Madhya Pradesh Politics:ବୟାନକୁ ନେଇ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ
Advertisement

Madhya Pradesh Politics:ବୟାନକୁ ନେଇ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ

ନିଜର ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ୨ ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ ସଞ୍ଜୟ ଶୁ୍କ୍ଳା ଏବଂ ସାଜନ ସିଂହ ବର୍ମା। 

Madhya Pradesh Politics:ବୟାନକୁ ନେଇ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ

Madhya Pradesh Congress MLA: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର କଂଗ୍ରେସ ବିଧାୟକ ସଞ୍ଜୟ ଶୁ୍କ୍ଳା। ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଧାୟକ ଶୁକ୍ଳା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଟାର୍ଗେଟ କରିବାକୁ ଯାଇ ଫୁଟବଲ ମ୍ୟାଚ ବେଳେ ହେଉଥିବା ସେଲ୍ଫ ଗୋଲ କରି ବସିଛନ୍ତି।    
  
ରାଜ୍ୟର ଅଙ୍ଗନୱାଡିକୁ  ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଉଚ୍ଚାଭିଳାଷୀ ଅଭିଯାନକୁ ଟାର୍ଗେଟ କରିବା ବେଳେ କଂଗ୍ରେସ ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ପାଟିରୁ କଥା ଖସିଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଗତ ୧୯୭୭ ଲୋକସଭା ନିର୍ବାଚନରେ ​​ନିଜ ଦଳର ସର୍ବୋଚ୍ଚ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ପରାଜୟର ଉଦାହରଣ ଦେଇ ସେ କହିଥିଲେ ଇନ୍ଦିରା ଗାନ୍ଧୀଙ୍କ ଭଳି ମୁଖ୍ୟମନ୍ତ୍ରୀ ସିଏମ୍ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ରାଜ୍ୟ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ପରେ ଘରେ ବସାଇ ଦିଆଯିବ।

ଅଙ୍ଗନୱାଡିରେ ପଢୁଥିବା ଶିଶୁଙ୍କ ଲାଗି ଖେଳଣା ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଶୁକ୍ଲା ଗଣମାଧ୍ୟମକୁ କହିଛନ୍ତି ଲୋକଙ୍କୁ ଭ୍ରମିତ କରାଯାଉଛି। ହେଲେ ଲୋକ ସତ ଜାଣୁଛନ୍ତି। ରାଜ୍ୟରେ ଅନୁଷ୍ଠିତ ହେଉଥିବା ନଗର ନିଗମ ଏବଂ ପଞ୍ଚାୟତ ନିର୍ବାଚନରେ ​​ବିଜେପି ଉପଯୁକ୍ତ ଜବାବ ପାଇଯିବ। 

ଅନ୍ୟପଟେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ରାଜ୍ୟର ଅନ୍ୟତମ କଂଗ୍ରେସ ବିଧାୟକ ସାଜନ ସିଂହ ବର୍ମା ପାକିସ୍ତାାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସମର୍ଥନରେ ଆସିଛନ୍ତି। ୧୯୪୭ ମସିହାରେ ଦେଶ ସ୍ୱାଧିନଚତା ପାଇବା ସମୟରେ ହୋଇଥିବା ବିଭାଜନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ଜବହାରଲାଲ ନେହେରୁ ଅଖଣ୍ଡ ଭାରତ ବର୍ଷକୁ ବିଭାଜନ କରି ସମଗ୍ର ଦେଶ ପାଇଁ ଭଲ କରିଥିଲେ। ଜିନ୍ନା-ନେହେରୁ ନିଜ ଜ୍ଞାନ ବଳରେ ଦେଶକୁ ବିଭାଜିତ କରିଥିବାରୁ ଉଭୟଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ। 

ଗତ ସପ୍ତାହରେ ରାଜ୍ୟର ମାଲୱା ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେଇ ବିଜେପି-ଆରଏସଏସ ବିରୋଧରେ ବର୍ଷି କଂଗ୍ରେସ ବିଧାୟକ ସାଜନ ସିଂହ ବର୍ମା କହିଛନ୍ତି ମୁସଲିମ ଜନସଂଖ୍ୟାଦ୍ରୁତ ଗତିରେ ବଢୁଛି। ବିଜେପି-ଆରଏସଏସ ହିନ୍ଦୁ-ମୁସଲିମ ଖେଳ ଖେଳୁଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଖଣ୍ଡ ଭାରତ ବାବଦରେ କହୁଛନ୍ତି। ହେଲେ  ଯଦି ପଡୋଶୀ ଦେଶରୁ ମୁସଲମାନ ଭାରତ ଆସନ୍ତି ତାହେଲେ ଆଉ ଅଧିକ ଲୋକ ରହିବାକୁ ସ୍ଥାନ ପାଇବେ ନାହିଁ। ଅଖଣ୍ଡ ଭାରତ ଅର୍ଥ ହେଉଛି ପାକିସ୍ତାନ, ଇଣ୍ଡୋନେସିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ଭଳି ଦେଶକୁ ଏକତ୍ର କରିବା। ଏଭଳି ପରିସ୍ଥିତିରେ ଯଦି ବାଂଲାଦେଶ, ପାକିସ୍ଥାନ, ଇଣ୍ଡୋନେସିଆ ମୁସଲି ଭାରତ ଆସନ୍ତି, ତାହେଲେ ମୋଦୀ ଜି, ଭାଗବତ ଜୀ ଭଳି ଲୋକଙ୍କୁ ଠିଆ ହେବାକୁ ସ୍ଥାନ ମିଳିବ ନାହିଁ। ଦେଶକୁ ଦୁଇ ଭାଗରେ ବିଭକ୍ତ କରିଥିବାରୁ ନେହେରୁ-ଜିନ୍ନା ଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ। ଯେଉଁ କାରଣରୁ ପାକିସ୍ତାନରେ ରହିବାକୁ ଚାହୁଁଥିବା ମୁସଲମାନ ସେଠାରେ ବସବାସ କରିଥିଲେ ଏବଂ ଭାରତରେ ରହିବାକୁ ଚାହୁଁଥିବା ହିନ୍ଦୁ ଏଠାକୁ ଆସିଥିଲେ।

Also Read: Madhya Pradesh Politics:ବୟାନକୁ ନେଇ ଚର୍ଚ୍ଚାକୁ ଆସିଲେ ୨ କଂଗ୍ରେସ ବିଧାୟକ  

Also Read: 'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'

Also Read: କଂଗ୍ରେସ ବିଧାୟକଙ୍କ କାରନାମାରେ ତାଜୁବ IT Dept; ରବିବାର ଖୋଲିବାକୁ ପଡିଲା ବ୍ୟାଙ୍କ