'ଯଦି ଯୋଗୀ ନିର୍ବାଚନ ଜିତନ୍ତି ତାହେଲେ ମୁଁ କେବେ ଭାରତ ଫେରିବି ନାହିଁ'
Advertisement
Article Detail0/zeeodisha/odisha1102621

'ଯଦି ଯୋଗୀ ନିର୍ବାଚନ ଜିତନ୍ତି ତାହେଲେ ମୁଁ କେବେ ଭାରତ ଫେରିବି ନାହିଁ'

 "ବର୍ତ୍ତମାନ ମୁଁ ଏକ ପ୍ରତିଶୃତି ଦେଉଛି ଯେ ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ୧୦ ମାର୍ଚ୍ଚରେ ପରାସ୍ତ ନହେଲେ ମୁଁ ଆଉ ଭାରତ ଫେରିବି ନାହିଁ! ଜୟ ବଜରଙ୍ଗବାଲି"। 

'ଯଦି ଯୋଗୀ ନିର୍ବାଚନ ଜିତନ୍ତି ତାହେଲେ ମୁଁ କେବେ ଭାରତ ଫେରିବି ନାହିଁ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ମତଦାତାଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ମଧ୍ୟରେ ଜାରି ରହିଛି ବୟାନବାଜି। ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ଜଣେ ଅଭିନେତା। 

ନିର୍ବାଚନ ସମୟରେ ଅଭିନେତା କମଲ ରସିଦ ଖାନ (Kamal Rashid Khan) କେଆରକେ (KRK) ଯିଏ ପ୍ରତିଦିନ ରାଜନେତାଙ୍କୁ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ସେ ଉତ୍ସାହର ସହ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଜିତନ୍ତି ତାହେଲେ ସବୁଦିନ ପାଇଁ ଭାରତ ଛାଡିଦେବେ। ତାଙ୍କର ଏହି ଟ୍ୱିଟ୍ ପରେ ଟ୍ୱିଟର ୟୁଜର ଏହାର ମଜା ଉଠାଉଥିବାର ଦେଖାଯାଉଛି। 

ନିକଟରେ କେଆରକେ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ କହୁଛନ୍ତି, "ବର୍ତ୍ତମାନ ମୁଁ ଏକ ପ୍ରତିଶୃତି ଦେଉଛି ଯେ ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ୧୦ ମାର୍ଚ୍ଚରେ ପରାସ୍ତ ନହେଲେ ମୁଁ ଆଉ ଭାରତ ଫେରିବି ନାହିଁ! ଜୟ ବଜରଙ୍ଗବାଲି"। ତାଙ୍କର ଏହି ଟ୍ୱିଟ ଉପରେ ୟୁଜର ବିଭିନ୍ନ ପ୍ରକାର ଅଜବ ଧରଣର ଜବାବ ଦେବାରେ ଲାଗିଛନ୍ତି। 

Also Read: 'ମୋତେ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ'

ତାଙ୍କ ଏହି ଟ୍ୱିଟ ଉପରେ ଜବାବ ଶ୍ୱେତା ଗୁପ୍ତା ନାମକ ଜଣେ ୟୁଜର ଲେଖିଛନ୍ତି "ଯୋଗୀ ଜୀ ପୁଣି ଆସିବେ।" ସେହିପରି ଅଖିଲେଶ ନାମକ ଜଣେ ୟୁଜର କହିଛନ୍ତି ମୁନାୱର ରାଣା ଏବଂ କେଆରକେ ନିଜ କଥା ଉପରେ କଥାରେ ପ୍ରତିଶୃତିବଦ୍ଧ ରୁହ! କାରଣ ୧୧ ମାର୍ଚ୍ଚରେ ଅନେକ ଲୋକଙ୍କ ୧୨ ବାଜିଯିବାର ଅଛି। ଯଦିଓ ତୁମେ ଭୁଲରେ ଭାରତ ଆସିଯାଅ ତାହେଲେ ତୁମକୁ ଧକ୍କା ମାରି ବିଦା କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ନିଜେ କରିଥିବା ଟ୍ୱିଟ ହଟାଇବ ନାହିଁ।

ମୁରଲୀ କୁମାର ନାମକ ୟୁଜର କହିଛନ୍ତି ଆପଣଙ୍କର ଏଠାରେ ଆବଶ୍ୟକତା ନାହିଁ। ନିଜେ କେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି ତାହା ନିଜେ ସ୍ଥିର। କାରଣ କେବଳ ଯୋଗୀ ଜି ହିଁ ଫେରିବେ। ଅନିଲ କୁମାର କଲୱାର କହିଛନ୍ତି ଲାଗୁଛି କେଆରକେ ଶିମଲା ଥଣ୍ଡାକୁ ମଧ୍ୟ ପସନ୍ଦ କରୁନାହାଁନ୍ତି। ଯୋଗୀ ଜୀ ପୁଣି ଫେରିବେ। ଏହି ସମୟରେ ଅଶୋକ ମିଶ୍ର ଟ୍ୱିଟ୍ କରି ଲେଖିଛନ୍ତି "ଦୁଃଖିତ କେରଆରକେ ଭାରତ ଫେରିପାରିବ ନାହିଁ, ଆମେ ଦୁଃଖିତ"। 

fallback
 ଅଲ୍ପେଶ ପଟେଲ ଲେଖିଛନ୍ତି "ମୁଁ ଶୁଣିଛି କେଆରକେ ମିକା ସିଂହଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଆଉ ମିକା ତାଙ୍କ ଘରେ ପହଞ୍ଚିଗଲେ। ଏହା ପୂର୍ବରୁ କେଆରେକ ପଳାଇଥିଲ, ଏହା ଠିକ୍?