ବୈଠକ ବେଳେ ଜିଲ୍ଲାପାଳଙ୍କ ଉପରେ ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ; କହିଲେ...
Advertisement

ବୈଠକ ବେଳେ ଜିଲ୍ଲାପାଳଙ୍କ ଉପରେ ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ; କହିଲେ...

ମୁଁ ସମସ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁଛି। 

ବୈଠକ ବେଳେ ଜିଲ୍ଲାପାଳଙ୍କ ଉପରେ ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ; କହିଲେ...

CM get angry on Collector: ବୈଠକ ବେଳେ ଜିଲ୍ଲାପାଳଙ୍କ ଉପରେ ନାରାଜ ହୋଇ ଉଠିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲପାଳଙ୍କ ଉପରେ ନାରାଜ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବୈଠକ ବେଳେ "ଏଣେ ତେଣେ ହଲାଅ ନାହିଁ ମୁଣ୍ଡ। "

ନିକଟରେ ଭୂମି ଅଧିକାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏହି ଅବସରରେ ସେ ରାଜ୍ୟର ବୁରହାନପୁର ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରିଥିଲେ ମାତ୍ର ବୈଠକ ବେଳେ ବୁରହାନପୁର ଜିଲ୍ଲପାଳଙ୍କ ଉପରେ ନାରାଜ ହୋଇ ଉଠିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରତ୍ୟେକ କାମ ଉପରେ ମୋର ନଜର ରହିଛି। ଏଣେ ତେଣେ  ନ ଦେଖି ମୋତେ ସିଧାସଳଖ ଦେଖନ୍ତୁ ଜିଲ୍ଲାପାଳ।

Also Read: 'ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ କରାଉଛି ବିଜେପି'

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ବୁରହାନପୁର ଜିଲ୍ଲାପାଳ ପ୍ରବୀଣ ସିଂହଙ୍କୁ କହିଛନ୍ତି ଯେ ମୁଁ ଯେତେବେଳେ କହୁଛି ସେତେବେଳେ ଆପଣ କଥାବାର୍ତ୍ତା କରିବାର ଅଧିକାର ନାହିଁ। ମୁଁ ସମସ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁଛି। ବୁରହାନପୁର ଜିଲ୍ଲାପାଳ ଏଣେ ତେଣେ ମୁଣ୍ଡ ନ ହଲାଇ ସିଧା ଆଗକୁ ଦେଖନ୍ତୁ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଉପରେ ଆସୁଥିବା ସମସ୍ୟା, ଅପରାଧୀ ତଥା ପାନୀୟ ଜଳ ଭଳି ସମସ୍ୟାକୁ ନେଇ କଠୋର ହୋଇଉଠିଛି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନଭାବ। ଭର୍ଚୁଆଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି ଯେ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ହେଉଛି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଯେଉଁମାନେ ସାମାଜିକ ସୌହାର୍ଦ୍ଦ୍ୟ ଲାଗି ସମସ୍ୟା ସୃଷ୍ଟି କରନ୍ତି କିମ୍ବା ବିଭିନ୍ନ ସମ୍ପ୍ରଦାୟ ମଦ୍ୟରେ ଦୂରତା ସୃଷ୍ଟି କରି  ବିଶୃଙ୍ଖଳା ସୃଷ୍ଟି କରନ୍ତି ସେମାନଙ୍କୁ ନଜରରେ ରଖିବା ଆବଶ୍ୟକ। ଏପରି କାର୍ଯ୍ୟକଳାପରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Also Read: ଟ୍ୱିଟ୍ କରି ଫସିଗଲେ ଦିଗବିଜୟ ସିଂହ; ନିଆଯାଇ ପାରେ ଏହି କାର୍ଯ୍ୟାନୁଷ୍ଠାନ

 

ଗୋ ଚାଲଣ କିମ୍ବା ଗା ହତ୍ୟା ଘଟଣାରେ ଜଡିତ ଲୋକ କିମ୍ବା ଏହା ସହ ଜଡିତ ମାଫିଆ ନେଟୱାର୍କକୁ ବନ୍ଦ କରୁ ପ୍ରଶାସନ। ବିକାଶ ଏବଂ ଜନସେବା ମାଧ୍ୟମରେ ଆମକୁ ବିଭିନ୍ନ ସମ୍ପ୍ରଦାୟରେ ବିଶ୍ୱାସ ସୃଷ୍ଟି କରି ସାମାଜିକ ସମନ୍ୱୟ ରକ୍ଷା କରିବାକୁ ପଡିବ। ଏହା ଆମର ପ୍ରୟାସ ଯେ ସମ୍ପ୍ରଦାୟ ମଧ୍ୟରେ ଦୂରତା କୌଣସି ମୂଲ୍ୟରେ ନ ବଢୁ।