Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ
Advertisement
Article Detail0/zeeodisha/odisha1295469

Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ

Mahagathbandhan Alliance Govt in Bihar: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ  ଜେଡିୟୁ ଏବେ ଆରଜେଡି, ସିପିଆଇଏମଏଲ, ସିପିଏମ, ସିପିଆଇ, କଂଗ୍ରେସ  ଭଳି ଦଳର ସମର୍ଥନରେ ସରକାର ଗଠନ କରିବାକୁ ପ୍ରୟାସ କରୁଛି। 

Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ

Bihar Politics: ବିହାର ରାଜନୀତିରେ ପୁଣି ଥରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ। ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିଜେ ଜେଡିୟୁ ବିଧାୟକ ଦଳ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ଏବଂ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିବେ। ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ବିହାର ରାଜନୀତିରେ କ୍ରମାଗତ ଭାବେ ହେଉଥିଲା ଚର୍ଚ୍ଚା  ଯାହା ବର୍ତ୍ତମାନ ବାସ୍ତବତାରେ ପରିଣତ ହୋଇସାରିଛି।

ମାତ୍ର ଜେଡିୟୁ (JDU) ପକ୍ଷରୁ ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ। ହେଲେ ବିହାର ରାଜନୀତିରେ (Bihar Politics) ବିଜେପି-ଜେଡିୟୁ ମେଣ୍ଟ (Breakdown of BJP JDU Alliance) ଭାଙ୍ଗିଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Ntish Kumar) ମହାଗଠବନ୍ଧନ (Bihar Mahagathbandhan) ସହ ମିଶି ମେଣ୍ଟ ସରକାର (Alliance Govt in Bihar) ଗଠନ କରିବେ। ଯେଉଁଥିରେ ଆରଜେଡି (RJD), ସିପିଆଇଏମଏଲ (CPIML), ସିପିଏମ (CPM), ସିପିଆଇ (CPI), କଂଗ୍ରେସ (Congres) ଭଳି ଦଳ ମହାଗଠବନ୍ଧନରେ ଅନ୍ତର୍ଭୂକ୍ତ ରହିଛନ୍ତି। ଯେତେବେଳେ ସେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବେ ସେତେବେଳେ ମହାଗଠବନ୍ଧନ ନେତା ତାଙ୍କ ସହ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରିବେ।

Also Read: Opinion Beat: ହରଡ଼ଘଣାରେ ନୀତିଶ କୁମାର, ବଢୁଛି ତେଜସ୍ୱୀ ଯାଦବଙ୍କ ତେଜ

ଗତ ସୋମବାର ଆୟୋଜିତ ହୋଇଥିବା ଦଳୀୟ ବୈଠକରେ ଯୋଗ ଦେବା ଅବସରରେ ଜେଡିୟୁ ବିଧାୟକ ଏବଂ ସାଂସଦ କହିଛନ୍ତି ସେମାନେ ଦଳର ନେତା ନୀତୀଶ କୁମାରଙ୍କ ସହ ଅଛନ୍ତି। ନୀତୀଶ କୁମାର ଯାହା  ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ସମର୍ଥନ କରିବେ। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ୪୩ ଆସନ ପାଇଥିବା ଜେଡିୟୁ ନେତା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପରେ ତାଙ୍କ ପ୍ରତି ବିଜେପି ପକ୍ଷରୁ ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ତାହାକୁ ଗ୍ରହଣ କରିପାରି ନଥିଲେ ସେ। ବିଜେପି-ଜେଡିୟୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଇସ୍ତଫା ପରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଯେଉଁ ଚିରାଗ ମଡେଲ କଥା କହିଥିଲେ ତାହା ଦର୍ଶାଉଥଲା ୟେ ଜେଡିୟୁ ଏକ ଭିନ୍ନ ରାସ୍ତାରେ ଯିବାକୁ ସ୍ଥିର କରି ସାରିଛି।

ମଙ୍ଗଳବାର ମହାଗଠବନ୍ଧନ ବୈଠକରେ ଆରଜେଡି ବିଧାୟକ, ବିଧାନ ପରିଷଦ ସଦସ୍ୟ ଏବଂ ରାଜ୍ୟସଭା ସାଂସଦ ତେଜସ୍ୱୀ ଯାଦବଙ୍କୁ କୌଣସି ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି ଏବଂ ସେମାନେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି। ଯେଉଁଠି କଂଗ୍ରେସ ଏବଂ ବାମଦଳ  କହିଛନ୍ତି ଯେ ସେମାନେ ଆରଜେଡି ସହ ଅଛନ୍ତି।

Also Read: Bihar Politics: ବିଜେପି-ଜେଡିୟୁ ସମ୍ପର୍କ ଉପରେ ଉଠିଲା ପ୍ରଶ୍ନ, କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ମେଣ୍ଟ?

ବିହାର ରାଜନୀତିରେ (Bihar Politics) ସୃଷ୍ଟି ହୋଇଥିବା ହଟଚମଟ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କୌଶଳ କିଶୋରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନେଇ ମନ୍ତ୍ରୀ କହିଛନ୍ତି ମୁଁ ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ବାବଦରେ କୌଣସି ବିବୃତ୍ତି ଦେବାକୁ ଚାହୁଁ ନାହିଁ। ମାତ୍ର କ କୌଣସି ବିବାଦ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ବିଜେପି କୌଣସି କାମ  କରିନାହିଁ। ଜେଡିୟୁ ନିଷ୍ପତ୍ତି ନେବ କିନ୍ତୁ ବିଜେପି ଚାହୁଁଛି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ବିହାର ଲୋକଙ୍କ ଉନ୍ନତି ପାଇଁ ବିଜେପି ଚାହୁଁଛି ଯେ ଜେଡିୟୁ-ବିଜେପି ଏବଂ ଅନ୍ୟ ଦଳ ନୀତୀଶ କୁମାରଙ୍କ ନେତୃତ୍ୱରେ କାର୍ଯ୍ୟ ଜାରି ରଖନ୍ତୁ।