୫ ଟଙ୍କାର ମୂଲ୍ୟନଥିବା ଲୋକକୁ ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ମିଳୁଛି।
Trending Photos
ଭେପାଳ: ନିକଟରେ ମଧ୍ୟ ପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ମିଳିଥିବା ପରାଜୟକୁ ନେଇ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି କଂଗ୍ରେସ ନେତା। ନିକଟରେ ଖଣ୍ଡୱା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ରାଜନାରାୟଣ ସିଂହ ପୁରାନୀ ପରୋକ୍ଷ ଭାବେ ଦଳର ବରିଷ୍ଠ ନେତା ଅରୁଣ ଯାଦବଙ୍କ ଗୋଷ୍ଠୀକୁ ଟାର୍ଗେଟ କରିଥିଲେ।
ଏବେ ଅରୁଣ ଯାଦବଙ୍କ ଗୋଷ୍ଠୀର କର୍ମକର୍ତ୍ତା ସଦସ୍ୟତା ଅଭିଯାନ ବାହାନାରେ ରାଜନାରାୟଣ ସିଂହ ପୁରାନୀଙ୍କୁ ଜବାବ ଦେବା ଆରମ୍ଭ କରିଛନ୍ତି। ଶୁକ୍ରବାର ଖଣ୍ଡୱାସ୍ଥିତ ଗାନ୍ଧୀ ଭବନ ଠାରେ ଆୟୋଜିତ ହୋଇଥିବା ସଦସ୍ୟତା ଅଭିଯାନ ବୈଠକରେ ଜିଲ୍ଲା ସଭାପତି ଓଁକାର ପଟେଲ ରାଜନାରାୟଣ ସିଂହଙ୍କ ବିରୁଦ୍ଧରେ ବର୍ଷିଥିଲେ। ଏନେଇ ସେ କହିଥିଲେ ୫ ଟଙ୍କାର ମୂଲ୍ୟନଥିବା ଲୋକକୁ ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ମିଳୁଛି। ଦଳର ଜିଲ୍ଲା ସଭାପତିଙ୍କ ଏପରି କଥା ଶୁଣିବା ପରେ ଏହାକୁ ସମର୍ଥନ କରିଥିଲେ ବୈଠକରେ ଯୋଗ ଦେଇଥିବା କଂଗ୍ରେସ କର୍ମକର୍ତ୍ତା।
ଏ ପ୍ରସଙ୍ଗରେ ଯେତେବେଳେ ରାଜନାରାୟଣ ସିଂହ ପୁରାନୀଙ୍କୁ ପ୍ରଶ୍ନ କରାଯାଇଥିଲା ଏହାର ଜବାବ ରଖି ରାଜନାରାୟଣ ସିଂହ କହିଥିଲେ ମୁଁ ୩ ଥର ମାନ୍ଧାତ ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ଦଳର ସକ୍ରିୟ ସଦସ୍ୟ ରହିଛି। ମୋର ଦଳୀୟ ସଦସ୍ୟତା କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। ଗତ ଅକ୍ଟୋବର ମାସରେ ଖଣ୍ଡୱା ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ରାଜନାରାୟଣ ସିଂହ। ଏହି ନିର୍ବାଚନରେ ଦଳ କାହିଁକି ପରାସ୍ତ ହେଲା ତାହାର ରିପୋର୍ଟ ଦଳୀୟ ପ୍ରଭାରୀ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କୁ ପ୍ରଦାନ କରିଛନ୍ତି। ମୁଁ ଏହା ଉପରେ ଅଧିକ କିଛି କହିବାକୁ ଚାହୁଁନାହିଁ।
Also Read: କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ୧୭୪୩ କୋଟି ଟଙ୍କାର ମାଲିକ କବାଡି ବାଲା
ଖଣ୍ଡୱା ଲୋକସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ କିଏ ନିର୍ବାଚନରେ କଂଗ୍ରେସ ରାଜନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଯଦିଓ ପୂର୍ବତନ ସାଂସଦ ଅରୁଣ ଯାଦବ ମଧ୍ୟ ଟିକେଟ୍ ଆଶାୟୀ ତାଲିକାରେ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଟିକେଟ୍ ପାଇବା ଦୌଡ଼ରୁ ଦୂରେଇ ଯାଇଥିଲେ। ଏହି ଉପନିର୍ବାଚନରେ ଦଳରେ ପରାଜୟ ପଛରେ ସାଙ୍ଗଠନିକ ଦୁର୍ବଳତା ଏବଂ ଗୋଷ୍ଠୀ ବିବାଦ ରହିଥିବା ଦଳୀୟ ହାଇକମାଣ୍ଡଙ୍କୁ ଜଣାଇଥିଲେ ରାଜନାରାୟଣ ସିଂହ।
ବର୍ତ୍ତମାନ ଖଣ୍ଡୱା ଜିଲ୍ଲା କଂଗ୍ରେସ କମିଟିରେ ଅରୁଣ ଯାଦବଙ୍କ ଗୋଷ୍ଠୀର ଦବଦବା ରହିଥିବା କୁହାଯାଉଛି। ଗତ ମାସରେ ଅନୁଷ୍ଠିତ ଉପନିର୍ବାଚନରେ ଅରୁଣ ଯାଦବଙ୍କ ତୁଳନାରେ କମ ଭୋଟରେ ହାରିଥିବା ରାଜନାରାୟଣ ସିଂହଙ୍କ ଗୋଷ୍ଠୀ ଜିଲ୍ଲା କଂଗ୍ରେସ କମିଟିରେ ସାଙ୍ଗଠନିକ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଦାବି କରିଆସୁଛି।