Gujarat Election 2022: ୨୦୧୭ ଠାରୁ କେତେ ଭିନ୍ନ ୨୦୨୨ ନିର୍ବାଚନ?
Advertisement

Gujarat Election 2022: ୨୦୧୭ ଠାରୁ କେତେ ଭିନ୍ନ ୨୦୨୨ ନିର୍ବାଚନ?

Gujarat Politics: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଅନୁଷ୍ଠିତ ହେଉଛି। ଏଥର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବିଜେପି ବ୍ୟତୀତ ଆମ ଆଦମୀ ପାର୍ଟି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛି।

Gujarat Election 2022: ୨୦୧୭ ଠାରୁ କେତେ ଭିନ୍ନ ୨୦୨୨ ନିର୍ବାଚନ?

Gujarat Assembly Elections 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ମତଦାନ। ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲର ୮୯ ଆସନ ପାଇଁ ହୋଇସାରିଛି ଭୋଟ ଗ୍ରହଣ। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ସହିତ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖ ଗୁରୁବାର ପ୍ରକାଶ ପାଇବ।

ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି? କେଉଁ ଦଳ ଗଢିବ ସରକାର? ସେହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସମସ୍ତେ ଏବେ ଆଗ୍ରହୀ ହୋଇ ଉଠିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କ ନଜର। ଯଦି ଗତ ୨୦୧୭ ବିଧାନସଭା ନିର୍ବାଚନ କଥା କୁହାଯାଏ ତାହେଲେ ଗତ ଥର ଅପେକ୍ଷା ଏଥର ଅନେକ ପରିବର୍ତ୍ତନ ହୋଇଛି। ଗତ ଥରର ବିଧାନସଭା ନିର୍ବାଚନରେ କଂଗ୍ରେସ ମୋଟ ସିଟ୍ ମଧ୍ୟରୁ ୭୭ ସିଟ୍ ପାଇଥିଲା। ଯାହା ଥିଲା ୧୯୮୫ ମସିହା ପର ଠାରୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ସର୍ବୋତ୍ତମ ପ୍ରଦର୍ଶନ। କଂଗ୍ରେସ ୨ ହଜାରରୁ କମ୍ ଭୋଟ ବ୍ୟବଧାନରେ ପ୍ରାୟ ୨୪ ଆସନ ହରାଇଥିଲା।

ସେହିପରି ବିଜେପି ଗତ ୨୦୧୭ ବିଧାନସଭା ନିର୍ବାଚନରେ ୯୯ ସିଟ୍ ପାଇ ସରକାର ଗଠନ କରିଥିଲା। ଯାହା ୧୯୮୫ ମସିହା ପର ଠାରୁ ଦଳର ସର୍ବନିମ୍ନ ପ୍ରଦର୍ଶନ ଥିଲା। ୨୦୧୭ ଗୁଜୁରାଟ ଲଢେଇରେ କଂଗ୍ରେସ ବିଜୟରେ ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୋର ଏବଂ ଜିଗ୍ନେଶ ମେୱାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ୩ ନେତାଙ୍କ ବଳରେ କଂଗ୍ରେସ ବିଜେପି ବିରୋଧର ଜବରଦସ୍ତ ପ୍ରଦର୍ଶନ କରିଥିଲା। ହାର୍ଦ୍ଦିକ ପଟେଲ ରାଜ୍ୟବ୍ୟାପୀ ଚାଲିଥିବା ପଟିଦାର ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଯାହା କଂଗ୍ରେସ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିଥିଲା। ଅନ୍ୟପକ୍ଷରେ ଅଳ୍ପେଶ ଠାକୋର ରାଜ୍ୟର ପଛୁଆ ଜାତିର ନେତୃତ୍ୱ ନେଇଥିବାବେଳେ ଜିଗ୍ନେଶ ମେୱାନୀ ଦଳିତ ମତଦାତାଙ୍କୁ ଏକାଠି କରିବାରେ ସଫଳ ହୋଇଥିଲେ। ଏହି ତିନି ଯୁବ ନେତାଙ୍କ ସମର୍ଥନ ବଳରେ କଂଗ୍ରେସ ଗତ ୨୦୧୭ ବିଧାନସଭା ନିର୍ବାଚନରେ ​ଆଖିଦୃଶିଆ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲା।

ହେଲେ ୫ ବର୍ଷ ପରେ ବଦଳି ଯାଇଛି ଗୁଜୁରାଟର ରାଜନୈତିକ ଚିତ୍ର। କାରଣ ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଅନୁଷ୍ଠିତ ହେଉଛି। ଚଳିତ ଥର ହାର୍ଦ୍ଦିକ ପଟେଲ ଏବଂ ଅଳ୍ପେଶ ଠାକୋର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ କେବଳ ଜିଗ୍ନେଶ ମେୱାନୀ କଂଗ୍ରେସ ପ୍ରାର୍ଥୀ ଭାବେ ଦ୍ୱିତୀୟ ଥର ପାଇଁ ବଡଗାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ବ୍ୟତୀତ ୨୦୨୨ ନିର୍ବାଚନରେ ​​ସବୁଠୁ ବଡ ପରିବର୍ତ୍ତନ ହୋଇଛି। ଏଥର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବିଜେପି ବ୍ୟତୀତ ଆମ ଆଦମୀ ପାର୍ଟି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛି। ଦିଲ୍ଲୀ ଏବଂ ପଞ୍ଜାବ ଭଳି ରାଜ୍ୟରେ ମିଳିଥିବା ସଫଳତାକୁ ନେଇ ଉତ୍ସାହିତ ହୋଇ ଉଠିଥିବା ଆପ୍ ଏବେ ଗୁଜୁରାଟ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଛି। ଯେଉଁ କାରଣରୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ଚଳିତ ଥର ତ୍ରିକୋଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିଛି।