Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ
Advertisement

Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ

କାରଣ ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରାପ୍ପା ଇସ୍ତଫା ଦେବା ପରେ ତାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳକୁ ଭଙ୍ଗ କରାଯାଇଛି। 

Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ

ନୂଆଦିଲ୍ଲୀ: ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଜୁଲାଇ ୨୮ ତାରିଖ ବୁଧବାର କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବସବରାଜ ବୋମାଇ। ରାଜ୍ୟରେ ନୂତନ ସରକାର ଗଠନ କରିବା ଗତକାଲି ତାଙ୍କୁ  ଆମନ୍ତ୍ରଣ କରିଥିଲେ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲତ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମୁତାବକ ରାଜଭବନସ୍ଥିତ ଗ୍ଲାସହାଉସ୍ ଠାରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।   

ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ (Former Karnataka CM Yediyurappa) ପରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ନେତୃତ୍ୱ ନେବେ ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ (Karnataka CM Basavaraj Bommai)। ବୁଧବାର ରାଜଭବନ ପରିସରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ନୂତନ ମନ୍ତ୍ରୀମଣ୍ଡଳ (Karnataka New Cabinet) ଗଠନ କରାଯିବ। 

Also Read: Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ

କାରଣ ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରାପ୍ପା ଇସ୍ତଫା ଦେବା ପରେ ତାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳକୁ ଭଙ୍ଗ କରାଯାଇଛି। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ରାଜ୍ୟପାଳ (Karnataka Governor) ଥାୱରଚାନ୍ଦ ଗେହଲତ (Thawar Chand Gehlot)।

ରାଜ୍ୟ ରାଜନୀତିରେ ( Karnataka Politics) ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ଛାୟା ଭାବେ ଜଣାଶୁଣା ବସବରାଜ ବୋମାଇ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୟେଦିୟୁରାପ୍ପାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ ଗୃହ, ଆଇନ, ସଂସଦୀୟ ବ୍ୟାପାର, ବିଦ୍ୟାର୍ଥୀ କାର୍ଯ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। କର୍ଣ୍ଣାଟକ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଲିଙ୍ଗାୟତ ସମ୍ପ୍ରଦାୟରୁ (Lingayat Comunity) ପ୍ରତିନିଧିତ୍ୱ କରୁଛନ୍ତି।   

Also Read: Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?

ବସବରାଜଙ୍କ ପୂର୍ବରୁ ତାଙ୍କ ପିତା ତଥା ସେତେବେଳର ଜନତା ପାର୍ଟି ନେତା (Janata Party Leader) ଏସ.ଆର ବୋମାଇ (SR Bomai) ୧୯୮୮ ମସିହା ଅଗଷ୍ଟ ୧୩ ତାରିଖରୁ ୧୯୮୯ ମସିହା ୨୧ ଏପ୍ରିଲ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ୧୯୬୦ ମସିହା ୨୮ ଜାନୁଆରୀ ଜନ୍ମିତ ୬୧ ବର୍ଷୀୟ  ବସବରାଜ ପେସାରେ ଜଣେ ଇଞ୍ଜିନିୟର। ମେକାନିକାଲ ଇଞ୍ଜିନିୟରିଂ ପଢା ସାରିବା ପରେ ସେ ପୁଣେସ୍ଥିତ ଟାଟା ମୋଟର୍ସ ଠାରେ କାମ କରିଥିଲେ। ଏହା ପରେ ସେ ବ୍ୟବସାୟ ସହ ରାଜନୀତି ଜଗତରେ ପ୍ରବେଶ କରିଥିଲେ।