Advertisement
Article Detail0/zeeodisha/odisha2276030
Zee OdishaOdisha PoliticsParliament: ନୂଆ ସାଂସଦଙ୍କୁ କେମିତି ସ୍ୱାଗତ କରିବ ସଂସଦ, ଜାଣନ୍ତୁ କ’ଣ ହୋଇଛି ବ୍ୟବସ୍ଥା ଏହି ୧୦ ବିନ୍ଦୁ ଦ୍ୱାରା

Parliament: ନୂଆ ସାଂସଦଙ୍କୁ କେମିତି ସ୍ୱାଗତ କରିବ ସଂସଦ, ଜାଣନ୍ତୁ କ’ଣ ହୋଇଛି ବ୍ୟବସ୍ଥା ଏହି ୧୦ ବିନ୍ଦୁ ଦ୍ୱାରା

ଭୁବନେଶ୍ୱର: ଆସନ୍ତା କାଲି ଦେଶର ଏକ ବଡ଼ ଦିନ। ଏହିଦିନ ଲୋକସଭାର ୫୪୩ ନୂତନ ସଦସ୍ୟଙ୍କ ନାଁ ଘୋଷଣା କରାଯିବ। ସେମାନଙ୍କୁ କିପରି ଭବ୍ୟ ସ୍ୱାଗତ କରାଯିବ, ଦିଲ୍ଲୀରେ ଯେମିତି କୌଣସି ଅସୁବିଧା ନହେବ ସେଥିଲାଗି ସବୁ ବ୍ୟବସ୍ଥା କରିଛି ଭାରତର ସଂସଦ। ବିଭିନ୍ନ ସ୍ଥାନରେ ହେଲ୍ପ ଡେସ୍କ ସ୍ଥାପନ ସହ କର୍ମଚାରୀଙ୍କ ଭିତରୁ କିଏ  କେଉଁ ଅଞ୍ଚଳର ସାଂସଦଙ୍

Parliament: ନୂଆ ସାଂସଦଙ୍କୁ  କେମିତି ସ୍ୱାଗତ କରିବ ସଂସଦ, ଜାଣନ୍ତୁ କ’ଣ ହୋଇଛି ବ୍ୟବସ୍ଥା ଏହି ୧୦ ବିନ୍ଦୁ ଦ୍ୱାରା

Parliament: ଭୁବନେଶ୍ୱର: ଆସନ୍ତା କାଲି ଦେଶର ଏକ ବଡ଼ ଦିନ। ଏହିଦିନ ଲୋକସଭାର ୫୪୩ ନୂତନ ସଦସ୍ୟଙ୍କ ନାଁ ଘୋଷଣା କରାଯିବ। ସେମାନଙ୍କୁ କିପରି ଭବ୍ୟ ସ୍ୱାଗତ କରାଯିବ, ଦିଲ୍ଲୀରେ ଯେମିତି କୌଣସି ଅସୁବିଧା ନହେବ ସେଥିଲାଗି ସବୁ ବ୍ୟବସ୍ଥା କରିଛି ଭାରତର ସଂସଦ। ବିଭିନ୍ନ ସ୍ଥାନରେ ହେଲ୍ପ ଡେସ୍କ ସ୍ଥାପନ ସହ କର୍ମଚାରୀଙ୍କ ଭିତରୁ କିଏ  କେଉଁ ଅଞ୍ଚଳର ସାଂସଦଙ୍କୁ ସ୍ୱାଗତ କରିବେ ତାହାର ପ୍ରସ୍ତୁତି ବି ହୋଇଛି। କେମିତି ଏ ପ୍ରସ୍ତୁତି ହୋଇଛି ଓ କିପରି ନୂତନ ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯିବ, ନଜର ପକାନ୍ତୁ ଏହି ୧୦ ପ୍ରମୁଖ ବିନ୍ଦୁ ଉପରେ: 

1.  ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛିକ୍ଷଣ ଭିତରେ ମହାସଚିବ ନୂତନ  ସାଂସଦ ତଥା ଗୃହର ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ପାଇଁ ସଂସଦରେ ତାଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ଉଲ୍ଲେଖ କରି ଏକ ଚିଠି ପ୍ରଦାନ କରିବେ। ଯେଉଁ ସଦସ୍ୟମାନେ ସେମାନଙ୍କ ଫଳାଫଳ ସରକାରୀ ଘୋଷଣା ପୂର୍ବରୁ ଜାଣୁଛନ୍ତି ସେମାନେ ସଂସଦକୁ ଫୋନ କରି ସେମାନଙ୍କ ସ୍ୱାଗତ କରିବା ଲାଗି ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ବୁଝିପାରିବେ। 

2. ନୂତନ ବ୍ୟବସ୍ଥା ଅନୁସାରେ, ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦର ଏବଂ ନୂଆଦିଲ୍ଲୀ, ଦିଲ୍ଲୀ, ନିଜାମୁଦ୍ଦିନ ଏବଂ ଆନନ୍ଦ ବିହାର ରେଳ ଷ୍ଟେସନରେ ନୂତନ ସାଂସଦଙ୍କୁ ସ୍ୱାଗତ କରିବା ଲାଗି ସହାୟତା ଡେସ୍କ ବା ଗାଇଡ ପୋଷ୍ଟ ବ୍ୟବସ୍ଥା କରାଯାଇଛି। ଏସବୁ ଗାଇଡ୍‍ ପୋଷ୍ଟରେ ଲୋକସଭାର ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀଙ୍କୁ ମୁତ୍ତୟନ କରାଯାଇଛି।

Add Zee News as a Preferred Source

3. ଗାଇଡ୍‍ ପୋଷ୍ଟଗୁଡ଼ିକ ୪ ଜୁନ ୨୦୨୪ ସନ୍ଧ୍ୟା ୬ଟାରୁ  ରାତି ୧୧ଟା ଏବଂ ୫ ଜୁନ ୨୦୨୪ ରୁ ୯ ଜୁନ ୨୦୨୪ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାତଃ ୫ଟା ରୁ ରାତି ୧୧ ଟା ଯାଏଁ କାର୍ଯ୍ୟକ୍ଷମ ରହିବ।

4. ଏହି ଗାଇଡ୍‍ ପୋଷ୍ଟରେ ଯୋଗାଯୋଗ କରିଲେ ବିମାନ ବନ୍ଦରରୁ ନୂତନ ସଭ୍ୟମାନଙ୍କୁ ସଂସଦର କର୍ମଚାରୀମାନେ ତାଙ୍କ ପାଇଁ ଉଦ୍ଦିଷ୍ଟ ଅତିଥିଶାଳାକୁ ପହଞ୍ଚାଇବାର ବ୍ୟବସ୍ଥା କରିବେ। 

5. ଏଣୁ ବିମାନବନ୍ଦର  ଅବା ରେଳ ଷ୍ଟେସନରେ ପହଞ୍ଚିବା ପରେ ଏହିସବୁ ଗାଇଡ୍‍ ପୋଷ୍ଟଗୁଡ଼ିକ ସହ ପରିବହନ ସେବା ସମେତ ଅନ୍ୟ ସହାୟତା ପାଇଁ ଯୋଗାଯୋଗ କରିବାକୁ କୁହାଯାଇଛି। 

6. ନିର୍ବାଚନରେ ଜିତିବା ଖବର ପାଇବା ପରେ ନୂତନ ସଦସ୍ୟମାନଙ୍କୁ ଫୋାନ କରି ନିଜର ଯାତ୍ରା ଯୋଜନା ଚୂଡାନ୍ତ କରିବା ସହ ଆଗୁଆ ବ୍ୟବସ୍ଥା ପାଇଁ ସୂଚନା ଦେବାକୁ ସାଂସଦଙ୍କୁ ଅନୁରୋଧ କରାଯାଇଛି। 

7. ସଂସଦ ଭବନର ଅନେକ୍ସ କୋଠାରେ ନୂତନ ସାଂସଦଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଏଠାରେ ପଞ୍ଜିକରଣ କରାଯିବା ସହ ତାଙ୍କୁ ସ୍‍ୱଳ୍ପ କାଳ ରହିବାର ବ୍ୟବସ୍ଥା, ସ୍ଥାୟୀ ପରିଚୟ ପତ୍ର, ସଂସଦୀୟ ପତ୍ରିକା ଓ ଅନ୍ୟ ସାମଗ୍ରୀ ପ୍ରଦାନ ଏବଂ ଆବଶ୍ୟକ ସିମ୍‍ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ଦୁଇଟି ଗାଡ଼ି ଲାଗି ଫାଶ୍‍ଟ୍ୟାଗ୍‍ ପ୍ରଦାନ ବ୍ୟବସ୍ଥା କରାଯାଇଛି। 

8. ନୂତନ ସାଂସଦମାନେ ଏସବୁ ସୁବିଧା ଲାଭ କରିବା ଲାଗି ନିଜ ସାଙ୍ଗରେ ୫ଟି ନଥି ଆଣିବାକୁ କୁହାଯାଇଛି। ସେଗୁଡ଼ି ହେଲା, ନିର୍ବାଚନ ଜିତିଥିବାର ମୂଳ ପ୍ରମାଣପତ୍ର, ଆଧାର କାର୍ତଡ, ସ୍ୱାମୀ ବା ସ୍ତ୍ରୀଙ୍କ ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋ, ଦୁଇଟି ବାହାନର ପଞ୍ଜିକରଣ ପ୍ରମାଣପତ୍ର ଯେଉଁଥିରେ ଫାଶ୍‍ ଟ୍ୟାଗ୍‍ ଓ ଅନୁମତି ପତ୍ର ଲଗାଯିବ। 

9. ଜଣେ ସୂତ୍ରଧର ଅଧିକାରୀଙ୍କୁ ସହାୟତା ପାଇଁ ନିଯୁକ୍ତ କରାଯାଇଛି। ସେ ଜଣେ ସାଂସଦଙ୍କ ସହ ପୂର୍ଣ୍ଣ ସହାୟତା ପାଇଁ ଉପଲବ୍ଧ ହେବେ। 

10. ପଞ୍ଜିକରଣ ସମୟରେ ଆବଶ୍ୟକ ୨୩ ପ୍ରକାର ସୂଚନା ଓ ଆବଶ୍ୟକ ନଥିକୁ ନୂତନ ସଭ୍ୟମାନଙ୍କୁ ଯାତ୍ରା ଆରମ୍ଭ ପୂର୍ବରୁ ପଠାଇବାକୁ ହେବ। ଇମେଲ୍‍ ଯୋଗେ ଏହି ସୂଚନା ଦେବାକୁ ହେବ। ଏହାଦ୍ୱାରା ଲୋକସଭାରେ ତାଙ୍କ ଭାଷା ଅନୁସାରେ ଶପଥ ଗ୍ରହଣ ଲାଗି ସୁବିଧା ଉପଲବ୍ଧ କରାଯିବା ସହ ତାଙ୍କ ପାଇୋ ଭାଷାନ୍ତରଣ ସୁବିଧା ବି କରି ଦିଆଯାଇପାରିବ।

About the Author