ପାରିବାରିକ ରାଜନୀତି କବଳରୁ ମୁକ୍ତ ହୋଇପାରିନାହିଁ ଭାରତୀୟ ରାଜନୀତି।
Trending Photos
ନୂଆଦିଲ୍ଲୀ: ଦେଶ ସ୍ୱାଧିନ ହେବାର ୭ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ପାରିବାରିକ ପ୍ରଭାବରୁ ମୁକ୍ତ ହୋଇପାରିନାହିଁ ଭାରତୀୟ ରାଜନୀତି। ଯାହାର ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକ ରାଜନୀତିରେ ସଦ୍ୟ ଏପରି ସମାନ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ପ୍ରଥମେ ବାପା ଏବଂ ପରେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରିବାରେ ସଫଳ ହୋଇଛନ୍ତି।
ସବୁ ପ୍ରତୀକ୍ଷାର ଅନ୍ତଘଟାଇ ୨୦୨୧ ଜୁଲାଇ ୨୮ ତାରିଖ ବୁଧବାର କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ (Karnataka Chief Minister) ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ବସବରାଜ ବୋମାଇ (BJP Leader Basavaraj Bommai)। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ପୂର୍ବରୁ ତାଙ୍କ ବାପା ତଥା ସେତେବେଳର ଜନତା ପାର୍ଟି ନେତା (Janata Party Leader) ଏସ.ଆର ବୋମାଇ (SR Bomai) ୧୯୮୮ ମସିହା ଅଗଷ୍ଟ ୧୩ ତାରିଖରୁ ୧୯୮୯ ମସିହା ୨୧ ଏପ୍ରିଲ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
Also Read: Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ
କର୍ଣ୍ଣାଟକକୁ ଛାଡି଼ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଭଳି ଦାକ୍ଷିଣାତ୍ୟ ରାଜ୍ୟରେ ମଧ୍ୟ ପିତା-ପିତା ଯୋଡି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ (M. K. Stalin)। ତାଙ୍କ ପୂର୍ବରୁ ତାଙ୍କ ବାପା ତଥା ଦଳର ପ୍ରତିଷ୍ଠାତା ଏମ.କରୁଣାନିଧି (M.Karunanidhi) ୧୯୬୯ ମସିହା ଫେବୃଆରୀ ୧୦ ତାରିଖରୁ ୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ପ୍ରଥମ, ୧୯୭୧ ମସିହା ମାର୍ଚ୍ଚ ୧୫ ତାରିଖରୁ ୧୯୭୬ ଜାନୁଆରୀ ୩୧ ତାରିଖ ଦ୍ୱିତୀୟ, ୧୯୮୯ ମସିହା ୨୭ ଜାନୁଆରୀ ୧୯୯୧ ଜାନୁଆରୀ ୩୦ ତାରିଖ ତୃତୀୟ, ୧୯୯୬ ମସିହା ମେ ୧୩ ତାରିଖରୁ ୨୦୦୧ ମସିହା ମେ ୧୩ ତାରିଖ ଚତୁର୍ଥ, ୨୦୦୬ ମସିହା ମେ ୧୩ ତାରିଖରୁ ୨୦୧୧ ମସିହା ମେ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚମ ଥର ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamilnadu Chief Minister) ଭାବେ କାର୍ଯ୍ୟ କରିଥିଲେ।
ଏହି ତାଲିକାରେ ଆନ୍ଧ୍ର ପ୍ରଦେଶର ରେଡ୍ଡୀ ପରିବାରର (Andhra Pradesh Reddy Family) ନାଁ ସାମିଲ ରହିଛି। ଗତ ୨୦୧୯ ବିଭାଜିତ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ୱାଏସଆର କଂଗ୍ରେସ ବାଜିମାତ କରି ରାଜ୍ୟରେ ସରକାର ଗଠନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିଲେ ଦଳୀୟ ସୁପ୍ରିମୋ ୱାଇଏସ ଜଗନମୋହନ ରେଡ୍ଡୀ। ଏହା ପୂର୍ବରୁ ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ନେତା ୱାଇଏସ ରାଜଶେଖର ରେଡ୍ଡୀ (Y. S. Rajasekhara Reddy) ୨୦୦୪ ମସିହା ମେ ୧୪ ତାରିଖରୁ ୨୦୦୯ ମେ ୨୦ ତାରିଖ ପ୍ରଥମ, ୨୦୦୯ ମସିହା ମେ ୨୦ ତାରିଖରୁ ସେହି ବର୍ଷ ସେପ୍ଟମ୍ବର ୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ (Andhra Pradesh Chief Minister) ଭାବେ କାର୍ଯ୍ୟ କରିସାରିଛନ୍ତି।
ପିତା-ପୁତ୍ର ଯୋଡି ମୁଖ୍ୟମନ୍ତ୍ରୀ ତାଲିକାରୁ ବାଦପଡିନାହିଁ ଓଡି଼ଶା। ଗତ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ବିଗତ ୨୧ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik)। ଏହା ପୂର୍ବରୁ ତାଙ୍କ ବାପା ପ୍ରବାଦ ପୁରୁଷ ତଥା ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକ (Biju Patnaik) ୧୯୬୧ ମସିହା ଜୁନ ୨୩ ତାରିଖରୁ ୧୯୬୩ ମସିହା ଅକ୍ଟୋବର ୨ ତାରିଖ ପ୍ରଥମ, ୧୯୯୦ ମସିହା ମାର୍ଚ୍ଚ ୫ ତାରିଖରୁ ୧୯୯୫ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ (Odisha Chief Minister) ଭାବେ କାର୍ଯ୍ୟ କରିଥିଲେ।
ସେହିପରି ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଜେଏମଏମ ସୁପ୍ରିମୋ ଶିବୁ ସୋରେନ (Shibu Soren) ୨୦୦୫ ମସିହା ମାର୍ଚ୍ଚ ୨ ତାରିଖରୁ ସେହିବର୍ଷ ମାର୍ଚ୍ଚ ୧୨ ତାରିଖ ପ୍ରଥମ, ୨୦୦୯ ମସିହା ଡିସେମ୍ବର ୩୦ ତାରିଖରୁ ୨୦୧୦ ଜୁନ ୧ ତାରିଖ ଦ୍ୱିତୀୟ ଥର ଲାଗି ମୁ୍ଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ତାଙ୍କ ପୁଅ ହେମନ୍ତ ସୋରେନ (Hemant Soren) ୨୦୧୩ ମସିହା ଜୁଲାଇ ୧୩ ତାରିଖରୁ ୨୦୧୪ ମସିହା ଡିସେମ୍ବର ୨୮ ତାରିଖ ପ୍ରଥମ, ୨୦୧୯ ଡିସେମ୍ବର ୨୯ ତାରିଖରୁ ଦ୍ୱିତୀୟ ଥର ଲାଗି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ (Jharkhand Chief Minister) ଭାବେ କାର୍ଯ୍ୟ କରୁଛନ୍ତି।
ପିତା ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ସାମିଲ ହୋଇସାରିଛି ପୂର୍ବୋତ୍ତର ରାଜ୍ୟ। ଗତ ୨୦୧୮ ମାର୍ଚ୍ଚ ୬ ତାରିଖରୁ ମେଘାଳୟର ମୁଖ୍ୟମନ୍ତ୍ରୀ (Meghalaya Chief Minister) ଭାବେ କାର୍ଯ୍ୟରତ ଅଛନ୍ତି ଏନପିପି ଅଧ୍ୟକ୍ଷ କନରାଡ ସାଙ୍ଗମା (Conrad Sangma)। ପୂର୍ବରୁ ତାଙ୍କ ବାପା ପିଏମ ସାଙ୍ଗମା (PA Sangma) ୧୯୮୮ ମସିହା ଫେବୃଆରୀ ୬ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ସହ ସେ ଲୋକସଭା ବାଚସ୍ପତି ଭାବେ ମେ ୧୯୯୬ ମସିହା ମେ ୨୩ ତାରିଖରୁ ୧୯୯୮ ମସିହା ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପରେ ଗତ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।
ସେହିପରି ଗତ ୨୦୧୬ ମସିହା ଜୁଲାଇ ୧୭ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ (Arunachal Pradesh Chief Minister) ଭାବେ କାର୍ଯ୍ୟରତ ଅଛନ୍ତି ପେମା ଖାଣ୍ଡୁ (Pema Khnadu)। ତାଙ୍କ ପୂର୍ବରୁ ତାଙ୍କ ପିତା ଦୋର୍ଜି ଖାଣ୍ଡୁ (Dorjee Khandu) ୨୦୦୭ ୯ ଏପ୍ରିଲରୁ ୨୦୧୧ ୩୦ ଏପ୍ରିଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
ବୋମାଇ ପରିବାର (Bommai Family) ପୂର୍ବରୁ ଦେଗେଗୌଡା ପରିବାର (Gowda Family) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Karnataka Chief Minister) ଭାବେ କାର୍ଯ୍ୟ କରିସାରିଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି଼ ଦେବଗୌଡ଼ା (HD Deve Gowda) ୧୯୯୪ ମସିହା ୧୧ ଡିସେମ୍ବରରୁ ୧୯୯୬ ମେ ୩୧ ତାରିଖ ଏବଂ ତାଙ୍କ ପୁଅ ଏଚଡି କୁମାରସ୍ୱାମୀ (HD Kumaraswamy) ୨୦୦୦ ଫେବୃଆରୀ ୩ ତାରିଖରୁ ୮ ଅକ୍ଟୋବର ୨୦୦୭ ପର୍ଯ୍ୟନ୍ତ ପ୍ରଥମ ଥର ଏବଂ ୨୦୧୮ ମେ ୨୩ ତାରିଖରୁ ୨୦୧୯ ଜୁଲାଇ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
ସେହିପରି ଅବିଭକ୍ତ ଜାମ୍ମୁ କାଶ୍ମୀର ରାଜନୀତିରେ ପ୍ରଭାବ ବିସ୍ତାର କରିବାର ସଫଳ ହୋଇଥିବା ଅବୁଦୁଲ୍ଲା ପରିବାରର ସଦସ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି ଶେଖ ଅବଦୁଲ୍ଲା (Sheikh Abdullah)। ସେ ୧୯୭୫ ମସିହା ଫେବୃଆରୀ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ଏବଂ ୧୯୭୭ ମସିହା ଜୁଲାଇ ୯ ତାରିଖରୁ ୧୯୮୨ ମସିହା ୮ ସେପ୍ଟମ୍ବର ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ (Jammu Kashmir Chief Minister) ହୋଇଥିଲେ।
ସେହିପରି ତାଙ୍କ ପୁଅ ଫାରୁଖ ଅବଦୁଲ୍ଲା (Farooq Abdullah) ୧୯୮୨ ମସିହା ସେପ୍ଟମ୍ବର ୮ ତାରିଖରୁ ୧୯୮୩ ନଭେମ୍ବର ୨୪ ପର୍ଯ୍ୟନ୍ତ ପ୍ରଥମ, ୧୯୮୩ ମସିହା ନଭେମ୍ବର ୨୪ ତାରିଖରୁ ୧୯୮୪ ମସିହା ୨ ଜୁଲାଇ ପର୍ଯ୍ୟନ୍ତ ଦ୍ୱିତୀୟ, ୧୯୮୬ ମସିହା ନଭେମ୍ବର ୭ ତାରିଖରୁ ୧୯୮୭ ମସିହା ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତୃତୀୟ, ୧୯୮୭ ମାର୍ଚ୍ଚ ୨୩ ତାରିଖରୁ ୧୯୯୦ ଜାନୁଆରୀ ୧୯ ପର୍ଯ୍ୟନ୍ତ ତୃତୀୟ ଥର, ୧୯୯୬ ମସିହା ୯ ଅକ୍ଟୋବରରୁ ୨୦୦୨ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଚତୁର୍ଥ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିପରି ତାଙ୍କ ପୁଅ ଓମାର ଅବଦୁଲ୍ଲା (Omar Abdullah) ୨୦୦୯ ଜାନୁଆରୀ ୫ ତାରିଖରୁ ୨୦୧୫ ଜାନୁଆରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।
ଉତ୍ତର ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶରେ ମୁଲାୟମ ସିଂହ ଯାଦବ (Mulayam Singh Yadav) ୧୯୮୯ ମସିହା ୫ ଡିସେମ୍ବରରୁ ୧୯୯୧ ମସିହା ୨୪ ଜୁନ ପର୍ଯ୍ୟନ୍ତ ପ୍ରଥମ, ୧୯୯୩ ମସିହା ୪ ଡିସେମ୍ବରରୁ ୧୯୯୫ ୩ ଜୁନ ପର୍ଯ୍ୟନ୍ତ ଦ୍ୱୀତିୟ, ୨୦୦୩ ମସିହା ୨୯ ଅଗଷ୍ଟରୁ ୨୦୦୭ ମେ ୧୩ ତାରିଖ ପର୍ଯ୍ୟନ୍ତ ତୃତୀୟ ଥର ଲାଗି ଏବଂ ତାଙ୍କ ପୁଅ ଅଖିଳେଶ ଯାଦବ (Akhilesh Yadav) ୨୦୧୨ ମାର୍ଚ୍ଚ ୧୫ ତାରିଖରୁ ୨୦୧୭ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ହୋଇଥିଲେ।
ରାଜ୍ୟରେ ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଡି ହୋଇସାରିଛନ୍ତି ବହୁଗୁଣା ପରିବାର (Bahuguna Family)। ବରିଷ୍ଠ କଂଗ୍ରେସ ନେତା ହେମବତୀ ନନ୍ଦନ ବହୁଗୁଣା (Hemwati Nandan Bahuguna) ୧୯୭୩ ମସିହା ୮ ନଭେମ୍ବରରୁ ୧୯୭୪ ମସିହା ୪ ମାର୍ଚ୍ଚ ପ୍ରଥମ, ୧୯୭୪ ମସିହା ୫ ମାର୍ଚ୍ଚରୁ ୧୯୭୫ ମସିହା ୨୯ ନଭେମ୍ବର ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ଅବିଭକ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଭାବେ କାର୍ଯ୍ୟ କରିଥିଲେ। ଅନ୍ୟପଟେ ତାଙ୍କ ପୁଅ ବିଜୟ ବହୁଗୁଣା (Vijay Bahuguna) ୨୦୧୨ ମାର୍ଚ୍ଚ ୧୩ ତାରିଖରୁ ୨୦୧୪ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttrakhand Chief Minister) ଭାବେ କାର୍ଯ୍ୟ କରିଛନ୍ତି।
ମହାରାଷ୍ଟ୍ରରେ ୧୯୭୫ ମସିହା ଫେବୃଆରୀ ୨୧ ତାରିଖରୁ ୧୯୭୭ ମେ ୧୬ ପର୍ଯ୍ୟନ୍ତ ପ୍ରଥମ, ୧୯୮୬ ମସିହା ମାର୍ଚ୍ଚ ୧୨ ତାରିଖରୁ ୧୯୮୮ ମସିହା ୨୬ ଜୁନ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ବରିଷ୍ଠ କଂଗ୍ରେସ ନେତା ଶଙ୍କର ରାଓ ଚୌହ୍ୱାଣ (Shankarrao Chavan) ଏବଂ ଏହା ପରେ ତାଙ୍କ ପୁଅ ଅଶୋକ ଚୌହ୍ୱାଣ (Ashok Chavan) ୨୦୦୮ ଡିସେମ୍ବର ୮ ତାରିଖରୁ ୨୦୦୯ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପ୍ରଥମ, ୨୦୦୯ ନଭେମ୍ବର ୭ ତାରିଖରୁ ୨୦୧୦ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
ହରିୟାଣାରେ ଚୌଧୁରୀ ଦେବୀ ଲାଲ୍ (Chaudhary Devi Lal) ୧୯୭୭ ମସିହା ୨୧ ଜୁନରୁ ୧୯୭୯ ମସିହା ୨୮ ଜୁନ ପର୍ଯ୍ୟନ୍ତ ପ୍ରଥମ, ୧୯୮୭ ମସିହା ୨୦ ଜୁନରୁ ୧୯୮୯ ଡିସେମ୍ବର ୨ ପର୍ଯ୍ୟନ୍ତ ଦ୍ୱୀତିୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ତାଙ୍କ ପୁଅ ଓମ ପ୍ରକାଶ ଚୌତାଲା (Om Prakash Chautala) ୧୯୮୯ ମସିହା ୨ ଡିସେମ୍ବରରୁ ୨୨ ମେ ୧୯୯୦ ପ୍ରଥମ, ୧୯୯୦ ଜୁଲାଇ ୧୨ ତାରିଖରୁ ୧୭ ଜୁଲାଇ ୧୯୯୦ ଦ୍ୱୀତିୟ, ୧୯୯୧ ମାର୍ଚ୍ଚ ୨୨ ତାରିଖରୁ ୧୯୯୧ ମସିହା ୫ ଅପ୍ରେଲ ତୃତୀୟ, ୧୯୯୯ ମସିହା ୨୪ ଜୁଲାଇରୁ ୨୦୦୦ ମସିହା ୨ ମାର୍ଚ୍ଚ ଚତୁର୍ଥ, ୨୦୦୦ ମସିହା ମାର୍ଚ୍ଚ ୨ ତାରିଖରୁ ୨୦୦୫ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ପଞ୍ଚମ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।