Yogi Model in Karnataka: 'ହଜାରେ ମୋଦି ଆସିଲେ ମଧ୍ୟ କର୍ଣ୍ଣାଟକରେ କିଛି ହେବ ନାହିଁ'
Advertisement
Article Detail0/zeeodisha/odisha1285561

Yogi Model in Karnataka: 'ହଜାରେ ମୋଦି ଆସିଲେ ମଧ୍ୟ କର୍ଣ୍ଣାଟକରେ କିଛି ହେବ ନାହିଁ'

Kumaraswamy targets CM Bommai: ରାଜ୍ୟରେ କୌଣସି ଯୋଗୀ ମଡେଲ କାମ କରିବ ନାହିଁ। କାରଣ ବିଜେପି କର୍ଣ୍ଣାଟକ ପାଇଁ କୌଣସି ବିପର୍ଯ୍ୟୟ ଠାରୁ କମ ନୁହେଁ।

Yogi Model in Karnataka: 'ହଜାରେ ମୋଦି ଆସିଲେ ମଧ୍ୟ କର୍ଣ୍ଣାଟକରେ କିଛି ହେବ ନାହିଁ'

Kumaraswamy targets CM Bommai: ରାଜ୍ୟରେ ଘଟୁଥିବା ସାମ୍ପ୍ରଦାୟିକ ହିଂସା ଘଟଣାର ମୁକାବିଲା କରିବା ଲାଗି ରାଜ୍ୟରେ ଯୋଗୀ ମଡେଲ ଲାଗୁ କରିବା କଥା କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଏହି  ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ। 

ଏନେଇ ପ୍ରତିକ୍ରିୟା ରଖି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Former Karnataka Chief Minister ) ତଥା ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ (JDS Leader HD Kumaraswamy) ଟ୍ୱିଟ କରି କରି ବିଜେପି ସରକାର (Karnataka BJP Govt) ଉଦ୍ଦେଶ୍ୟରେ କଟାକ୍ଷ କରିବା ସହ କହିଛନ୍ତି ଯେ ରାଜ୍ୟରେ କୌଣସି ଯୋଗୀ ମଡେଲ (Yogi Model in Karnataka) କାମ କରିବ ନାହିଁ। କାରଣ ବିଜେପି (BJP) କର୍ଣ୍ଣାଟକ (Karnataka) ପାଇଁ କୌଣସି ବିପର୍ଯ୍ୟୟ ଠାରୁ କମ ନୁହେଁ।

ବିଜେପି ସରକାରକୁ କଟାକ୍ଷ କରି କୁମାରସ୍ୱାମୀ କହିଛନ୍ତି ଏହା ହେଉଛି କର୍ଣ୍ଣାଟକ। ଯଦି ଏଠାକୁ ହଜାର ମୋଦି (Modi) ଆସନ୍ତି ତାହେଲେ ଯୋଗୀ ମଡେଲ କାର୍ଯ୍ୟକାରୀ ହୋଇପାରିବ ନାହିଁ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister of India) ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Vajpayee) ଉଦାହରଣ ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ (Karnataka Chief Minister Basavaraj Bommai) ଉଦ୍ଦେଶ୍ୟରେ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ 'ସର୍ବ ଭବନ୍ତ ସୁଖିନଃ' ନୀତିରେ କାମ କରୁନାହାଁନ୍ତି। 

ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ (Bulldozer Action in Uttar Pradesh) ସମ୍ପର୍କରେ ପ୍ରତିକ୍ରିୟା ରଖି ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ କହିଛନ୍ତି ଯଦି ସେମାନେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଭଳି ସଂସ୍କୃତିକୁ ରାଜ୍ୟକୁ ଆଣନ୍ତି ତାହେଲ ବିଜେପି ସରକାରକୁ କର୍ଣ୍ଣାଟକ ରାଜନୀତିରୁ (Karnataka Politics) ଉଚ୍ଛେଦ କରାଯାଇ ରାଜ୍ୟ ବାହାରେ ଫିଙ୍ଗି ଦିଆଯିବ।

ରାଜ୍ୟରେ ଘଟୁଥିବା ସାମ୍ପ୍ରଦାୟିକ ହିଂସା ଘଟଣାର ମୁକାବିଲା କରିବା ଲାଗି ରାଜ୍ୟରେ ଯୋଗୀ ମଡେଲ ଲାଗୁ କରିବା କଥା କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଏନେଇ ସେ କହିଥିଲେ ଯଦି ପରିସ୍ଥିତି ଏପରି ହୁଏ ତାହଲେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣାକୁ (Communal Violence in Karnataka) ରୋକିବା ପାଇଁ ରାଜ୍ୟରେ 'ଯୋଗୀ ମଡେଲ' ଅନୁସରଣ କରାଯିବ। ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ଭଳି ମୁଖ୍ୟମନ୍ତ୍ରୀ ଆବଶ୍ୟକ।  

Also Read: ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ