ଅଭିନନ୍ଦନ ଜଣାଇବା ସହ BJP ବିରୁଦ୍ଧରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ
Advertisement
Article Detail0/zeeodisha/odisha1134354

ଅଭିନନ୍ଦନ ଜଣାଇବା ସହ BJP ବିରୁଦ୍ଧରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ

ଏହି ଶପଥ ଗ୍ରହଣ ସମାରୋହ ଉପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ।

ଅଭିନନ୍ଦନ ଜଣାଇବା ସହ BJP ବିରୁଦ୍ଧରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ

ଲକ୍ଷ୍ନୌ: ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ରାଜଧାନୀ ଲକ୍ଷ୍ନୌସ୍ଥିତ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ନେତୃତ୍ୱାଧିନ ମନ୍ତ୍ରୀଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଦେବା ଲାଗି 
ପ୍ରମୁଖ ବିରୋଧି ଦଳର ନେତାଙ୍କ ପାଖକୁ ପଠାଯାଇଥିଲା ଆମନ୍ତ୍ରଣ। ହେଲେ କେହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନାହାଁନ୍ତି। 

ଏହି ଶପଥ ଗ୍ରହଣ ସମାରୋହ ଉପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଛନ୍ତି ସେମାନେ ଶ୍ରେୟ ନେବାର କାମ ଜାରି ରଖନ୍ତୁ। ନବଗଠିତ ସରକାରକୁ ଅଭିନନ୍ଦନ ଜଣାଉଛି। ସେମାନେ ସମାଜବାଦୀ ସରକାର ଅମଳରେ ନିର୍ମାଣ କରାଯାଇଥିବା ଷ୍ଟାଡିୟମ୍ ପରିସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଛନ୍ତି। କେବଳ ସରକାର ଗଠନ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ ପ୍ରକୃତ ସେବା ପାଇଁ ମଧ୍ୟ ଶପଥ ନେବା ଆବଶ୍ୟକ।  

ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ରାଜଧାନୀ ଲକ୍ଷ୍ନୌସ୍ଥିତ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଠାରେ ନିଜର ୫୨ ମନ୍ତ୍ରୀଙ୍କ ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।

Also Read: 'ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ରହିଛି ସମାଜବାଦୀ ପାର୍ଟି'

ରାଜଧାନୀ ଲକ୍ଷ୍ନୌସ୍ଥିତ ଇକାନା ଷ୍ଟାଡିୟମ୍  ଅଖିଳେଶ ଯାଦବଙ୍କ ମୁଖ୍ୟମନ୍ତ୍ରୀ କାଳରେ ନିର୍ମିତ ହୋଇଥିଲା। ଏହି ଷ୍ଟାଡିୟମ ବାହାରେ ମୋଗଲ ସ୍ଥାପତ୍ୟ ଏବଂ ଭିତରରୁ କ୍ରୀଡା ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି। ଗତ ୨୦୧୮ ବର୍ଷରେ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର ଏହାକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିଥିଲେ। ଏଠାରେ ଏକ T-20 ମ୍ୟାଚ୍ ମଧ୍ୟ ଆୟୋଜିତ ହୋଇସାରିଛି। ଏହି ଷ୍ଟାଡିୟମ ର କ୍ଷମତା ପ୍ରାୟ ୫୦ ହଜାର ହେବ ବୋଲି କୁହାଯାଉଛି। ହେଲେ କ୍ରିକେଟର ଏହି ଷ୍ଟାଡିୟମ ବର୍ତ୍ତମାନ ଯୋଗୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ସାକ୍ଷୀ ପାଲଟିଛି।