ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ମୋଦି ସରକାର ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଲେ କେଜ୍ରିୱାଲ
Advertisement

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ମୋଦି ସରକାର ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଲେ କେଜ୍ରିୱାଲ

Arvind Kejriwal on Petrol-Diesel Price: ଦିଲ୍ଲୀ ବିଧାନସଭାରେ (Delhi Assembly) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) କହିଛନ୍ତି, "ଏକ କଟ୍ଟର ସଚ୍ଚୋଟ ଦଳ ଅଛି ଓ ଏକ କଟ୍ଟର ବେଇମାନ ଦଳ ଅଛି ।" ଏହାସହ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Prices) ବୃଦ୍ଧିର କାରଣ ମଧ୍ୟ ସେ କହିଛନ୍ତି ।

ସୌ: ସୋସିଆଲ ମିଡିଆ

Arvind Kejriwal on Petrol-Diesel Price: ଦିଲ୍ଲୀ ବିଧାନସଭାରେ (Delhi Assembly) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ସ୍କୁଲ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର (Central Government) ଓ ବିଜେପି (BJP) ଉପରେ ପୁଣି ଥରେ ଜୋରଦାର ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଏକ କଟ୍ଟର ସଚ୍ଚୋଟ ଦଳ ଅଛି ଓ ଏକ କଟ୍ଟର ବେଇମାନ ଦଳ ଅଛି । କଟ୍ଟର ବେଇମାନ ପାର୍ଟିରେ କମ୍ ଶିକ୍ଷିତ ଲୋକ ଅଛନ୍ତି, ଅଧାରୁ ଅଧିକ ଅଶିକ୍ଷିତ ଲୋକ ଥିବାବେଳେ ଅନେକଙ୍କର ନକଲି ଡିଗ୍ରୀ ରହିଛି । ଅନ୍ୟ ପଟରେ କଟ୍ଟର ସଚ୍ଚୋଟ ପାର୍ଟି ରହିଛି, ଯେଉଁଥିରେ ଆଇଆଇଟିରେ ଲୋକ ଅଛି, ଭଲ ଟିମ୍ ରହିଛି, ଦୂରଦୃଷ୍ଟି ରହିଛି ।"

ସିଏମ୍ ଅରବିନ୍ଦ କେଜ୍ରିୱାଲ ଏକ ବଡ ଅଭିଯୋଗ କରିଛନ୍ତି ଯେ, 'ଯଦି ଏହି କଟ୍ଟର ବେଇମାନ ପାର୍ଟିକୁ ଯଦି ଜଣା ପଡେ ଯେ କୌଣସି ବ୍ୟକ୍ତି ବଳାତ୍କାର କରିଛନ୍ତି, ତେବେ ସେମାନେ ତାଙ୍କୁ ତାଙ୍କ ପାର୍ଟିରେ ଅନ୍ତର୍ଭୁକ୍ତ କରିବାକୁ ପହଞ୍ଚି ଯାଆନ୍ତି ।" କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଅନ୍ତି । ଏଥି ସହିତ ସେ ନିଜ ପାର୍ଟୀ ବିଷୟରେ କହିଥଲେ, "କଟ୍ଟର ସଚ୍ଚୋଟ ଦଳ ମହିଳାଙ୍କୁ ସମ୍ମାନ କରନ୍ତି । ଭାରତ ବିଷୟରେ ଚିନ୍ତା କରନ୍ତି । ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବାକୁ ଚାହୁଁଛନ୍ତି ।"

ସିଏମ କେଜ୍ରିୱାଲ ଆହୁରି କହିଛନ୍ତି, "ମୁଁ ଜନସାଧାରଣଙ୍କୁ ମାଗଣା ବିଦ୍ୟୁତ ଦେବାକୁ ଚାହୁଁଛି, ଏକ ସ୍କୁଲ, ହସ୍ପିଟାଲ କରିବାକୁ ଚାହୁଁଛି," ତେବେ ସେମାନେ ମୋ ବିରୋଧରେ ଏହି ମାମଲା ଦାୟର କରିବେ । ସିଏମ କେଜ୍ରିୱାଲ ପ୍ରଶ୍ନ ପଚାରିଥିଲେ, ସ୍କୁଲ ଓ ହସ୍ପିଟାଲ ନିର୍ମାଣ ନକରି ଦେଶ ଅଗ୍ରଗତି କରିପାରିବ କି? ବିଜେପି ଉପରେ ଅଭିଯୋଗ କରି ସେ କହିଛନ୍ତି, "ସେମାନେ ୨୦-୨୦ ଓ ୫୦-୫୦ କୋଟିରେ ବିଧାୟକ କିଣୁଛନ୍ତି । ଏହି ବିଜେପି ଲୋକମାନେ ୬୩୦୦ କୋଟି ଟଙ୍କା ମୂଲ୍ୟର ବିଧାୟକ କିଣିଛନ୍ତି, ଯେଉଁ କାରଣରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇଛି ।"

ବିଧାନସଭାର ପ୍ରଥମ ଦାବି ରଖି ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ବିଧାୟକ କିଣିବା ବନ୍ଦ କରନ୍ତୁ । ଅନ୍ୟପକ୍ଷରେ, ତାଙ୍କ ବନ୍ଧୁଙ୍କ ଯେଉଁ ଲୋନ ଛାଡ କରାଯାଇଛି, ତାହା ପୁନରୁଦ୍ଧାର କରାଯାଉ ଏବଂ କୃଷକ ଓ ଛାତ୍ରଛାତ୍ରୀମାନଙ୍କ ଲୋନ ଛାଡ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଅରବିନ୍ଦ କେଜ୍ରିୱାଲ ସେପ୍ଟେମ୍ବର ୭ରୁ ହରିୟାଣାରୁ ସାରା ଭାରତ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ AAP ସଂଗଠନ ବିସ୍ତାର ଓ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ବିଶେଷ କଥା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । କେଜ୍ରିୱାଲ 'ମେକ୍ ଇଣ୍ଡିଆ ନଂ ୧' ମାଧ୍ୟମରେ ରାଜ୍ୟରେ ରାଲି କରିବେ ଓ ଯୁବକମାନଙ୍କ ସହ ବୈଠକ ଏବଂ ତ୍ରିରଙ୍ଗା ଯାତ୍ର କରିବେ ।

ଏହାବି ପଢନ୍ତୁ: ଆମେରିକାରେ PM ମୋଦି, CM ରେଡ୍ଡୀ ଓ ଆଦାନୀଙ୍କ ବିରୋଧରେ ମାମଲା, ଜାରି ହେଲା ସମନ

ଏହାବି ପଢନ୍ତୁ: ବୁଢ଼ା କାଳେ ଲୀଳା! ନାବାଳିକାଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗରେ ଜେଲ ଗଲେ ୯୦ ବର୍ଷୀୟ ବ୍ୟକ୍ତି