Gujarat Politics: ଅଗଷ୍ଟ ୨୧ ତାରିଖ ରବିବାର ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା।
Trending Photos
Shankersinh Vaghela: ଚଳିତ ବର୍ଷ ଆଡ଼କୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଶଙ୍କରସିଂହ ବାଘେଲା ଦ୍ୱିତୀୟ ଥର ଲାଗି ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି।
ଅଗଷ୍ଟ ୨୧ ତାରିଖ ରବିବାର ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି (Praja Shakti Democratic Party) ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Former Gujarat Chief Minister) ଶଙ୍କରସିଂହ ବାଘେଲା (Shankersinh Vaghela)। ତାଙ୍କ ଦଳ ଚଳିତ ବର୍ଷ ଆଡକୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Gujarat Assembly Election 2022) ପ୍ରତିଦ୍ୱନ୍ଦ୍ୱିତା କରିବ।
ପୁନର୍ବାର ସକ୍ରିୟ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ ନିଜର ଉଦ୍ଦେଶ୍ୟ ବାବଦରେ ଘୋଷଣା କରି ରାଜଧାନୀ ଗାନ୍ଧିନଗର ଠାରେ ସ୍ଥାନୀୟ ଗଣମାଧ୍ୟମକୁ ସେ କହିଛନ୍ତି ଲୋକେ ବିଜେପିର ବିକଳ୍ପ ଖୋଜୁଛନ୍ତି। ମୋ ପାଇଁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଦ୍ୱାର ବନ୍ଦ ରହିଛି। ଏହି କାରଣରୁ ମୁଁ ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି ନାମରେ ଏକ ନୂଆ ଦଳ ଗଠନ କରିଛି। ଦେଢ ବର୍ଷ ପୂର୍ବେ ଏହି ଦଳ ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ଆମ ପାଖରେ ଏକ ଦଳ ରହିଛି।
Also Read: Arvind Kejriwal: ଗୁଜୁରାଟ ଲୋକଙ୍କ ପାଇଁ ତିନୋଟି ବଡ଼ ଘୋଷଣା କଲେ ଆପ ସଂଯୋଜକ
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ରାଜ୍ୟବାସୀଙ୍କୁ ଅନେକ ପ୍ରତିଶୃତି ଦେଇସାରିଛନ୍ତି। ଯେପରିକି ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ପରିବାର ପାଇଁ ୧୨ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଏବଂ ଏପରି ପରିବାରର ପିଲାଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଯୁବକଙ୍କୁ ଚାକିରୀ ମିଳିବା ପର୍ଯ୍ୟନ୍ତ ବେରୋଜଗାରୀ ଭତ୍ତା, ଜଳ ଟିକସ ଛାଡ, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ଚାଷୀଙ୍କୁ ଋଣ ଛାଡ, ବିଦ୍ୟୁତ୍ ବିଲ ରେ ଛାଡ଼, ଏବଂ ନୂତନ ବୈଜ୍ଞାନିକ ମଦ ନୀତି।
ଶଙ୍କର ସିଂହ ବାଘେଲାଙ୍କ ରାଜନୈତିକ କ୍ୟାରିୟର
ରାଜନୈତିକ ଦଳ