'ମୋ ବାପା (ଲାଲୁ ପ୍ରସାଦ ଯାଦବ) ଅସୁସ୍ଥ ଅଛନ୍ତି। ଦଳରେ ୪-୫ ଜଣ ଲୋକ ଅଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖିଛନ୍ତି।'
Trending Photos
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠପୁତ୍ର ତେଜ ପ୍ରତାପ ଯାଦବ ଶନିବାର ତାଙ୍କ ଦଳ କିମ୍ବା ପରିବାର ସଦସ୍ୟଙ୍କ ନାମ ନ ନେଇ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖୁଛନ୍ତି ଏବଂ ସେଥିପାଇଁ ତାଙ୍କ ପିତାଙ୍କୁ ଦିଲ୍ଲୀରେ ବନ୍ଧକ ରଖାଯାଇଛି।
ତେଜ ପ୍ରତାପ ଯାଦବ କହିଛନ୍ତି, 'ମୋ ବାପା (ଲାଲୁ ପ୍ରସାଦ ଯାଦବ) ଅସୁସ୍ଥ ଅଛନ୍ତି। ଦଳରେ ୪-୫ ଜଣ ଲୋକ ଅଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖିଛନ୍ତି। ସମସ୍ତେ ଜାଣିଛନ୍ତି, ତେଣୁ ସେମାନଙ୍କ ନାମ ରଖିବା ଆବଶ୍ୟକ ନାହିଁ। ପ୍ରାୟ ବର୍ଷେ ପୂର୍ବେ ତାଙ୍କୁ (Lalu Prasad Yadav) ଜେଲରୁ ମୁକ୍ତ କରାଯାଇଥିଲା, କିନ୍ତୁ ଦିଲ୍ଲୀରେ ତାଙ୍କୁ ବନ୍ଧକ ରଖାଯାଇଛି। ମୁଁ ମୋ ବାପାଙ୍କୁ ପାଟନାକୁ ଆଣିବାକୁ ଚାହୁଁଛି, ତାଙ୍କ ସହ ରହିବାକୁ ଚାହୁଁଛି, କିନ୍ତୁ କିଛି ଲୋକ ତାଙ୍କୁ ଦିଲ୍ଲୀରେ ବନ୍ଧକ ରଖିଛନ୍ତି।'
Also Read: ଇତିହାସର ଆଇନାରେ ପିପିଲି ନିର୍ବାଚନ
ଗତ ୩ ମାସ ଧରି ବିରୋଧୀଦଳର ନେତା ତଥା ତାଙ୍କ ଛୋଟଭାଇ ତେଜସ୍ୱୀ ଯାଦବ (Tejashwi Yadav) ଙ୍କ ବିରୋଧରେ ତେଜ ପ୍ରତାପ (Tej Pratap Yadav) ଖୋଲାଖୋଲି ଭାବେ କହୁଛନ୍ତି। ଯେତେବେଳେ ଲାଲୁ ତାଙ୍କୁ ଦିଲ୍ଲୀ ଡାକି ବୁଝାଇଲେ, ସେ କିଛି ଦିନ ଶାନ୍ତ ରହିଲେ। ଛାତ୍ର RJD ସହିତ ସମାନ୍ତରାଳ ଭାବରେ ନିଜସ୍ୱ ସଂଗଠନ ଗଠନ କଲେ ଏବଂ ବର୍ତ୍ତମାନ ପୁନର୍ବାର ସ୍ୱର ଉତ୍ତୋଳନ କରିଛନ୍ତି। ଏହାଦ୍ୱାରା ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ପୁଣି ଖରାପ ହୋଇଯାଇଛି। ଏଭଳି ପରିସ୍ଥିତିରେ ଶନିବାର ତେଜସ୍ୱୀଙ୍କୁ ଇସାରାରେ ତେଜ ପ୍ରତାପ କରିଥିବା ଆକ୍ରମଣ ହେଉଛି, ତାଙ୍କ ସାନଭାଇଙ୍କ ଉପରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆକ୍ରମଣ।
ସୂଚନାଯୋଗ୍ୟ, ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦ ଯାଦବ ଜାମିନରେ ଜେଲରୁ ବାହାରିଛନ୍ତି। କିନ୍ତୁ କୋରୋନା ମହାମାରୀ ହେତୁ ସେ ବିହାରରେ ଅଧିକ ସମୟ ରହିଲେ ନାହିଁ ଏବଂ ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ରହୁଛନ୍ତି। ଏଠାରୁ ହିଁ ଲାଲୁ କେନ୍ଦ୍ରକୁ ଟାର୍ଗେଟ କରନ୍ତି, ବିରୋଧୀ ଦଳର ନେତାମାନଙ୍କୁ ଭେଟନ୍ତି ଏବଂ ଆରଜେଡିର ସୁପ୍ରିମୋ ହୋଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ବଡ ପୁଅ ବିହାରକୁ ନ ଫେରିବା ନେଇ ପ୍ରଶ୍ନ ଉଠାଇଛି, ଯାହା ଅତ୍ୟନ୍ତ ଗମ୍ଭୀର।