ଚିକିତ୍ସାଧିନ ଅବସ୍ଥାରେ ବିଚାରାଧୀନ କଏଦୀ ମୃତ
Advertisement
Article Detail0/zeeodisha/odisha1207056

ଚିକିତ୍ସାଧିନ ଅବସ୍ଥାରେ ବିଚାରାଧୀନ କଏଦୀ ମୃତ

ଗତ ୩ ଦିନ ତଳେ ଗୋଳନ୍ଥରା ଥାନା ପୋଲିସ ବେଆଇନ ଦେଶୀ ମଦ ପ୍ରସ୍ତୁତ ଅଭିଯୋଗରେ ମୃତ ମିଟୁ ସମେତ ୩ ଜଣଙ୍କୁ ଗିରଫ କରିଥିଲା।

ଚିକିତ୍ସାଧିନ ଅବସ୍ଥାରେ ବିଚାରାଧୀନ କଏଦୀ ମୃତ

ବ୍ରହ୍ମପୁର: ସ୍ଥାନୀୟ ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ କଏଦୀ ଜଣକ ହେଉଛନ୍ତି ଗୋଳନ୍ଥରା ଅନ୍ତର୍ଗତ ଇନ୍ଧ୍ରାକ୍ଷୀ ଗାଁର ମିଟୁ ବେହେରା। ଗତ ୩ ଦିନ ତଳେ ଗୋଳନ୍ଥରା ଥାନା ପୋଲିସ ବେଆଇନ ଦେଶୀ ମଦ ପ୍ରସ୍ତୁତ ଅଭିଯୋଗରେ ମୃତ ମିଟୁ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ସେହି ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ।

ଶୁକ୍ରବାର ମିଟୁଙ୍କ ସ୍ୱାସ୍ଥ୍ୟବସ୍ଥା  ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ। ହେଲେ ଅପରାହ୍ନରେ ମିଟୁଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ବାବଦରେ ଦିଆଯାଇଥିଲା ଖବର। ହେଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ ଏହି ଘଟଣାକୁ ସହଜରେ ଗ୍ରହଣ କରିନଥିଲେ। ପୋଲିସ ୨ ଦିନ ତଳେ ଥାନାରେ ମାଡ଼ ମାରିବା ପରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୋଲିସ ସହ ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ହେବା ସହ ଉତ୍ତେଜନା ଦେଖାଦେଇଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସେପଟେ ପୋଲିସ ମାଡ଼ରେ ମିଟୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସଠିକ୍ ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ମୃତକ ମିଟୁଙ୍କ ପତ୍ନୀ।