Indian Railway: ଖାଦ୍ୟ-ପାନୀୟ ଉପରୁ ଅନ୍-ବୋର୍ଡ ସେବା ଶୁଳ୍କ ହଟାଇଲା ଭାରତୀୟ ରେଳବାଇ
Advertisement
Article Detail0/zeeodisha/odisha1264547

Indian Railway: ଖାଦ୍ୟ-ପାନୀୟ ଉପରୁ ଅନ୍-ବୋର୍ଡ ସେବା ଶୁଳ୍କ ହଟାଇଲା ଭାରତୀୟ ରେଳବାଇ

On Board Service Charge: ଚା ଏବଂ କଫି ଉପରେ ନିଆଯାଉଥିବା ସେବା ଶୁଳ୍କ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ହେବ। ଯେଉଁମାନେ ଏହାକୁ ପୂର୍ବରୁ ବୁକ୍ କରିସାରିଛନ୍ତି କିମ୍ବା ରେଳଯାତ୍ରା କରିବା ବେଳେ ସ୍ନାକ୍ସ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଅର୍ଡର କରନ୍ତି ତାହେଲେ ଏହି ମୂଲ୍ୟରେ କୌଣସି ବୃଦ୍ଧି ହେବ ନାହିଁ।

Indian Railway: ଖାଦ୍ୟ-ପାନୀୟ ଉପରୁ ଅନ୍-ବୋର୍ଡ ସେବା ଶୁଳ୍କ ହଟାଇଲା ଭାରତୀୟ ରେଳବାଇ

On Board Service Charge: ପ୍ରିମିୟମ ଟ୍ରେନ ଯୋଗେ ଯାତ୍ରା ବେଳେ ପୂର୍ବରୁ ଅର୍ଡର ହୋଇନଥିବା ସମସ୍ତ ଭୋଜନ ଏବଂ ପାନୀୟ ଉପରେ ଅନ୍-ବୋର୍ଡ ସେବା ଶୁଳ୍କ ହଟାଇଛି ଭାରତୀୟ ରେଳବାଇ। ସ୍ନାକ୍ସ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ୫୦ ଟଙ୍କା ଚାର୍ଜ ସେବା ଶୁଳ୍କ ନେଉଥିଲା ରେଳବାଇ। 

ଚା ଏବଂ କଫି ଉପରେ ନିଆଯାଉଥିବା ସେବା ଶୁଳ୍କ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ହେବ। ଯେଉଁମାନେ ଏହାକୁ ପୂର୍ବରୁ ବୁକ୍ କରିସାରିଛନ୍ତି କିମ୍ବା ରେଳଯାତ୍ରା କରିବା ବେଳେ ସ୍ନାକ୍ସ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଅର୍ଡର କରନ୍ତି ତାହେଲେ ଏହି ମୂଲ୍ୟରେ କୌଣସି ବୃଦ୍ଧି ହେବ ନାହିଁ।

ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (Indian Railway Catering and Tourism Corporation) ଆଇଆରସିଟିସି (IRCTC) ପୂର୍ବ ନିୟମ ଅନୁଯାୟୀ ଯଦି ରେଳଯାତ୍ରୀ (Railway Passenger) ଟ୍ରେନ୍ ଟିକେଟ୍ (Train Ticket) ସହିତ ସେମାନଙ୍କ ଖାଦ୍ୟ ବୁକ୍ କରିନାହାଁନ୍ତି ତାହେଲେ ଯଦି ସେ ଯାତ୍ରା ସମୟରେ ଖାଦ୍ୟ ଅର୍ଡର କରିନ୍ତି ତାହେଲେ ତାଙ୍କୁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡୁଥିଲା। ଏପରିକି ଯଦି କୌଣସି ଯାତ୍ରୀ ୨୦ ଟଙ୍କା ମୂଲ୍ୟର ଚା କିମ୍ବା କଫି ଅର୍ଡର କରନ୍ତି ତାହେଲେ ତାଙ୍କୁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡୁଥିଲା।  

ପ୍ରିମିୟମ ଟ୍ରେନ ରାଜଧାନୀ,ଦୁରୋନ୍ତୋ, ଶତାବ୍ଦୀ ଭଳି ରେଳଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀ ଯଦି ତାଙ୍କ ଖାଦ୍ୟ ପୂର୍ବରୁ ବୁକ୍ କରିନାହାଁନ୍ତି ତାହେଲେ ଚା ପାଇଁ ତାଙ୍କୁ ୨୦ ଟଙ୍କା ଦେବାକୁ ପଡୁଥିଲା। ଯେଉଁମାନେ ସେମାନଙ୍କ ଖାଦ୍ୟ ପୂର୍ବରୁ ବୁକ୍ କରିଥିଲେ ସେମାନଙ୍କୁ ମଧ୍ୟ ୭୦ ଟଙ୍କା ଦେବାକୁ ପଡୁଥିଲା। ପୂର୍ବରୁ ପ୍ରି-ବୁକ୍ ହୋଇନଥିବା ଚା ମୂଲ୍ୟ ୭୦ ଟଙ୍କା ରହିଥିଲା।

ପୂର୍ବରୁ ସକାଳ-ସନ୍ଧ୍ୟା ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଯଥାକ୍ରମେ ୧୦୫-୯୦ ଏବଂ ୧୮୫ ଟଙ୍କା ଦେବାକୁ ପଡୁଥିଲା। ପ୍ରତ୍ୟେକ ଖାଦ୍ୟ ସହିତ ଅତିରିକ୍ତ ୫୦ ଟଙ୍କା ଆଦାୟ କରାଯାଉଥିଲା। ରେଳଯାତ୍ରୀଙ୍କୁ ବର୍ତ୍ତମାନ ଏହି ଭୋଜନ ପାଇଁ ୧୫୫, ୨୩୫, ୧୪୦ ଟଙ୍କା ଦେବାକୁ ହେବ। ଖାଦ୍ୟ ମୂଲ୍ୟରେ ସେବା କର ଯୋଡାଯିବ।

ସେବା ଚାର୍ଜ ହଟାଇବା କେବଳ ଚା ଏବଂ କଫି ମୂଲ୍ୟରେ ପ୍ରତିଫଳିତ ହେବ। ଏଥିରେ ପ୍ରି-ବୁକ୍ କରିନଥିବା ଯାତ୍ରୀ ଏହାକୁ ବୁକ୍ କରିଥିବା ଯାତ୍ରୀଙ୍କ ପରି ସମାନ ପରିମାଣର ଅର୍ଥ ଦେବେ। ତଥାପି ଅନ୍ୟ ସମସ୍ତ ଭୋଜନ ପାଇଁ ସେବା ବୁକ୍ ହୋଇନଥିବା ସୁବିଧା ପାଇଁ ଭୋଜନ ମୂଲ୍ୟରେ ସେବା କର ଯୋଡିଛି ରେଳବାଇ।

ବନ୍ଦେ ଭାରତ ଟ୍ରେନ୍ ପାଇଁ, ଯେଉଁ ଯାତ୍ରୀମାନେ ଅନ୍-ବୋର୍ଡ ସେବା ବୁକ୍ କରିନାହାଁନ୍ତି ସେମାନେ ସକାଳ ଜଳଖିଆ / ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ / ସନ୍ଧ୍ୟା ସ୍ନାକ୍ସ ପାଇଁ ସମାନ ପରିମାଣର ଖର୍ଚ୍ଚ କରିବାକୁ ପଡିବ। ଯେତେବେଳେ ସେମାନେ ସେବା ଚାର୍ଜ ଆଦାୟ କରିଥିଲେ ମୂଲ୍ୟରେ ବୃଦ୍ଧି ସହିତ ଏହା ଦର୍ଶାଯାଇଥିଲା। 

Also Read: କୋଇଲା ସଂକଟ: ବାତିଲ ହେବ ୧୧୦୦ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Also Read: ବନ୍ଦେ ଭାରତ ଟ୍ରେନ ଉପରେ ବ୍ରେକ ଲଗାଇଲା ୟୁକ୍ରେନ