Madhya Pradesh: କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ
Advertisement

Madhya Pradesh: କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ

Madhya Pradesh: ଏହା ପ୍ରଥମ ପାଇଁ ହୋଇନାହିଁ ଯେତେବେଳେ କଂଗ୍ରେସ ବିଧାୟକ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ନିଜର କାରନାମା ପାଇଁ ବିବାଦ ଘେରକୁ ଟଣା ହୋଇଛନ୍ତି ସେମାନେ। 

Madhya Pradesh: କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ

Madhya Pradesh Congress MLA: ସଦ୍ୟ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟ ପ୍ରଦେଶର ୨ ଜଣ କଂଗ୍ରେସ ବିଧାୟକ। ରେଳ ଯାତ୍ରା କରିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଆସିଛି   ଅଭିଯୋଗ। ଏହି ଘଟଣାରେ ମାମଲା ଦାଏର କରାଯିବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ। ଅନ୍ୟପଟେ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ଦଳର ବିଧାୟକଙ୍କ ଠାରୁ ଏହାର ଜବାବ ମାଗିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସେ ଏକ କମିଟି ଗଠନ କରିଛନ୍ତି। 

ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ବିଧାୟକ ହେଉଛନ୍ତି ସିଦ୍ଧାର୍ଥ କୁଶୱାହା (Siddharth Kushwaha) ଏବଂ ସୁନୀଲ ସର୍ରାଫ (Suneel saraf)। ଉଭୟେ ରେଳ ଯାତ୍ରା କରିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ହେଲେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଦୁଇ କଂଗ୍ରେସ ବିଧାୟକ (Madhya Pradesh Congress MLA)।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରେଳବାଇ ପୋଲିସ  ସବ୍-ଇନ୍ସପେକ୍ଟର ପ୍ରମୋଦ ଅହିରୱାର। ଏନେଇ ସେ କହିଛନ୍ତି କଂଗ୍ରେସ ବିଧାୟକ ସୁନୀଲ ସରଫ ଏବଂ ସିଦ୍ଧାର୍ଥ କୁଶୱାହା ଟ୍ରେନ ଯୋଗେ ରୀୱା ଠାରୁ ଭୋପାଳ ଅଭିମୁଖେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଉଭୟେ ଜଣେ ମହିଳାଙ୍କ ହାତ ଧରିବା ତାଙ୍କୁ ଏକାଠି ବସି ଖାଇବା ପାଇଁ କହିଥିବାର ଅଭିଯୋଗ ହୋଇଛି। 

Also Read: Madhya Pradesh Politics:ବୟାନକୁ ନେଇ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ

ସବ୍-ଇନ୍ସପେକ୍ଟର କହିଛନ୍ତି ଯେ ମହିଳା ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ତାଙ୍କ ୮ ମାସର ଶିଶୁ ସହିତ ଟ୍ରେନ ବଗିରେ ଶୋଇଥିଲେ। ଏହି ସମୟରେ ଉଭୟ ବିଧାୟକ ଆସି ତାଙ୍କ ହାତ ଧରି ସେମାନଙ୍କ ସହ ଖାଇବାକୁ କହିଥିଲେ। କଂଗ୍ରେସ ବିଧାୟକ ଜୋର ରେ କଥା ହେବା ସହ ତାଙ୍କୁ ହଇରାଣ କରୁଥିଲେ। ଏହା ପରେ ସେ ତାଙ୍କ ଓକିଲ ସ୍ୱାମୀଙ୍କ ସହ କଥା ହୋଇଥିଲେ। ପରେ ଜବଲପୁର ରେଳ ପୋଲିସ ସହ ଯୋଗାଯୋଗ କରିଥିଲେ। ଏହି ଘଟଣା ରୀୱାଞ୍ଚଳ ଏକ୍ସପ୍ରେସ ରେ କଟନୀ-ଦମୋହା ଷ୍ଟେସନ ମଧ୍ୟରେ ଘଟିଛି।

ଯେତେବେଳେ ଟ୍ରେନ ସାଗର ଷ୍ଟେସନ ଠାରେ ପହଞ୍ଚିଲା ସେତେବେଳେ ପୋଲିସ୍ ସବ୍-ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଅଭିଯୋଗ କରା ଯାଇଥିବା କୋକ ପାଖରେ ପହଞ୍ଚି ଯାଇଥିଲେ। ଏହି ମାମଲାରେ ୨ କଂଗ୍ରେସ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଛି।

ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଦୁଇ କଂଗ୍ରେସ ବିଧାୟକ। ଏନେଇ ପ୍ରତିକ୍ରିୟା ରଖି ବିଧାୟକ ସୁନୀଲ ସରଫ କହିଛନ୍ତି, 'ଟ୍ରେନରେ ଅନ୍ୟ ଲୋକ ଥିଲେ ହେଲେ କେହି କିଛି କହି ନ ଥିଲେ। ସେ ଆମର ଗୋଟିଏ ବର୍ଥ ରେ ଶୋଇଥିଲେ। କବାଟ କାରଣରୁ ସୃଷ୍ଟି ହୋଇଥିବା ଶବ୍ଦ କାରଣରୁ ତାଙ୍କ ପିଲା ଜାଗ୍ରତ ହୋଇଉଠିଥିଲା। ଏହା ପରେ ମହିଳା ଜଣଙ୍କ ଅନ୍ୟ ଏକ ଆସନକୁ ଚାଲିଗଲେ। ଯେତେବେଳେ ପୋଲିସ ଆସିଲା ସେତେବେଳେ ଆମେ ଅଭିଯୋଗ ବାବଦରେ ଜାଣିବାକୁ ପାଇଲୁ।

Also Read: କଂଗ୍ରେସ ବିଧାୟକଙ୍କ କାରନାମାରେ ତାଜୁବ IT Dept; ରବିବାର ଖୋଲିବାକୁ ପଡିଲା ବ୍ୟାଙ୍କ

କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱାହା କହିଛନ୍ତି ଏହି ଅଭିଯୋଗ ଭିତ୍ତିହୀନ। ଏପରି କିଛି ଘଟିନାହିଁ। ସେ ତାଙ୍କ ମନ ଇଚ୍ଛା ଯାହା ନାହିଁ ତାହା କହୁଛନ୍ତି। ସେ ଆମ ସିଟ ରେ କ'ଣ କରୁଥିଲେ? ଆମ ପକ୍ଷରୁ କିଛି କରାଯାଇ ନାହିଁ। କଟଣ କେବଳ ସେ ହିଁ କହିପାରିବେ। ଆମେ ଟ୍ରେନ ଫାଟକ ପାଖରେ ଛିଡା ହୋଇ ହୋଇ କଟନୀ ପର୍ଯ୍ୟନ୍ତ ଯାତ୍ରା କରିଥିଲୁ।