ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନରେ ବାଜିମାରିନେଲା TMC
Advertisement

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନରେ ବାଜିମାରିନେଲା TMC

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନଗର ନିଗମ ନିର୍ବାଚନରେ ଦଳୀୟ ବିଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସୁପ୍ରିମୋ। 

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନରେ ବାଜିମାରିନେଲା TMC

କୋଲକାତା: ଚଳିତ ବର୍ଷ ଦେଶରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ମତଦାନ। ହେଲେ ପଶ୍ଚିମବଙ୍ଗର ବିଧାନ ନଗର, ସିଲିଗୁଡ଼ି, ଚନ୍ଦନ ନଗର ଏବଂ ଆସନସୋଲ ନଗର ନିଗମରେ ଅନୁଷ୍ଠିତ ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛି ଶାସକ ଟିଏମସି।  

ବିଧାନନଗର ମହାନଗର ନିଗମରେ (Bidhannagar Municipal Corporation) ଶାସକ ତୃଣମୂଳ କଂଗ୍ରେସ (Trinamool Congress) ଟିଏମସି (TMC) ମୋଟ ୪୧ ୱାର୍ଡ଼ ମଧ୍ୟରୁ ୩୯ ଆସନରେ ବାଜିମାତ କରିଛି। ଅନ୍ୟପଟେ ବିରୋଧି ବିଜେପି (BJP) ଏବଂ ସିପିଏମ (CPM) ଏଠାରେ ଖାତା ଖୋଲି ପାରିନାହାଁନ୍ତି। କଂଗ୍ରେସ (Congress) ଗୋଟିଏ ଆସନ ପାଇଥିବା ବେଳେ ​​ଏବଂ ଗୋଟିଏ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।       

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନଗର ନିଗମ ନିର୍ବାଚନରେ ଦଳୀୟ ବିଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ ଲୋକଙ୍କୁ ଧନ୍ୟବାଦ ଜଣାଇବା କହିଛନ୍ତି ସାଧାରଣ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ପ୍ରଶାସନ କାର୍ଯ୍ୟ ଜାରି ରଖିବ। ଗତ ଫେବୃଆରୀ ୧୨ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। 

ଚନ୍ଦନ ନଗର ଠାରେ ଟିଏମସି ୩୨  ସିଟ୍ ମଧ୍ୟରୁ ୩୧ ହାତେଇ ଥିବାବେଳେ ସିପିଏମ୍ ଖାତାରେ ଗୋଟିଏ ଆସନ ଜିତିଛି। ଅନ୍ୟପଟେ ବାମପନ୍ଥୀ ମେଣ୍ଟ ପାଖରୁ ସିଲିଗୁଡି଼ ନଗର ନିଗମ ଛଡାଇ ନେବାରେ ସଫଳ ହୋଇଛି ଶାସକ ଦଳ। ଟିଏମସି ଏଠାରେ ୪୭ ସିଟ୍ ମଧ୍ୟରୁ ୩୭ ୱାର୍ଡ ଦଖଲ କରିଛି। ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ବାମପନ୍ଥୀ ଏଠାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ୫ ଆସନ ହାତେଇଛି। ବାମ ଦଳକୁ ଏଠାରେ ୪ ସିଟ୍ ମିଳିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ପାଇଛି। ସିଲିଗୁଡି଼ ଠାରେ ଟିଏମସି ୭୮.୭୨ ପ୍ରତିଶତ ଭୋଟ୍ ପାଇଥିବାବେଳେ ବିଜେପି ଏବଂ ସିପିଏମ ଯଥାକ୍ରମେ ୧୦.୬୪% ଏବଂ ୮.୫% ଭୋଟ୍ ପାଇଛି।

Also Read: KMC Election 2021 Results: TMC ଝଡରେ ବିରୋଧି ସଫା

ସମସ୍ତ ୪ ନଗର ନିଗମରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଦଳୀୟ ବିଜୟରେ ଆନନ୍ଦିତ ହୋଇଉଠିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଦଳର ନେତା ଗୌତମ ଦେବ ସିଲିଗୁଡି଼ ନଗର ନିଗମର  ଏସଏମସିର ପରବର୍ତ୍ତୀ ମେୟର ହେବେ। ସେ ୩ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି।

ଆସାନସୋଲ ଠାରେ ଟିଏମସି ୧୦୬ ୱାର୍ଡ  ମଧ୍ୟରୁ ୬୬ ସିଟ୍ ଜିତିଥିବା ବେଳେ ୫ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପି ୫ ସିଟ୍ ପାଇଥିବା ବେଳେ ସିପିଏମ୍ ଏବଂ କଂଗ୍ରେସ ୨-୨  ସିଟ୍ ପାଇଛନ୍ତି। ଦଳୀୟ ବିଜୟ ପାଇଁ ମମତା ବାନାର୍ଜୀ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ଲୋକଙ୍କ ବିଜୟ ବୋଲି କହିଛନ୍ତି।