୍ତ୍ତମାନ ନୂପୁର ଶର୍ମାଙ୍କୁ ଦାୟୀ କରୁଛନ୍ତି। ହେଲେ ଇତିହାସ ସାକ୍ଷୀ ରହିଛି ଯେ ଯେତେବେଳେ ଦେଶ ବିଭାଜନ ଅଥବା ସାମ୍ପ୍ରଦାୟିକ ଦଙ୍ଗା ହୋଇଛି ସେତେବଳେ ଜିହାଦୀ ମାନସିକତା ରଖୁଥିବା ଲୋକଙ୍କ ହାତ ରହିଛି। ଏଭଳି ପରିସ୍ଥିତିରେ ସାରା ଦେଶରେ ସୃଷ୍ଟି ହେଉଥିବା ଏଭଳି ବିବାଦୀୟ ପରିସ୍ଥିତି ପାଇଁ ସୁପ୍ରିମକୋର୍ଟଙ୍କ ତ୍ୱରିତ ମନ୍ତବ୍ୟ ମଧ୍ୟ ଦାୟୀ।

ରାଜସ୍ଥାନ ଆଜମେର ସରିଫ ଠାରେ ହିନ୍ଦୁଙ୍କ ଆର୍ଥିକ ବହିଷ୍କାର କରିବାକୁ ଦିଆଯାଉଥିବା ଆହ୍ୱାନ ଲାଗି ସେଠାକାର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ଏନେଇ ସେ କହିଛନ୍ତି ଯେ କଂଗ୍ରେସର ଆତଙ୍କବାଦୀ ଚିନ୍ତାଧାରା କାରଣରୁ ଏଭଳି ଶକ୍ତି ସେଠାରେ ମୁଣ୍ଡ ଟେକୁଛନ୍ତି। କେନ୍ଦ୍ର ସରକାର ତୁରନ୍ତ ରାଜସ୍ଥାନ ସରକାରଙ୍କୁ ବରଖାସ୍ତ କରିବା ଆବଶ୍ୟକ। ହିନ୍ଦୁ ସମାଜ ଉଦ୍ଦେଶ୍ୟରେ ନିବେଦନ କରି ବିଜେପି ଫାୟାରବ୍ରାଣ୍ଡ ନେତା ସାକ୍ଷୀ ମହାରାଜ କହିଛନ୍ତି ଯେଉଁମାନେ ଆର୍ଥିକ ବହିଷ୍କାର କରିବା କଥା କହୁଛନ୍ତି ସେମାନଙ୍କୁ ସମାଜରୁ ବାସନ୍ଦ କରିବା ଆବଶ୍ୟକ। 

Also Read: ଜ୍ଞାନବ୍ୟାପୀ ଭଳି ଶବ୍ଦ ଇସଲାମ-କୁରାନ ସହ ଜଡ଼ିତ ନୁହେଁ: ସାକ୍ଷୀ ମହାରାଜ

Also Read; 'ଜୀହାଦ କବଳରୁ ରକ୍ଷା କରିବା ପାଇଁ ଆସିବ ନାହିଁ ପୋଲିସ; ଘରେ ରଖିବାକୁ ହେବ ଅସ୍ତ୍ରଶସ୍ତ୍ର'