Gujarat Politics: ସେହି ବିଧାନସଭା ଆସନ, ଯେଉଁଠି ଜିତିବା ପାଇଁ ଅପେକ୍ଷା କରିଛି ବିଜେପି-କଂଗ୍ରେସ
Advertisement
Article Detail0/zeeodisha/odisha1414984

Gujarat Politics: ସେହି ବିଧାନସଭା ଆସନ, ଯେଉଁଠି ଜିତିବା ପାଇଁ ଅପେକ୍ଷା କରିଛି ବିଜେପି-କଂଗ୍ରେସ

Gujarat Assembly Election 2022: ଗୁଜୁରାଟରେ ଏପରି କିଛି ବିଧାନସଭା ଆସନ ରହିଛି ଯେଉଁଠି ବେଶ ଲମ୍ବା ସମୟ ଧରି ବିଜେପି କିମ୍ବା କଂଗ୍ରେସ ଜିତି ପାରିନାହାଁନ୍ତି।

 Gujarat Politics: ସେହି ବିଧାନସଭା ଆସନ, ଯେଉଁଠି ଜିତିବା ପାଇଁ ଅପେକ୍ଷା କରିଛି ବିଜେପି-କଂଗ୍ରେସ

Gujarat Election 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି। ଯଦିଓ ନିର୍ବାଚନ ଆୟୋଗ ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାଁନ୍ତି। ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ନିର୍ବାଚନରେ ବିଜୟ ବାନା ଉଡାଇବା ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଛନ୍ତି ସବୁ ଦଳ।  

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ରାଜ୍ୟରେ ଏପରି ୧୨ଟି ବିଧାନସଭା ଆସନ ଅଛି, ଯେଉଁଠି ବିଜେପି ଗତ ଦେଢ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ଜିତିବାରେ ବିଫଳ ହୋଇଛି। ସମାନ ଅବଧିରେ ରାଜ୍ୟରେ ଏପରି ୪୮ ସିଟ୍ ଅଛି ଯେଉଁଠାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ବିଜୟୀ ହେବାକୁ ଅପେକ୍ଷା କରିଛି।

ନିର୍ବାଚନ ଆୟୋଗ ତଥ୍ୟ ମୁତାବକ ୧୯୯୮ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ପାଞ୍ଚଟି ବିଧାନସଭା ନିର୍ବାଚନରେ ​​ବିଜେପି ଯେଉଁ ଆସନରେ ଜିତି ପାରିନାହିଁ ତାହା ହେଉଛି ବନସକଣ୍ଠା ଜିଲ୍ଲାର ଦାନ୍ତା, ସାବରକଣ୍ଠ  ଜିଲ୍ଲାର ଖେଡବ୍ରହ୍ମା, ଅରବଲ୍ଲୀ  ଜିଲ୍ଲାର ଭିଲୋଡା,  ରାଜକୋଟ ଜିଲ୍ଲାର ଜସଡଣ ଏବଂ ଧୋରାଜୀ, ଖେଡା ଜିଲ୍ଲାର ମହୁଆ, ଆଣନ୍ଦ ଜିଲ୍ଲାର ବୋରସାଦ, ଭରୁଚ ଜିଲ୍ଲାର ଝଗଡିଆ ଏବଂ ତାପି ଜିଲ୍ଲାର ବ୍ୟାରା। ଏହା ମଧ୍ୟରୁ ଦାନ୍ତା, ଖେଡବ୍ରହ୍ମା, ଭିଲୋଡା, ଝାଗଡିଆ ଏବଂ ବ୍ୟାରା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟପଟେ ଜସଡଣ, ଧୋରଜୀ, ମହୁଆ ଏବଂ ବୋରସୋଡ ସାଧାରଣ ବର୍ଗଙ୍କ ପାଇଁ  ଆରକ୍ଷିତ ରହିଛି।

ଭାଲସାଦ ଜିଲ୍ଲାର କପରାଡା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ୧୯୯୮ ପରେ ଏହି ଆସନରେ ଅନୁଷ୍ଠିତ କୌଣସି ବିଧାନସଭା ନିର୍ବାଚନ ଜିତି ପାରିନାହିଁ। ଏହି ଆସନ ୨୦୦୮ ବର୍ଷରେ ହୋଇଥିବା ସୀମା ପୁନନିର୍ଦ୍ଧାରଣ ପରେ ସୃଷ୍ଟି ହୋଇଥିଲା। ଗତ ୨୦୧୨  ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ ଜିତୁଭାଇ ହରିଭାଇ ଚୌଧୁରୀ ଏଠାରୁ ଜିତିଥିଲେ। ସୀମା ପୁନନିର୍ଦ୍ଧାରଣ ପୂର୍ବରୁ କପରାଡା  ସିଟ ମୋଟା ପୋଣ୍ଢା ଆସନ ନାମରେ ବିଦ୍ୟମାନ ଥିଲା। ୨୦୦୮ ବର୍ଷରେ ହୋଇଥିବା ସୀମା ପୁନନିର୍ଦ୍ଧାରଣ ପରେ ମୋଟା ପୋଣ୍ଢାର ଅଧିକାଂଶ ଅଂଶକୁ ଅନ୍ତର୍ଭୁକ୍ତ କରି କପରାଡା ଆସନ ସୃଷ୍ଟି କରାଯାଇଥିଲା। ଗତ ୧୯୯୮ ପର ଠାରୁ ଏହି ଆସନ କଂଗ୍ରେସ ଦଖଲରେ ରହିଛି।

ସୀମା ପୁନନିର୍ଦ୍ଧାରଣ ପୂର୍ବରୁ ଖେଡା ଜିଲ୍ଲାରେ କଠଲାଲ ନାମରେ ଏକ ବିଧାନସଭା ଆସନ ରହିଥିଲା। ସ୍ୱାଧୀନତା ପରେ ଅନୁଷ୍ଠିତ ହୋଇଥିବା ସମସ୍ତ ନିର୍ବାଚନରେ ଏହି ଆସନ କଂଗ୍ରେସ ଦଖଲ କରିଥିଲା। ହେଲେ ପ୍ରଥମ ଥର ପାଇଁ ୨୦୧୦ ବର୍ଷରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ବିଜେପି ପ୍ରଥମ ଥର ଏହି ଆସନ ଜିତିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ।

ସୀମା ପୁନନିର୍ଦ୍ଧାରଣ ପରେ କଠଲାଲ ଆସନକୁ ଉଚ୍ଛେଦ କରି କପଡବଞ୍ଜ ସହିତ ବିଲୟ କରାଯାଇଥିଲା। ଏହା ସତ୍ତ୍ୱେ ୨୦୧୨ ଏବଂ ୨୦୧୭ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏହି ଆସନ ଜିତିଥିଲା। ୨୦୦୭ ନିର୍ବାଚନରେ ​​କପଡବଞ୍ଜ ଆସନ କଂଗ୍ରେସ ଜିତିଥିଲା, ହେଲେ ପୂର୍ବ ତିନୋଟି ନିର୍ବାଚନରେ ​​ଏହି ଆସନରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଥିଲା। ବିଜେପି ଯେଉଁ ସିଟ୍ ଜିତି ପାରିନାହିଁ ତାହା ଅଧିକାଂଶ ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। 

ଗତ ୧୯୮୦ ଦଶକ ପର ଠାରୁ ଗୁଜୁରାଟ ରାଜନୀଚିରେ ବିଜେପି ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ୧୯୯୫ ମସିହା ପର ଠାରୁ ଅନୁଷ୍ଠିତ ସମସ୍ତ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। କେବଳ ଗତ ୨୦୧୭ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଆଖିଦୃଶିଆ ରହିଥିଲା। ଏହି ସମୟ ମଧ୍ୟରେ ଅନୁଷ୍ଠିତ ନିର୍ବାଚନରେ ଏପରି ୪୮ ସିଟ୍ ରହିଛି ଯେଉଁଠି କଂଗ୍ରେସ କେବେ ଜିତି ପାରି ନାହିଁ।

ଏହି ଆସନ ହେଉଛି ଅହମ୍ମଦାବାଦ ଜିଲ୍ଲାର ଦସକ୍ରୋଇ, ସାବରମତି, ଏଲିସ୍ ବ୍ରିଜ୍, ଅସାରୱା, ମଣି ନଗର ଏବଂ ନାରୋଦା, ସୁରତ ଜିଲ୍ଲାର ମାଣ୍ଡବି, ମଙ୍ଗରୋଲ, ଓଲପାଡ, ମହୁୱା, ଏବଂ ସୁରଟ ଉତ୍ତର, ଭଦୋଦରା ଜିଲ୍ଲାର ଭଦୋଦରା, ରାଓପୁରା ଏବଂ ୱାଗୋଡିଆ, ନଭସାରୀ ଜିଲ୍ଲାର ନବସାରୀ, ଜଲାଲପୁର ଏବଂ ଗଣଦେବୀ, ଭରୁଚ ଜିଲ୍ଲାର ଅଙ୍କଲେଶ୍ୱର, ଖେଡା ଜିଲ୍ଲାର ନାଡିଆଡ, ପଞ୍ଚମହଲ ଜିଲ୍ଲାର ସେହରା, ସବରକଣ୍ଠା ଜିଲ୍ଲାର ଇଡର, ମେହସାଣା ଜିଲ୍ଲାର ବିସନଗର, ବୋତାଡ ଜିଲ୍ଲାର ବୋତାଡ, ଜୁନାଗଡ ଜିଲ୍ଲାର କେଶୋଦ, ପୋରବନ୍ଦର ଜିଲ୍ଲାର କୁଟିୟାନା, ରାଜକୋଟ ଜିଲ୍ଲାର ଗୋଣ୍ଡାଲ, ସୁରେନ୍ଦ୍ର ନଗର ଜିଲ୍ଲାର ବଧାବନ ଆସନ ଅନ୍ତର୍ଭୁକ୍ତ।

ଏହି ଆସନ ମଧ୍ୟରୁ ଅଧିକାଂଶ ସାଧାରଣ ବର୍ଗଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ କେତେକ ଆସନ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ଆରକ୍ଷିତ ରହିଛି। ଗୁଜୁରାଟର ମୋଟ ୧୮୨ ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ୨୭ ସିଟ୍ ଅନୁସୂଚିତ ଜନଜାତି ଏବଂ ୧୩ ସିଟ୍ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। 

ଦୀର୍ଘ ୨୭ ବର୍ଷ ଧରି ଶାସନ କରିବା ସତ୍ତ୍ୱେ ଗୁଜୁରାଟର ଅଧିକାଂଶ ସହରାଞ୍ଚଳରେ ବିଜେପି ଏକପାଖିଆ ବିଜୟ ହାସଲ କରିଛି। ହେଲେ ରାଜ୍ୟର ସଂରକ୍ଷିତ ଆସନରେ ସମାନ ପ୍ରକାରର ବିଜୟ ହାସଲ କରିପାରି ନାହିଁ। କ୍ଷମତାରୁ ଦୂରରେ ରହିବା ପରେ ମଧ୍ୟ କଂଗ୍ରେସ ଏହି ଆସନରେ ବିଜେପିକୁ କଡ଼ା ମୁକାବିଲା କରିଛି।