Karnataka Poll 2023: କୋଟିପତି ବିଧାୟକଙ୍କୁ ନେଇ ଚର୍ଚ୍ଚାରେ କର୍ଣ୍ଣାଟକ, ପଢନ୍ତୁ ପୁରା ରିପୋର୍ଟ
Advertisement
Article Detail0/zeeodisha/odisha1628688

Karnataka Poll 2023: କୋଟିପତି ବିଧାୟକଙ୍କୁ ନେଇ ଚର୍ଚ୍ଚାରେ କର୍ଣ୍ଣାଟକ, ପଢନ୍ତୁ ପୁରା ରିପୋର୍ଟ

Karnataka Richest MLA: କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନର ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ହେଉଛି ୨୯.୮୫ କୋଟି। କର୍ଣ୍ଣାଟକ ହେଉଛି ଏକ ରାଜ୍ୟ ଯେଉଁଠାରେ ପ୍ରଚାର ସମୟରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ। ଏହା ସହିତ କର୍ଣ୍ଣାଟକ ରାଜନୀତିରେ ଧନୀ ପ୍ରାର୍ଥୀଙ୍କ ପ୍ରଭାବ ବଢିବାରେ ଲାଗିଛି। 

Karnataka Poll 2023: କୋଟିପତି ବିଧାୟକଙ୍କୁ ନେଇ ଚର୍ଚ୍ଚାରେ କର୍ଣ୍ଣାଟକ, ପଢନ୍ତୁ ପୁରା ରିପୋର୍ଟ

Karnataka Richest MLA List: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ପ୍ରସ୍ତୁତି। ଏହି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଠାରୁ ଆରମ୍ଭ କରି ରାଜନୈତିତ ଦଳଙ୍କ ପର୍ଯ୍ୟନ୍ତ ସସସ୍ତେ ନିଜର ପ୍ରସ୍ତୁତି ନିଜ ନିଜ ସ୍ତରରେ ଜାରି ରଖିଛନ୍ତି। ରାଜନୀତି ସର୍ବଦା ଆଦର୍ଶର ଯୁଦ୍ଧ ହୋଇ ରହିଆସିଛି। ଯଦିଓ ସାମ୍ପ୍ରତିକ ସମୟରେ ଧନ ବଳ ଏବଂ ବାହୁ ବଳ ରାଜନୀତିକୁ ଅନେକାଂଶରେ ନିୟନ୍ତ୍ରଣ କରୁଛି। ଏହି କ୍ରମରେ କର୍ଣ୍ଣାଟକ ହେଉଛି ଏକ ରାଜ୍ୟ ଯେଉଁଠାରେ ପ୍ରଚାର ସମୟରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ। ଏହା ସହିତ କର୍ଣ୍ଣାଟକ ରାଜନୀତିରେ ଧନୀ ପ୍ରାର୍ଥୀଙ୍କ ପ୍ରଭାବ ବଢିବାରେ ଲାଗିଛି। ଏହି ରିପୋର୍ଟ ମାଧ୍ୟମରେ ଆପଣ ଜାଣନ୍ତୁ ଯେ, କର୍ଣ୍ଣାଟକର ସବୁଠାରୁ ଧନୀ ପ୍ରାର୍ଥୀ ତାଲିକାରେ କେଉଁ ଦଳ ରାଜନେତା ଅନ୍ତର୍ଭୂକ୍ତ ଅଛନ୍ତି। ଏହି ତଥ୍ୟ ଗତ ୨୦୧୮  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ପ୍ରଦାନ କରାଯାଇଥିବା ସୂଚନାରୁ ନିଆଯାଇଛି। 

ଏନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏଡ଼ିଆର (ADR) ହେଉଛି ଏକ ଅଣ-ସରକାରୀ ସଙ୍ଗଠନ ଯାହା ନିର୍ବାଚନ ଏବଂ ରାଜନୈତିକ ସଂସ୍କାର ଆଣିବା ଦିଗରେ କାର୍ଯ୍ୟ କରେ। କର୍ଣ୍ଣାଟକ ନିର୍ବାଚନରେ ​​ସବୁଠାରୁ ଧନୀ ବିଧାୟକଙ୍କୁ ଚିହ୍ନଟ କରି ଏହା ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟର ମୋଟ ୨୦୯ ଜଣ ବିଧାୟକ କୋଟିପତି ବୋଲି ଜଣାପଡ଼ିଛି। ଯଦି ଏହାକୁ ଶତକଡ଼ାରେ ହିସାବ କରାଯାଏ କଥା  ତାହେଲେ ଏହି ସଂଖ୍ୟା ହେଉଛି ପ୍ରାୟ ୯୫%।

ଦଳଗତ ଦୃଷ୍ଟିକୋଣରୁ ଶାସକ ବିଜେପି ଦଳର ୧୧୮ ବିଧାୟକଙ୍କ ମଧ୍ୟରୁ ୧୧୨ ଜଣ ହେଉଛନ୍ତି କୋଟିପତି ବିଧାୟକ। ଧନୀ ବିଜେପି ବିଧାୟକଙ୍କ ସଂଖ୍ୟା ହେଉଛି ପ୍ରାୟ ୯୫%। ମୁଖ୍ୟ ବିରୋଧୀ କଂଗ୍ରେସ ଦଳର ୬୭ ବିଧାୟକଙ୍କ ମଧ୍ୟରୁ ୬୫ ଜଣ ହେଉଛନ୍ତି କୋଟିପତି ବିଧାୟକ। କଂଗ୍ରେସ ଧନୀ ବିଧାୟକଙ୍କ ସଂଖ୍ୟା ହେଉଛି ପ୍ରାୟ ୯୭%। ସେହିପରି ଜେଡିଏସ ଦଳର ୩୦ ବିଧାୟକଙ୍କ ମଧ୍ୟରୁ ୨୮ ଜଣ ହେଉଛନ୍ତି କୋଟିପତି। ଜେଡ଼ିଏସ ଧନୀ ବିଧାୟକଙ୍କ ସଂଖ୍ୟା ହେଉଛି ୯୩%। ସେହିପରି ୪ ଜଣ ସ୍ୱାଧୀନ ବିଧାୟକ ମଧ୍ୟ କୋଟିପତି ତାଲିତାରେ ସାମିଲ ଅଛନ୍ତି।

କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନର ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ହେଉଛି ୨୯.୮୫ କୋଟି। ଯଦି ଦଳ ଗତ ଦୃଷ୍ଟିକୋଣରୁ ହାରାହାରି ସମ୍ପତ୍ତି ଆକଳନ କରାଯାଏ, ତାହେଲେ ବିଜେପି ଦଳର ମୋଟ ୧୧୮ ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୧୯.୬୦ କୋଟି ଟଙ୍କା। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି  ୪୮.୫୮ କୋଟି। ସେହିପରି ଜେଡ଼ିଏସ ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୨୬.୮୭ କୋଟି। ସେହିପରି ସ୍ୱାଧୀନ ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୪୦.୯୨ କୋଟି। 

ଗତ ୨୦୧୮ ମେ ମାସରେ ଅନୁଷ୍ଠିତ ହୋଇଥିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଯାହାର କାର୍ଯ୍ୟକାଳ ୨୦୨୩, ମେ ୨୪ ତାରିଖରେ ଶେଷ ହେଉଛି। ପରବର୍ତ୍ତୀ ନିର୍ବାଚନ ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ହେବାକୁ ଯାଉଛି।