ବିହାରରେ ପଲଟିବ ସରକାର, ସୋମବାର ବିଜେପି ପାଇବ କ୍ଷମତା!
Advertisement
Article Detail0/zeeodisha/odisha2081800

ବିହାରରେ ପଲଟିବ ସରକାର, ସୋମବାର ବିଜେପି ପାଇବ କ୍ଷମତା!

Bihar Political Crisis: ୨୦୧୩ ମସିହାରେ ନୀତିଶ ଏନ୍‍ଡିଏ ସହ ୧୭ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନ୍‍ଡିଏରୁ ବାହାରିଥିଲେ। ସେତେବଳେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନନ୍ତ୍ରୀତ୍ୱକୁ ସେ ବିରୋଧ କରିଥିଲେ। ହେଲେ ୨୦୧୭ ମସିହାରେ ପୁଣିଥରେ ସେ ବିଜେପି ନେତୃତ୍ୱଧୀନ ଏନ୍‍ଡିଏକୁ ଫେରିଥିଲେ। 

Bihar Political Crisis

ଭୁବନେଶ୍ୱର: ବିହାର ସରକାର ପଲଟିବା ପ୍ରାୟତଃ ବାସ୍ତବରେ ପରିଣତ ହେବାକୁ ଯାଉଛି। ମିଳିଥିବା ଖବର ଅନୁସାରେ ରବିବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଅପରାହ୍ଣରେ ବିଜେପି ହାତ ଧରି ପୁଣି ବିହାର ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗଲା ତିନିବର୍ଷ ଭିତରେ ନୀତିଶ କୁମାର ପୁଣିଥରେ ରାଜନୀତିକ ପଟ୍ଟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୦ ନିର୍ବାଚନରେ ନୀତିଶ ବିଜେପି ସହ ମେଣ୍ଟ କରି ଲଢ଼ିଥିଲେ। ବେଶ୍‍ ଲୋକପ୍ରିୟ ହୋଇ ଭୋଟ ବି ଅର୍ଜନ କରିଥିଲେ। କିନ୍ତୁ ୯ ଅଗଷ୍ଟ ୨୦୨୨ରେ ନୀତିଶ ଏନ୍‍ଡିଏ ଛାଡ଼ି ଲାଲୁଙ୍କ ଆର୍‍ଜେଡି ସହ ଯୋଗ ଦେଲେ। ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଅଳଂକୃତ ହେଲେ। ଏ ଭିତରେ ଦେଶ ସାଧାରଣ ନିର୍ବାଚନ ଆଡ଼କୁ ମୁହାଁଇଛି। ଏଭଳି ପରିପ୍ରେକ୍ଷୀରେ ବିହାର ନିର୍ବାଚନ ଆଉ ଏକ ବର୍ଷ ଥିଲେ ମଧ୍ୟ ନୀତିଶ ନିଜର ସହଯୋଗୀ ବଦଳାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏବେ ଆର୍‍ଜେଡିକୁ ଛାଡ଼ି ନୀତିଶ ପୁଣିଥରେ ବିଜେପି ହାତ ଧରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। 

ଅପରପକ୍ଷେ ଆଜି ନୀତିଶଙ୍କ ଜନତା ଦଳ ୟୁନାଇଟେଡ୍‍ ବୈଠକ ବସିଥିଲା। ଯାହା ପରେ ସେ ସରକାରର ଭାଙ୍ଗିବା ଲାଗି ରାଜ୍ୟପାଳଙ୍କୁ ଭେଟିବା ସ୍ଥିର ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ଆସନ୍ତା କାଲି ସକାଳେ ନୀତିଶ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇପାରନ୍ତି। ଏହାପରେ ବିଜେପି ବିଧାୟକଙ୍କ ସହଯୋଗରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ଲାଗି ରାଜ୍ୟପାଳଙ୍କୁ ଅନୁରୋଧ କରିପାରନ୍ତି। ଏପରିକି ଆସନ୍ତା କାଲି ଅପରାହ୍ଣ ସୁଦ୍ଧା ଏହି ସରକାର ଭଙ୍ଗ ଓ ନୂତନ ସରକାର ଗଠନ ସବୁକିଛି କାର୍ଯ୍ୟ ଶେଷ ହେବ ବୋଲି ରାଜନୀତିକ ସମୀକ୍ଷକ ମାନେ ଆଶା ପ୍ରକାଶ କରିଛନ୍ତି। ଏହା ହେଲା ନୀତିଶ ୯ମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ହେବେ। 

୨୦୧୩ ମସିହାରେ ନୀତିଶ ଏନ୍‍ଡିଏ ସହ ୧୭ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନ୍‍ଡିଏରୁ ବାହାରିଥିଲେ। ସେତେବଳେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନନ୍ତ୍ରୀତ୍ୱକୁ ସେ ବିରୋଧ କରିଥିଲେ। ହେଲେ ୨୦୧୭ ମସିହାରେ ପୁଣିଥରେ ସେ ବିଜେପି ନେତୃତ୍ୱଧୀନ ଏନ୍‍ଡିଏକୁ ଫେରିଥିଲେ। 

ନିକଟରେ ବିହାରର ପଛୁଆବର୍ଗ ନେତା ସ୍ୱର୍ଗତ କର୍ପୂରୀ ଠାକୁରଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ଦେବାକୁ ଘୋଷଣା କରିଛି। ଏହାଦ୍ୱାରା ବିଜେପି ପଛୁଆ ବର୍ଗଙ୍କୁ ନିଜର କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା। ଏବେ ପୁଣିଥରେ ପୁରୁଣା ଆଞ୍ଚଳିକ ପାର୍ଟନର ନୀତିଶଙ୍କୁ ନିଜର କରିବାରେ ସଫଳ ହୋଇଥିବା ବିଜେପି ଆଗକୁ ହିନ୍ଦି ଭାଷୀ ଅଞ୍ଚଳରେ ନିଜର ସାମର୍ଥ୍ୟକୁ ରକ୍ଷା କରିବାରେ ସଫଳ ହେବ ବୋଲି ଆଶା କରାଯାଇଛି।