ଇସ୍ରାଏଲ ଭଳି ଅପରେସନ କରି ଚର୍ଚ୍ଚାରେ ଭାରତ; ୨୩ ବର୍ଷ ପରେ ସଫଳ ହେଲା ଟାର୍ଗେଟ
Advertisement
Article Detail0/zeeodisha/odisha1127455

ଇସ୍ରାଏଲ ଭଳି ଅପରେସନ କରି ଚର୍ଚ୍ଚାରେ ଭାରତ; ୨୩ ବର୍ଷ ପରେ ସଫଳ ହେଲା ଟାର୍ଗେଟ

ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସୁରକ୍ଷା ଏଜେନ୍ସି ଏହାର ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବାକୁ ଅନେକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ଇସ୍ରାଏଲ ଭଳି ଅପରେସନ କରି ଚର୍ଚ୍ଚାରେ ଭାରତ; ୨୩ ବର୍ଷ ପରେ ସଫଳ ହେଲା ଟାର୍ଗେଟ

ନୂଆଦିଲ୍ଲୀ: ଆତଙ୍କବାଦୀ ଅଥବା କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜବାବ ଦେଇ ଚର୍ଚ୍ଚାର ପରିସରରେ ରହିଥାଏ ଇସ୍ରାଏଲ ସେନା କିମ୍ବା ଏହାର ଗୁଇନ୍ଦା ଏଜେନ୍ସି ମୋସାଦ। ସଦ୍ୟ ବନ୍ଧୁ ଇସ୍ରାଏଲ ଦ୍ୱାରା କରାଯାଇଥିବା "OPERATION WRATH OF GOD" ଭଳି ଏକ ଅପରେସନ କାର୍ଯ୍ୟକାରୀ କରି ଚର୍ଚ୍ଚାକୁ ଆସିଛି ଭାରତ।   

ଆତଙ୍କବାଦୀ ଅଥବା ଶତ୍ରୁଙ୍କୁ ନିପାତ କରିବାକୁ ଯାଇ ଭାରତ ବର୍ତ୍ତମାନ ଇସ୍ରାଏଲ ରାସ୍ତାରେ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି। ପ୍ରାୟ ୨୩ ବର୍ଷ ପରେ କରାଚୀ ଠାରେ ଗତ ୧୯୯୯  ମସିହାରେ ହୋଇଥିବା ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କ ହତ୍ୟା କରାଯିବା ଏହି ସମ୍ଭାବନାକୁ ସୂଚାଉଛି। ମାର୍ଚ୍ଚ ପହିଲାରେ କରାଚୀସ୍ଥିତ ଅଖତର କଲୋନୀ ଠାରେ ୪୪ ବର୍ଷୀୟ ଜହୁର ମିସ୍ତ୍ରୀ ଇବ୍ରାହିମକୁ ହତ୍ୟା କରିଛନ୍ତି ଅଜ୍ଞାତ ଆକ୍ରମଣକାରୀ। 

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଏହା ହେଉଛି ଏକ ଯୋଜନାବଦ୍ଧ ହତ୍ୟା। ଏନେଇ ଅଭିଯୋଗ ହୋଇଛି ଯେ ଜହୁର ମିସ୍ତ୍ରୀ ଅପହୃତ ହୋଇଥିବା ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଯୋଗେ ଯାତ୍ରା କରୁଥିବା ରୁପିନ କତ୍ୟାଲ ନାମକ ଜଣେ  ଯୁବକଙ୍କୁ ଛୁରୀ ମାରି ହତ୍ୟା କରିଥିଲା। ଖବର ଅନୁଯାୟୀ ସେ କରାଚୀସ୍ଥିତ ଅଖତର କଲୋନୀ ଠାରେ କ୍ରେସେଣ୍ଟ ଫର୍ନିଚର୍ସ ନାମକ ଏକ ଶୋ ରୁମ୍ ଚଳାଉଥିଲେ ଏବଂ ଜାହିଦ୍ ଅଖୁଣ୍ଡ ଗାନି ନାମରେ ନିଜର ଦସ୍ତାବିଜ ପଞ୍ଜୀକୃତ କରିଥିଲା।

Also Read: Twitter CEO: ଭାରତୀୟ ଦାୟିତ୍ୱ ଗ୍ରହଣ କରିବା ପରେ ଉଡିଲା ପାକିସ୍ତାନ ମଜାକ

ଗତ ମାର୍ଚ୍ଚ ୧ ତାରିଖରେ ନିଜ ଦୋକାନା ସାମ୍ନାରେ ଜହୁର ମିସ୍ତ୍ରୀ ଇବ୍ରାହିମକୁ ହତ୍ୟା କରିଥିଲେ ମୋଟର ସାଇକେଲ ଯୋଗେ ଆସିଥିବା ୨ ଅଜ୍ଞାତ ଆକ୍ରମଣକାରୀ। ସେମାନେ ତାକୁ ଅତି ପାଖରୁ ଗୁଳି ମାରିଥିଲେ। ଗୁଳିମାଡ଼ରେ ବ୍ୟବହୃତ ହୋଇଥିବା ବନ୍ଧୁକରେ ସାଇଲେନ୍ସର ବ୍ୟବହୃତ ହୋଇଥିଲା। ଗୁଳିମାଡ଼ ଭିଆଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡକୁ ସତର୍କତାର ସହ ଯୋଜନା କରାଯାଇଥିଲା ଏବଂ ଉଭୟ ହତ୍ୟାକାରୀ ଉଚ୍ଚ ପ୍ରଶିକ୍ଷିତ ଥିଲେ। ଜୈଶ-ଇ-ମହମ୍ମଦ ପ୍ରତିଷ୍ଠାତା ମାସୁଦ ଅଜହରଙ୍କ ଭାଇ ରଉଫ ଅସଗର ମୃତକ ଅପହରଣକାରୀ ଜହୁର ମିସ୍ତ୍ରୀ ଇବ୍ରାହିମ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଜଣାପଡ଼ିଛି।

ଗତ ୧୯୯୯ ମସିହା ଡିସେମ୍ବର ୨୪ ତାରିଖରେ କାଠମାଣ୍ଡୁ ଠାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC 814 ଅପହରଣ ହୋଇ ଅମୃତସର ଠାରୁ ଲାହୋର-ଦୁବାଇ ହୋଇ କାନ୍ଦାହାର ଠାରେ ପହଞ୍ଚିଥିଲା। ସେହି ବର୍ଶ ଡିସେମ୍ବର ୩୧ ତାରିଖରେ ବିମାନରେ ଯାତ୍ରା କରୁଥିବା ୧୭୦ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳଙ୍କୁଙ୍କୁ ଭାରତ ସରକାର ଜେଲ ରେ  ରହିଥିବା ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପରେ ମୁକ୍ତ କରାଯାଇଥିଲା। ଜେଲରୁ ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ରହିଥିଲେ  ଜୈଶ ମୁଖ୍ୟ ମୁସୁଦ ଅଜହର, ଅହମ୍ମଦ ଉମର ସଇଦ ଶେଖ ଏବଂ ମୁସ୍ତାକ୍ ଅହମ୍ମଦ ଜରଗର। 

ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC 814 ଅପହରଣ ଘଟଣାରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ। ଏହି ଅପହରଣକାରୀ ହେଉଛନ୍ତି ଇବ୍ରାହିମ ଅତହର, ଶାହିଦ ଅଖତର ସଇଦ, ସନୀ ଅହମ୍ମଦ କାଜୀ, ଶାକିର ଏବଂ ଜହୁର ମିସ୍ତ୍ରୀ ଇବ୍ରାହିମ। ଅପହୃତ ବିମାନ ଯାତ୍ରୀଙ୍କ କହିବା କଥା ଜହୁର ମିସ୍ତ୍ରୀ ସବୁଠାରୁ ନିର୍ଦ୍ଦୀୟୀ ଥିଲା। ସେ ଛୁରୀ ମାରି ରୁପିନ କତ୍ୟାଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲା। 

Also Read: Delhi: ପାକିସ୍ତାନୀ ଆତଙ୍କୀ ମହମ୍ମଦ ଅସରଫ; ନକଲି ପରିଚୟପତ୍ର ସହ ଅସ୍ତ୍ରଶସ୍ତ୍ର ଜବତ

ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସୁରକ୍ଷା ଏଜେନ୍ସି ଏହାର ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବାକୁ ଅନେକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଆଁମାର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଠାରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ  ଏବଂ ୨୧୦୯ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଠାରେ  ହୋଇଥିବା ଏୟାର ଷ୍ଟ୍ରାଇକ୍ ହେଉଛି ଏହାର ଉଦାହରଣ। ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା, ଦେଶରେ ଅନେକ ସ୍ଥାନରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଜଡି଼ତ ଅଭିଯୁକ୍ତ, କାଶ୍ମୀର ଉପତ୍ୟାକାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡିତ ଷଡଯନ୍ତ୍ରକାରୀ, ଖାଲିସ୍ତାନୀ ଆତଙ୍କବାଦୀ, ଦାଉଦ ସ୍ମଗଲର ନେଟୱାର୍କ ସହ ସମ୍ପୃକ୍ତ ଅପରାଧିଙ୍କ ଉପରେ ଦୀର୍ଘ ଦିନ ଧରି ସତର୍କ ନଜର ରଖିଛି ଭାରତ। 

ଭାରତ ବିରୋଧି କାର୍ଯ୍ୟରେ ଜଡ଼ିତ ରହିଥିବା ଅନେକ ଆତଙ୍କବାଦୀ ଏବଂ ଅପରାଧିଙ୍କ ମଧ୍ୟରୁ ଅଧିକାଂଶ ଏବେ ପାକିସ୍ତାନ ମାଟିରେ ଆଶ୍ରୟ ନେଇଛନ୍ତି। ଯେଉଁଠାରେ ସେମାନେ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ସୁରକ୍ଷା ଅଧିନରେ ଅଛନ୍ତି। ହେଲେ ଉପରୋକ୍ତ ଘଟଣା ପରେ ପାକିସ୍ତାନରେ ଏକ ଆଲୋଚନା ହେଉଛି ଯେ କ'ଣ ଭାରତ ପାକିସ୍ତାନରେ ପ୍ରବେଶ କରି ଏହାର ଶତ୍ରଙ୍କୁ ନିପାତ କରିବ ଯେପରି ଇସ୍ରାଏଲ୍ "OPERATION WRATH OF GOD" ଅଭିଯାନ ବେଳେ କରିଥିଲେ। ଗତ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସ ସମୟରେ ପାଲେଷ୍ଟାଇନର ଆତଙ୍କବାଦୀ ଗ୍ୟାଙ୍ଗ ଦ୍ୱାରା ୧୧ ଜଣ ଇସ୍ରାଏଲ ଖେଳାଳୀଙ୍କ ହତ୍ୟା ପରେ ଏହି ଅପରେସନ କାର୍ଯ୍ୟକାରୀ କରାଯାଇଥିଲା। ପ୍ରାୟ ୨୦ ବର୍ଷ ଧରି ଚାଲିଥିବା ଏହି ଅଭିଯାନରେ ଦେଶର ଖେଳାଳୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବା ସମସ୍ତ ଲୋକଙ୍କୁ ଗଣି ଗଣି ହତ୍ୟା କରିଥିଲା ଇସ୍ରାଏଲ।