Madhya Pradesh: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ
Advertisement
Article Detail0/zeeodisha/odisha1254752

Madhya Pradesh: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

MP CM Shivraj Singh Chouhan: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ। ଯେତେବେଳେ ତାଙ୍କୁ ଥଣ୍ଡା ତଥା ଖରାପ ସ୍ୱାଦଯୁକ୍ତ ଚା ଦିଆଯାଉଥିବା ଅଭିଯୋଗ ହୋଇଥିଲା ସେତେବେଳେ ସେ ରାଗି ଯାଇଥିଲେ।

 Madhya Pradesh: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

MP CM Shivraj Singh Chouhan: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ତଥା ଖରାପ ସ୍ୱାଦଯୁକ୍ତ ଚା ଦିଆଯାଉଥିବା ଅଭିଯୋଗ ହୋଇଥିଲା ସେତେବେଳେ ସେ ରାଗି ଯାଇଥିଲେ। ଏହି ଘଟଣାରେ କନିଷ୍ଠ ଯୋଗାଣ ଅଧିକାରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତିନି ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ମଧ୍ୟ ଉତ୍ତର ମଗାଯାଇଛି। ଏହି ନୋଟିସ ରାଜ୍ୟର ଛତରପୁର ଜିଲ୍ଲା ରାଜନଗର ଉପଜିଲ୍ଲାପାଳ ଡି.ପି ଦ୍ୱିବେଦୀ ଏହି ନୋଟିସ ଜାରି କରିଥିଲେ। ଜୁଲାଇ ୧୧ ତାରିଖରେ ରାଜନଗର ଠାରେ ଅବସ୍ଥାପିତ କନିଷ୍ଠ ଯୋଗାଣ ଅଧିକାରୀ ରାକେଶ କାହ୍ନଆଙ୍କୁ ଏହି ନୋଟିସ ଜାରି କରାଯାଇଛି। ମଙ୍ଗଳବାର ଏହି ନୋଟିସ ବାବଦରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ନିଶ୍ଚିତ କରିଛନ୍ତି।

ଯେତେବେଳେ କନିଷ୍ଠ ଅଧିକାରୀଙ୍କୁ ଚା ପାଇଁ ନୋଟିସ ଦିଆଯିବା ମାତ୍ରେ ସମଗ୍ର ରାଜ୍ୟରେ ଆଲୋଚନା ହୋଇଥିଲା। ନୋଟିସ ଜାରି ହେବା ପରେ ଗୋଟିଏ ଦିନ ପରେ ପ୍ରଶାସନର ସମାଲୋଚନା ଏବଂ ବିରୋଧି କଂଗ୍ରେସର ବିରୋଧ ପରେ ଏହି ନୋଟିସ ବାତିଲ କରାଯାଇଛି। କନିଷ୍ଠ ଯୋଗାଣ ଅଧିକାରୀ ରାକେଶ କାହ୍ନଆଙ୍କୁ ଦିଆଯାଇଥିବା ଏହି ନୋଟିସ ଜରିଆରେ କୁହାଯାଇଛି ଯେ ଜୁଲାଇ ୧୧ ତାରିଖରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଖଜୁରାହୋ ବିମାନ ବନ୍ଦର ଠାରେ ପହଞ୍ଚିବା ସମୟରେ ମେନୁ ଅନୁଯାୟୀ ଜଳପାନ ବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଏନେଇ ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା ମିଳିଥିଲା ଯାହାର ସ୍ତର ଠିକ୍ ନଥିଲା। 

ଜୁଲାଇ ୧୧ ତାରିଖରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ରାଜ୍ୟ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମା ଖଜୁରାହୋ ବିମାନ ବନ୍ଦରକୁ ଆସିଥିଲେ। ନଗର ନିଗମ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଖଜୁରାହୋରୁ ରିୱା ଯାଇଥିବାବେଳେ ବିଜେପି ଅଧ୍ୟକ୍ଷ ଖଜୁରାହୋରୁ କଟନୀ। 

ଏହି ଘଟଣା ପ୍ରଶାସନର ପ୍ରୋଟୋକଲ ଅନୁପାଳନ ଉପରେ ପ୍ରଶ୍ନ ଉଠାଇଛି। କନିଷ୍ଠ ଯୋଗାଣ ଅଧିକାରୀଙ୍କ ଅବହେଳା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଯାହା ପ୍ରୋଟୋକଲ୍ ନିୟମ ବିରୋଧି। ଆପଣଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ନା ନାହିଁ ସେ ନେଇ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଛି। ଯଦି ୩ ଦିନ ଜବାବ ଦାଖଲ ନ ହୁଏ ତାହେଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପରେ ଦାଖଲ ହୋଇଥିବା ଜବାବ ଗ୍ରହଣୀୟ ହେବ ନାହିଁ।
ଏହି ନୋଟିସ ଜାରି ହେବାର ଗୋଟିଏ ଦିନ ପରେ ଛତରପୁର ଜିଲ୍ଲାପାଳ ସନ୍ଦୀପ ଜି.ଆର ଉପଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ ରଦ୍ଦ କରିଛନ୍ତି। ଏନେଇ ସେ ରାଜନଗର ଉପଜିଲ୍ଲାପାଳଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଆପଣଙ୍କ ଦ୍ୱାରା ଜାରି କରାଯାଇଥିବା କାରଣ ନୋଟିସ ମୋ ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଏହା ସ୍ପଷ୍ଟ କରାଯାଉଛି ଯେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରୋଟୋକଲ ଉଲ୍ଲଂଘନ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଜାରି କରାଯାଇଥିବ ବିଜ୍ଞପ୍ତିକୁ ବାତିଲ୍ କରିବା ନିଶ୍ଚିତ କରନ୍ତୁ। ଜିଲ୍ଲାପାଳଙ୍କ ପାଖରୁ କାରଣ ନୋଟିସ ବାତିଲ କରିବାକୁ ଚିଠି ପାଇବା ପରେ ଉପଜିଲ୍ଲାପାଳ କହିଛନ୍ତି ଜିଲ୍ଲାପାଳଙ୍କ ଏହି ଚିଠି ପାଇବା ପୂର୍ବରୁ ମୁଁ କନିଷ୍ଠ ଯୋଗାଣ ଅଧିକାରୀଙ୍କୁ ଦିଆଯାଇଥିବା କାରଣ ନୋଟିସ ବାତିଲ କରିସାରିଛି। 

ଏହି ଘଟଣାରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସଲୁଜା ଜାରି ହୋଇଥିବା କାରଣ ଦର୍ଶାଅ ବିଜ୍ଞପ୍ତିର ନକଲ ଟ୍ୱିଟ୍ କରି କହିଛନ୍ତି ଯେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚା ବାଲାଙ୍କୁ କାହିଁକି ଏତେ ଘୃଣା କରନ୍ତି? କାହାକୁ ଘୃଣା କରୁଛ? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି? ଏହା ପରେ ସଲୁଜା ଏହି ନୋଟିସ ବାତିଲ କରିବା ପାଇଁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ କପି ଟ୍ୱିଟ କରି କହିଥିଲେ ଯେ ତାଙ୍କ ଦଳର ତୀବ୍ର ବିରୋଧ ପରେ ଛତରପୁର ରାଜନଗର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା ଯୋଗାଇବା ପାଇଁ ଉପଜିଲ୍ଲପାଳଙ୍କ ଦ୍ୱାରା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଦିଆଯାଇଥିବା ବିଜ୍ଞପ୍ତି ବାତିଲ କରାଯାଇଛି।

Also Read: ବୈଠକ ବେଳେ ଜିଲ୍ଲାପାଳଙ୍କ ଉପରେ ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ