Haryana Politics: ବିଜେପି ହାତ ଧରିବେ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ
Advertisement
Article Detail0/zeeodisha/odisha1251719

Haryana Politics: ବିଜେପି ହାତ ଧରିବେ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ

Haryana MLA Kuldeep Bishnoi: ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋୟୀ ବର୍ତ୍ତମାନ ରାଜ୍ୟର ଆଦମମପୁର ଆସନର ବିଧାୟକ ଅଛନ୍ତି। ରାଜ୍ୟସଭା ନିର୍ବାଚନରେ ​​କ୍ରସ-ଭୋଟିଂ ପରେ କଂଗ୍ରେସ ତାଙ୍କୁ ସମସ୍ତ ଦଳୀୟ ପଦବୀରୁ ହଟାଇ ଦେଇଥିଲା।

Haryana Politics: ବିଜେପି ହାତ ଧରିବେ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ

Haryana MLA Kuldeep Bishnoi: ଗତ ଜୁନ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିବା ହରିୟାଣା କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ନିଜେ ବିଧାୟକ ବିଷ୍ଣୋୟୀ ବିଜେପି ନେତାଙ୍କ ସହ ଭେଟଘାଟର ଫଟୋ ଟ୍ୱିଟ କରିଛନ୍ତି। ଦଳରୁ ହିଷ୍କୃତ ହେବା ପରେ ମଧ୍ୟ କୁଲଦୀପ ବିଷ୍ଣୋୟୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରୁ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ହଟାଇନଥିଲେ। ମାତ୍ର ବର୍ତ୍ତମାନ ସେ ଏହି ତିନି ନେତାଙ୍କ ଫଟୋ କୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରୁ ହଟାଇଛନ୍ତି।

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନିଲମ୍ବିତ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ ସେମାନଙ୍କ ପ୍ରଶଂସା କରିଥିଲେ। ଦଳକୁ ସଫଳତାର ଶିଖରରେ ପହଞ୍ଚାଇ ଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ବାବଦରେ ଉଲ୍ଲେଖ କରି ବିଧାୟକ ବିଷ୍ଣୋୟୀ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ତାଙ୍କୁ ଭେଟି ଅତ୍ୟଧିକ ଗର୍ବିତ। ତାଙ୍କର ବିନମ୍ର ସ୍ୱଭାବ ତାଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରେ। ତାଙ୍କ ସଭାପତିତ୍ୱରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିଛି। ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜଣେ ପରୋପକାରୀ ନେତା ଭାବରେ ବର୍ଣ୍ଣନା କରି ବିଷ୍ଣୋୟୀ ଟ୍ୱିଟ କରି କହିଛନ୍ତି ଯେ ତାଙ୍କୁ ଭେଟିବା ପ୍ରକୃତ ଗୌରବର ବିଷୟ। ତାଙ୍କ ସହିତ ହୋଇଥିବା ମୋର କଥାବାର୍ତ୍ତାରେ ତାଙ୍କର ଚରିତ୍ରକୁ ଅନୁଭବ କରିଛି। ଭାରତ ପାଇଁ ତାଙ୍କର ଦୂରଦୃଷ୍ଟି ଆଶ୍ଚର୍ଯ୍ୟଜନକ।

ନିଲମ୍ବିତ କଂଗ୍ରେସ କୁଲଦୀପ ବିଷ୍ଣୋୟୀ କେନ୍ଦ୍ରମନ୍ତ୍ରୀ ଶାହଙ୍କ ବାବଦରେ ଆହୁରି ମଧ୍ୟ କହିଛନ୍ତି ଅମିତ ଶାହା ହେବା ଅତ୍ୟନ୍ତ କଷ୍ଟକର। ସୁଷମା ସ୍ୱରାଜ, ନୀତିନ ଗଡ଼କରୀ, ରାଜନାଥ ସିଂହଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ସେୟାର କରି ରାଜନାଥ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋୟୀ ବର୍ତ୍ତମାନ ରାଜ୍ୟର ଆଦମମପୁର ଆସନର ବିଧାୟକ ଅଛନ୍ତି। ରାଜ୍ୟସଭା ନିର୍ବାଚନରେ ​​କ୍ରସ-ଭୋଟିଂ ପରେ କଂଗ୍ରେସ ତାଙ୍କୁ ସମସ୍ତ ଦଳୀୟ ପଦବୀରୁ ହଟାଇ ଦେଇଥିଲା।

Also Read: Rajya Sabha Election 2022: କଂଗ୍ରେସ ଲାଗି ଚିନ୍ତା ବଢାଇଲେ ୨ ବିଧାୟକ