ଆମେରିକାରେ PM ମୋଦି, CM ରେଡ୍ଡୀ ଓ ଆଦାନୀଙ୍କ ବିରୋଧରେ ମାମଲା, ଜାରି ହେଲା ସମନ
Advertisement
Article Detail0/zeeodisha/odisha1330033

ଆମେରିକାରେ PM ମୋଦି, CM ରେଡ୍ଡୀ ଓ ଆଦାନୀଙ୍କ ବିରୋଧରେ ମାମଲା, ଜାରି ହେଲା ସମନ

Lawsuit Against PM Modi: ଆମେରିକାରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ରବି ବତ୍ରା ଏହାକୁ ଏକ ମୂଲ୍ୟହୀନ ମକଦ୍ଦମା ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେରିକାର ସହଯୋଗୀ ଭାରତକୁ ବଦନାମ କରିବା ପାଇଁ ୫୩ ପୃଷ୍ଠାର ଅଭିଯୋଗ ଦାଖଲ କରି ଫେଡେରାଲ କୋର୍ଟର ଅପବ୍ୟବହାର କରିଛନ୍ତି ।

ସୌ: ସୋସିଆଲ ମିଡିଆ

Lawsuit Against PM Modi, Adani and CM Reddy: ଆମେରିକା କୋର୍ଟରେ ଶିଳ୍ପପତି ଗୌତମ ଆଦାନୀ (Gautam Adani), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ (Jagan Mohan Reddy) ବିରୋଧରେ ଏକ ମାମଲା ଦାୟର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆମେରିକାର କୋର୍ଟ (US court) ଦ୍ୱାରା ଏହି ତିନିଜଣଙ୍କୁ ସମନ ମଧ୍ୟ ଜାରି କରାଯାଇଛି । ବିଶେଷ କଥା ହେଉଛି ପେଗାସସ୍, ଦୁର୍ନୀତି ଭଳି ଅନେକ ପ୍ରସଙ୍ଗରେ ରିଚମଣ୍ଡର ଡାକ୍ତର ଲୋକେଶ ଭାୟୁରୁ (Lokesh Vayuru) ଏହି ମାମଲା ଦାୟର କରିଛନ୍ତି ।

ନ୍ୟୁୟର୍କର ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଓକିଲ ରବି ବତ୍ରା ଏହାକୁ ଏକ 'ମୂଲ୍ୟହୀନ ମକଦ୍ଦମା' ବୋଲି କହିଛନ୍ତି । ଏଥି ସହିତ, ଏହି ନେତାଙ୍କ ସମେତ ବହୁ ଲୋକଙ୍କୁ କଲମ୍ବିଆ ଜିଲ୍ଲା ପାଇଁ ଆମେରିକାର ଜିଲ୍ଲା କୋର୍ଟ ଦ୍ୱାରା ସମନ ଜାରି କରାଯାଇଛି । ଏହା ବ୍ୟତୀତ ବିଶ୍ୱ ଅର୍ଥନୈତିକ ଫୋରମର ଚେୟାରମ୍ୟାନ୍ ପ୍ରଫେସର କ୍ଲାଉସ୍ ସ୍ବାବଙ୍କ ନାମ ମଧ୍ୟ ଏହି ମକଦ୍ଦମାରେ ସାମିଲ ରହିଛି ।

ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡାକ୍ତର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ବିନା ଏହି ନେତାମାନଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି, ରେଡ୍ଡୀ ଓ ଆଦାନୀଙ୍କ ସମେତ ଅନେକ ଲୋକ ଦୁର୍ନୀତି ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ପେଗାସସ୍ ସ୍ପାୟୱୟର ବ୍ୟବହାରରେ ଜଡିତ ଅଛନ୍ତି । ଆମେରିକାକୁ ବିପୁଳ ପରିମାଣରେ ନଗଦ ପଠାଇବା ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ମେ' ୨୪ ରେ ସେ ଏହି ମକଦ୍ଦମା ଦାୟର କରିଥିଲେ ।

ବତ୍ରା କହିଛନ୍ତି ଯେ ଭାୟୁରଙ୍କ ପାଖରେ ବହୁତ ଖାଲି ସମୟ ଅଛି । ଏଥି ସହିତ ସେ ଏହାକୁ ଏକ ମୂଲ୍ୟହୀନ ମକଦ୍ଦମା ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେରିକାର ସହଯୋଗୀ ଭାରତକୁ ବଦନାମ କରିବା ପାଇଁ ୫୩ ପୃଷ୍ଠାର ଅଭିଯୋଗ ଦାଖଲ କରି ଫେଡେରାଲ କୋର୍ଟର ଅପବ୍ୟବହାର କରାଯାଇଛି ।

ଡକ୍ଟର ଲୋକେଶ ଭାୟୁରୁ ୧୯ ଅଗଷ୍ଟରେ କୋର୍ଟରେ ସମନ ପ୍ରସ୍ତୁତ ପାଇଁ ପ୍ରମାଣ ଉପସ୍ଥାପନ କରିଥିଲେ । ଏହି ବିଷୟରେ ପଚରାଯିବାରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଓକିଲ ରବି ବତ୍ରା କହିଛନ୍ତି ଯେ ଡାକ୍ତରଙ୍କର ପାକହରେ ବହୁତ ଖାଲି ସମୟ ରହିଛି । ଏହା ଏକ ମୂଲ୍ୟହୀନ ମକଦ୍ଦମା ବୋଲି ସେ କହିଛନ୍ତି ।

ଆଟର୍ଣ୍ଣି ରବି ବତ୍ରା ନ୍ୟୁଜ୍ ଏଜେନ୍ସି ପିଟିଆଇ-ଭାସାକୁ କହିଛନ୍ତି ଯେ ଲୋକେଶ ଭାୟୁରୁଙ୍କର ବହୁତ ଖାଲି ସମୟ ଅଛି । ତାଙ୍କର ୫୩ ପୃଷ୍ଠାର ଅଭିଯୋଗ ହେଉଛି ଆମେରିକାର ସହଯୋଗୀ ତଥା ଭାରତକୁ ବଦନାମ ତଥା ଅପମାନିତ କରିବା ପାଇଁ ଆମର ଫେଡେରାଲ କୋର୍ଟର ଏକ ଅପ ବ୍ୟବହାର । ଏକ ପ୍ରଶ୍ନର ଉତ୍ତରରେ ବତ୍ରା କହିଛନ୍ତି, "କୌଣସି ବି ଓକିଲ ଏହାକୁ ଶୌଚାଳୟ ପେପେର 'ଅଭିଯୋଗ'ରେ ଦସ୍ତଖତ କରିବାକୁ ରାଜି ହୋଇ ନାହାଁନ୍ତି,  କାରଣ ଏହା ଏକ ନିରର୍ଥକ ମାମଲା ।"

ଏହା ବି ପଢ଼ନ୍ତୁ: GDP: ଦ୍ରୁତ ଗତିରେ ବୃଦ୍ଧି ପାଇଲା ଦେଶର ଅର୍ଥନୀତି, ଜାଣନ୍ତୁ କେତେ ରହିଛି ଅଭିବୃଦ୍ଧି?

ଏହା ବି ପଢ଼ନ୍ତୁ: Gautam Adani: ଇତିହାସ ରଚିଲେ ଅଦାନୀ, ଖୁବ ଶୀଘ୍ର ହେବେ ବିଶ୍ଵର ଏକ ନମ୍ବର ଧନୀ!