BJD Candidate 2024: କାହାର ଟିକେଟ କଟିଲା ବିଜେଡ଼ି? କାହାକୁ ଦେଲା ସୁଯୋଗ? ଜାଣନ୍ତୁ
Advertisement

BJD Candidate 2024: କାହାର ଟିକେଟ କଟିଲା ବିଜେଡ଼ି? କାହାକୁ ଦେଲା ସୁଯୋଗ? ଜାଣନ୍ତୁ

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ରାଜ୍ୟର ମୋଟସ ୨୧ ସିଟ୍ ମଧ୍ୟରୁ ୧୫ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ।

BJD Candidate 2024: କାହାର ଟିକେଟ କଟିଲା ବିଜେଡ଼ି? କାହାକୁ ଦେଲା ସୁଯୋଗ? ଜାଣନ୍ତୁ

BJD MP Candidate 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବୁଧବାର ଜାରି ହୋଇଥିବା ପ୍ରଥମ ତାଲିକାରେ ରାଜ୍ୟର ୭୨ ବିଧାନସଭା ଆସନ ଏବଂ ୧୫ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡ଼ି। ଏକ ଭିଡିଓ ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର (ମାର୍ଚ୍ଚ ୨୭) ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡ଼ି। ଆଉ ଏବେ ଆହୁରି ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ୧୫ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡ଼ି।

ଯଦି ଏହି ୧୫ ଲୋକସଭା ଆସନ ଉପରେ ନଜର ପକାଯାଏ ତାହେଲେ ୧୧ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ। ୨୦୨୪ ଲୋକସଭା ନିର୍ବାଚନରେ ବିଜେଡ଼ି ରାଜଧାନୀ ଭୁବନେଶ୍ୱର ସମେତ କଟକ  ପୁରୀ, ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼଼ା, ଆସ୍କା, ନବରଙ୍ଗପୁର ଆସନରେ ଦଳୀୟ ପ୍ରାର୍ଥୀ ବଦଳାଇଛି। ଅନ୍ୟପକ୍ଷରେ ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଆସନରେ ବିଜେଡ଼ି ପ୍ରାର୍ଥୀ ଅପରିବର୍ତ୍ତିତ ରହିଛନ୍ତି।

ଗତ ୨୦୧୯ ଲୋକସଭା ନିର୍ବାଚନରେ କନ୍ଧମାଳ ଆସନରୁ ଅଚ୍ୟୁତ ସାମନ୍ତ ଜଗତସିଂହପୁର ଆସନରୁ ଡାକ୍ତର ରାଜଶ୍ରୀ ମଲ୍ଲିକ, ଯାଜପୁର ଆସନରୁ ଶର୍ମିଷ୍ଠା ସେଠୀ ଏବଂ କୋରାପୁଟ ଆସନରୁ କୌଶଲ୍ୟା ହିକକା ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ଏହି ୪ ଆସନ ମଧ୍ୟରୁ ବିଜେଡ଼ି କନ୍ଧମାଳ, ଜଗତସିଂହପୁର, ଯାଜପୁର ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା। ସେହିପରି କୋରାପୁଟ ଆସନରେ ଦଳ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ବାକି ୧୧ ଆସନ ମଧ୍ୟରୁ ଭୁବନେଶ୍ୱର, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ ଆସନରେ ବିଜେଡ଼ି ପରାସ୍ତ ହୋଇଥିଲା। ସେହିପରି କଟକ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡ଼଼ା, ଆସ୍କା, ନବରଙ୍ଗପୁର ଆସନରେ ବିଜୁ ଜନତା ଦଳ ବିଜୟୀ ହୋଇଥିଲା

ଗତ ଥରର ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ଅରୂପ ପଟ୍ଟନାୟକ, କଟକ ଆସନରୁ ଭର୍ତ୍ତୃହରି ମହାତାବ, ପୁରୀ ଆସନରୁ ପିନାକୀ ମିଶ୍ର, ଢେଙ୍କାନାଳ ଆସନରୁ ମହେଶ ସାହୁ, ସମ୍ବଲପୁର ଆସନରୁ ନଳିନୀ ପ୍ରଧାନ, କଳାହାଣ୍ଡି ଆସନରୁ ପୁଷେନ୍ଦ୍ର ସିଂହଦେଓ, ସୁନ୍ଦରଗଡ଼ ଆସନରୁ ସୁନୀତା ବିଶ୍ୱାଳ, ମୟୂରଭଞ୍ଜ ଆସନରୁ ଦେବାଶିଷ ମାର୍ଣ୍ଡି, କେନ୍ଦ୍ରାପଡ଼଼ା ଆସନରୁ ଅନୁଭବ ମହାନ୍ତି, ଆସ୍କା ଆସନରୁ ପ୍ରମିଳା ବିଶୋୟୀ, ନବରଙ୍ଗପୁର ଆସନରୁ ରମେଶ ମାଝୀ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ।

ହେଲ ଏଥର ଭୁବନେଶ୍ୱର ଆସନରୁ ମନ୍ମଥ ରାଉତରାୟ, କଟକ ଆସନରୁ ସନ୍ତୃପ୍ତ ମିଶ୍ର, ପୁରୀ ଆସନରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳ ଆସନରୁ ଅବିନାଶ ସାମଲ, ସମ୍ବଲପୁର ଆସନରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି ଆସନରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ ଆସନରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜ ଆସନରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼଼ା ଆସନରୁ ଅଂଶୁମାନ ମହାନ୍ତି, ଆସ୍କା ଆସନରୁ ରଞ୍ଜିତା ସାହୁ, ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି।

ବିଜୁ ଜନତା ଦଳ ବରଗଡ଼, ବଲାଙ୍ଗୀର, ବ୍ରହ୍ମପୁର, ଭଦ୍ରକ, କେଉଁଝର, ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡ଼ି ବରଗଡ଼, ବଲାଙ୍ଗୀର, ବାଲେଶ୍ୱର ଆସନରେ ପରାସ୍ତ ହୋଇଥିଲା। ସେହିପରି ବ୍ରହ୍ମପୁର, ଭଦ୍ରକ, କେଉଁଝର ଆସନରେ ବିଜୟୀ ହୋଇଥିଲା। ଗତ ଥର ବରଗଡ଼ ଆସନରୁ ପ୍ରସନ୍ନ ଆଚାର୍ଯ୍ୟ, ଭଦ୍ରକ ଆସନରୁ ମଞ୍ଜୁଲତା ମଣ୍ଡଳ, ବଲାଙ୍ଗୀର ଆସନରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁର ଆସନରୁ ଚନ୍ଦ୍ରଶେଖର ସାହୁ, କେଉଁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ, ବାଲେଶ୍ୱର ଆସନରୁ ରବୀନ୍ଦ୍ର କୁମାର ଜେନା ବିଜେଡ଼ି ପ୍ରାର୍ଥୀ ହୋଇଥିଲେ। ଏହି ୬ ଆସନରେ ବିଜେଡ଼ି ପ୍ରାର୍ଥୀ ବଦଳାଉଛି ନାଁ ସେହି ପୁରୁଣା ପ୍ରା୍ର୍ଥୀଙ୍କୁ ପୁନର୍ବାର ନିର୍ବାଚନ ରଣଙ୍ଗାନରେ ଅବତୀର୍ଣ୍ଣ କରାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ (ପ୍ରଥମ ପର୍ଯ୍ୟାୟ)

  • କଳାହାଣ୍ଡି: ଲମ୍ବୋଦର ନିଆଲ
  • ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ
  • ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
  • ମୟୁରଭଞ୍ଜ: ସୁଦାମ ମାରାଣ୍ଡି
  • କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି
  • ନବରଙ୍ଗପୁର: ପ୍ରଦୀପ କୁମାର ମାଝି
  • ଭୁବନେଶ୍ୱର: ମନ୍ମଥ ରାଉତରାୟ
  • କୋରାପୁଟ: କୌଶଲ୍ୟା ହିକକା
  • ଆସ୍କା: ରଞ୍ଜିତା ସାହୁ

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ (ଦ୍ୱିତୀୟ ପର୍ଯ୍ୟାୟ)

  • ପୁରୀ-ଅରୂପ ପଟ୍ଟନାୟକ
  • ଢେଙ୍କାନାଳ-ଅବିନାଶ ସାମଲ 
  • ଜଗତସିଂହପୁର- ଡାକ୍ତର ରାଜଶ୍ରୀ ମଲ୍ଲିକ
  • କନ୍ଧମାଳ- ଅଚ୍ୟୁତ ସାମନ୍ତ
  • କଟକ-ସନ୍ତୃପ୍ତ ମିଶ୍ର 
  • ଯାଜପୁର-ଶର୍ମିଷ୍ଠା ସେଠୀ