ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା, ଏହି ଦଳ ଛାଡ଼ିଲା ସାଥ୍
Advertisement
Article Detail0/zeeodisha/odisha1355465

ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା, ଏହି ଦଳ ଛାଡ଼ିଲା ସାଥ୍

 Gujarat Assembly Elections 2022: ଏଠାରେ କହି ରଖୁଛୁ ଯେ, ୨୦୧୭ରେ କଂଗ୍ରେସ ସହିତ ମିଶି ନିର୍ବାଚନ ଲଢ଼ିଥିବା ବିଟିପି ଦୁଇଟି ଆସନ ଜିତିଥିଲା । ଏହି ଦଳର ଗୁଜୁରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ନିଜର ସଂଗଠନ ରହିଛି ।

ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା, ଏହି ଦଳ ଛାଡ଼ିଲା ସାଥ୍

ନୂଆଦିଲ୍ଲୀ: Gujarat Assembly Elections 2022: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ରହିଯାଇଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଜୋରସୋରରେ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସମୟରେ ଆପକୁ ଏକ ବଡ଼ ଧରଣର ଝଟକା ଲାଗିଛି । ପ୍ରାୟ ୪ ମାସ ପୂର୍ବେ ଆପ୍ ସହିତ ମେଣ୍ଟ ଘୋଷଣା କରିଥିବା ଭାରତୀୟ ଟ୍ରାଇବଲ ପାର୍ଟି (BTP) ବର୍ତ୍ତମାନ ଏହି ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି । ଆଦିବାସୀ ଅଞ୍ଚଳରେ ଭଲ ପ୍ରଭାବ ପକାଉଥିବା ଦଳ  ଏପରି ଏକ ସମୟରେ ଏହି ଘୋଷଣା କରିଛି ଯେତେବେଳେ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଛନ୍ତି । ଯେତେବେଳେ ବିଟିପି ନେତା ଛତୁଭାଇ ଭସାଭା ନିଜେ AAP ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଥିଲେ, ସେତେବେଳେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ ଭାରତୀୟ ଜନତା ପାର୍ଟି (BJP) ସହ ଯାଉନାହାଁନ୍ତି ।

BTP ମେଣ୍ଟ ଭାଙ୍ଗି କହିଛି ଯେ, ଯଦି ଦଳ AAP ସହିତ ମେଣ୍ଟ ଜାରି ରଖିଥାନ୍ତେ ତେବେ ତାର ସଂଗଠନକୁ କ୍ଷତି ସହିବାକୁ ପଡ଼ିଥାନ୍ତା । କୁହାଯାଇଛି ଯେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ଓ ତାଙ୍କ ଦଳ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି । ଏକାକୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ଘୋଷଣା କରି ଛତୁଭାଇ ଭସାଭା କହିଛନ୍ତି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି ଓ ଆମେ କୌଣସି ଟୋପିୱାଲା ସହିତ ଜଡିତ ହେବାକୁ ଚାହୁଁ ନାହୁଁ, ସେ ଗେରୁଆ ହେଉ ଅବା ଝାଡ଼ୁ ଚିହ୍ନ ସହ ଧଳା ଟୋପି । ଏମାନେ ସମସ୍ତେ ସମାନ । ଏହି ଦେଶ ପଗଡି ପିନ୍ଧୁଥିବା ବ୍ୟକ୍ତିଙ୍କର ଅଟେ ଓ ଆଦିବାସୀଙ୍କ ସମସ୍ୟାକୁ ସବୁ ଦଳ ଅଣଦେଖା କରିଆସୁଛି ।

ଭସାଭା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ତରଫରୁ ତାଙ୍କ ନେତାମାନଙ୍କୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଇଛି । ସେ ଦାବି କରିଛନ୍ତି ଯେ, AAP ତାଙ୍କ କ୍ୟାଡର ଓ ନେତାମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ପରାଜୟ ହେଉ କିମ୍ବା ବିଜୟ ହେଉ ତାଙ୍କ ଦଳ ଏକାକୀ ବିଧାନସଭା ନିର୍ବାଚନ ଲିଢ଼ିବ । ଏଠାରେ କହି ରଖୁଛୁ ଯେ, ୨୦୧୭ରେ କଂଗ୍ରେସ ସହିତ ମିଶି ନିର୍ବାଚନ ଲଢ଼ିଥିବା ବିଟିପି ଦୁଇଟି ଆସନ ଜିତିଥିଲା । ଏହି ଦଳର ଗୁଜୁରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ନିଜର ସଂଗଠନ ରହିଛି । ଦଳ କହିଛି ଯେ, ଗୁଜୁରାଟରେ ତାର ପ୍ରାୟ ୫ ଲକ୍ଷ ସକ୍ରିୟ ସଦସ୍ୟ ଅଛନ୍ତି । ଏଭଳି ଅନେକ ଆସନରେ ଦଳର ଭଲ ସ୍ଥିତି ରହିଛି, ଯେଉଁଠାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ । 

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ମିଳିବ ବିଜୁଳି, ବିଦ୍ୟୁତ୍ ବିଲ୍ ଆସିବ ଜିରୋ, ତୁରନ୍ତ କରନ୍ତୁ ଆବେଦନ

ଅଧିକ ପଢ଼ନ୍ତୁ:-ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍; ରେଲୱେ ବାତିଲ କଲା ଆହୁରି ୧୭୧ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ନେଇ ବଦଳୁଛି ମତ, ବାବା ରାମଦେବ କଂଗ୍ରେସ ନେତାଙ୍କ କଲେ ଭୁରି ଭୁରି ପ୍ରଶଂସା

 

 

ସୂଚନାଯୋଗ୍ୟ, ଗୁଜୁରାଟରେ ମୋଟ ଜନସଂଖ୍ୟାର ପ୍ରାୟ ୧୪.୮ ପ୍ରତିଶତ ଆଦିବାସୀ ଲୋକ ଅଛନ୍ତି । ୨୭ ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ରାଜନୈତିକ ବିଶେଷଜ୍ଞମାନେ ମନେ କରନ୍ତି ଯେ ବିଟିପି କେବଳ ଦୁଇ ଜଣ ବିଧାୟକଙ୍କ ସହ ଏକ ଦଳ ହୋଇପାରେ, କିନ୍ତୁ AAP ତା ସହ ରହିଥିଲେ ଅନେକ ଲାଭ ପାଇଥାନ୍ତା । ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଘୋଷଣା କରିଥିବା AAP ଆଦିବାସୀ କ୍ଷେତ୍ରରେ ପ୍ରଚାର ପ୍ରସାର ପ୍ରତି ବହୁତ ଧ୍ୟାନ ଦେଉଛି । ନିକଟ ଅତୀତରେ ଅରବିନ୍ଦ କେଜ୍ରିୱାଲ ଆଦିବାସୀମାନଙ୍କୁ କେନ୍ଦ୍ରରେ ରଖି ଆଦିବାସୀ ଗ୍ରାମରେ ବିଦ୍ୟାଳୟ ଓ ଡାକ୍ତରଖାନା ଖୋଲିବାର ଅନେକ ପ୍ରତିଶ୍ରୁତି କରିଥିଲେ ।