ଜ୍ଞାନବ୍ୟାପୀ ମସଜିଦ ଭଳି ମାମଲା ବିଜେପି ଏବଂ ଏହାର ସହଯୋଗୀଙ୍କ ଦ୍ୱାରା ଜାଣିଶୁଣି ଉଠାଯାଉଛି।
Trending Photos
Akhilesh Yadav on Gyanvapi Mosue: ଜ୍ଞାନବ୍ୟାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ବିବାଦକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଜେପି ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଜ୍ଞାନବ୍ୟାପୀ ମସଜିଦ ମାମଲା ଉଠାଯାଉଛି।
ଜ୍ଞାନବ୍ୟାପୀ ମସଜିଦ ଭଳି ମାମଲା ବିଜେପି ଏବଂ ଏହାର ସହଯୋଗୀଙ୍କ ଦ୍ୱାରା ଜାଣିଶୁଣି ଉଠାଯାଉଛି। ଏବେ ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହେବାରେ ଲାଗିଛି। ବଢୁଥିବା ଦରଦାମ ବୃଦ୍ଧି ଏବଂ ବେରୋଜଗାରୀ ପ୍ରସଙ୍ଗରେ ବିଜେପି ପାଖରେ କୌଣସି ଜବାବ ନାହିଁ। ବିଜେପି ଏଭଳି ଘୃଣା ସୃଷ୍ଟି କରିବା ଭଳି କ୍ୟାଲେଣ୍ଡର ରହିଛି। ଯାହାକୁ ସେମାନେ ନିର୍ବାଚନ ଆସିବା ପର୍ଯ୍ୟନ୍ତ ଉଠାଇଥାନ୍ତି।
Also Read: ବିଧାନସଭା ନିର୍ବାଚନ ପରେ ଟୋପିକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି
ଘରୋଇକରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ କହିଛନ୍ତି ବର୍ତ୍ତମାନ ଦେଶର ସମ୍ପତ୍ତି ବିକ୍ରୟ କରାଯାଉଛି। ବିଜେପି ୱାନ ନେସନ ୱାନ ରାସନ ନାରା ଦେଉଛି ହେଲେ ଏବେ ୱାନ ନେସନ ୱାନ ବିଜନେସମ୍ୟାନ ଆଧାରରେ କାମ କରୁଛି।
Also Read: ଅଭିନନ୍ଦନ ଜଣାଇବା ସହ BJP ବିରୁଦ୍ଧରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ
ନିକଟ ଅତୀତରେ ବିଦେଶ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ଅଖିଲେଶ ଯାଦବ। ଏନେଇ ସେ କହିଥିଲେ କୌଣସି ତଥ୍ୟରୁ ପେଟ ପୂରିବ ନାହିଁ। ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ, ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଆବଶ୍ୟକ। ଯେତେବେଳେ ଜଣେ ଭୋକିଲା ପେଟରେ ଥିବ ସେତେବେଳେ ସେ ଇଣ୍ଟରନେଟ ଡାଟା ନେଇ କ'ଣ କରିବ?