Gujarat Assembly Election 2022: ପ୍ରକାଶ ପାଇଲା Exit Poll, କିଏ ଗଢିବ ସରକାର? ସର୍ଭେରୁ ମିଳିଲା ସ୍ପଷ୍ଟ ଜବାବ
Advertisement

Gujarat Assembly Election 2022: ପ୍ରକାଶ ପାଇଲା Exit Poll, କିଏ ଗଢିବ ସରକାର? ସର୍ଭେରୁ ମିଳିଲା ସ୍ପଷ୍ଟ ଜବାବ

Gujarat Politics: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ସର୍ଭେ। ଏଥର ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ କରୁଥିବା  ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଉଛି। ଚଳିତ ଥରକୁ ମିଶାଇ ବିଜେପି ସପ୍ତମ ଥର ପାଇଁ ଗୁଜୁରାଟ ଗଡ଼ ଦଖଲ କରିବା ଦିଗରେ ଆଗକୁ ବଢୁଛି।

Gujarat Assembly Election 2022: ପ୍ରକାଶ ପାଇଲା Exit Poll, କିଏ  ଗଢିବ ସରକାର? ସର୍ଭେରୁ ମିଳିଲା ସ୍ପଷ୍ଟ ଜବାବ

Gujarat Election 2022 Exit Poll: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ ରିପୋର୍ଟ। ଏକଜିଟ୍ ପୋଲ ଫଳାଫଳରେ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରୁଥିବା ଜଣାପଡ଼ିଛି। ଡିସେମ୍ବର ୫ ତାରିଖ ସୋମବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଫଳାଫଳ ବଦଳିବ ନା ନାହିଁ, ତାହା ୮ ଡିସେମ୍ବରରେ ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ୨ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୬୩% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଗୁଜୁରାଟ, କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ମତଦାନ। ପ୍ରଥମ ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

ସେହିପରି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସୋମବାର ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ପାଖପାଖି ୫୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୪ ଜିଲ୍ଲାର ୯୩ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ଦ୍ୱିତୀୟ ପର୍ଯ୍ୟାୟରେ ଅହମ୍ମଦାବାଦ, ଭଦୋଦରା, ଗାନ୍ଧୀନଗର ସମେତ ଅନ୍ୟାନ୍ୟ ଜିଲ୍ଲାରେ ଅବସ୍ଥିତ ଏହି ନିର୍ବାଚନମଣ୍ଡଳୀରେ ୬୧ ରାଜନୈତିକ ଦଳର ମୋଟ ୮୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ସର୍ଭେ।  ଏଥର ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ କରୁଥିବା  ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଉଛି। ଚଳିତ ଥରକୁ ମିଶାଇ ବିଜେପି ସପ୍ତମ ଥର ପାଇଁ ଗୁଜୁରାଟ ଗଡ଼ ଦଖଲ କରିବା ଦିଗରେ ଆଗକୁ ବଢୁଛି।

ଏକଜିଟ୍ ପୋଲ ସର୍ଭେ ଅନୁଯାୟୀ ଏଥର କଂଗ୍ରେସ  ପୁଣି ଥରେ ମୁଖ୍ୟ ବିରୋଧୀ ଦଳ ଭାବେ ଗୁଜୁରାଟ ବିଧାନସଭାରେ ବସିବ। ଅନ୍ୟପଟେ ଦିଲ୍ଲୀ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନର ପାଇଥିବା ସଫଳତା ଦୋହରାଇବାରେ ସଫଳ ହେବ ନାହିଁ ବିଜେପି। ସମସ୍ତ ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ  ଫଳାଫଳ ଅନୁସାରେ ବିଜେପି  ପୁନର୍ବାର ସ୍ପଷ୍ଟ ବହୁମତ ହାସଲ କରୁଥିବା ଜଣାପଡିଛି।

ଜାଣନ୍ତୁ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କେଉଁ ଦଳ କେତେ ଆସନ ପାଇବ?

  • Zee News BARC ଏକଜିଟ୍ ପୋଲ ରିପୋର୍ଟ  ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ସହିତ ରାଜ୍ୟର ସରକାର ଗଠନ କରୁଛି। ଏହି ନିର୍ବାଚନରେ ବିଜେପି ୧୧୦-୧୨୫, କଂଗ୍ରେସ ୪୬-୬୦ ଏବଂ ଆମ ଆଦମୀ ପାର୍ଟି ୧-୫ ସିଟ୍ ପାଇପାରେ।
  • ABP News-C Voter ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୮-୧୪୦, କଂଗ୍ରେସ ୩୧-୪୩ ଏବଂ ଆମ ଆଦମୀ ପାର୍ଟି ୩-୧୧ ସିଟ୍ ପାଇପାରେ।
  • India Today- Axis My India ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୯-୧୫୧, କଂଗ୍ରେସ ୧୬-୩୦ ଏବଂ ଆମ ଆଦମୀ ପାର୍ଟି ୯-୨୧ ସିଟ୍ ପାଇପାରେ।
  • India TV-Matrize  ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୨-୧୨୧, କଂଗ୍ରେସ ୫୧-୬୧ ଏବଂ ଆମ ଆଦମୀ ପାର୍ଟି ୪-୭ ସିଟ୍ ପାଇପାରେ।
  • News24 Todays Chanakya ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୫୦, କଂଗ୍ରେସ ୧୯ ଏବଂ ଆମ ଆଦମୀ ପାର୍ଟି ୧୧ ସିଟ୍ ପାଇପାରେ।
  • News X ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୭-୧୪୦, କଂଗ୍ରେସ ୩୪-୫୧ ଏବଂ ଆମ ଆଦମୀ ପାର୍ଟି ୬-୧୩ ସିଟ୍ ପାଇପାରେ।
  • Republic P-MARQ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୮-୧୪୮, କଂଗ୍ରେସ ୩୦-୪୨ ଏବଂ ଆମ ଆଦମୀ ପାର୍ଟି ୨-୧୦ ସିଟ୍ ପାଇପାରେ।
  • Times Now-ETG ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୩୫-୧୪୫, କଂଗ୍ରେସ  ୨୪-୩୪ ଏବଂ ଆମ ଆଦମୀ ପାର୍ଟି ୬-୧୬ ସିଟ୍ ପାଇପାରେ।
  • TV9 Gujarati ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୫-୧୩୦, କଂଗ୍ରେସ  ୪୦-୫୦ ଏବଂ ଆମ ଆଦମୀ ପାର୍ଟି ୩-୫ ସିଟ୍ ପାଇପାରେ।
  • Jan Ki Baat ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୭-୧୪୦, କଂଗ୍ରେସ ୩୪-୫୧ ଏବଂ ଆମ ଆଦମୀ ପାର୍ଟି ୬-୧୩ ସିଟ୍ ପାଇପାରେ।