କୋଲକାତା: ଏବେ ରାଜନେତାଙ୍କ କାରଣରୁ ଚର୍ଚ୍ଚାର ପରିସରକୁ ଆସିଯାଇଛି ହ୍ୱିଲଚେୟାର। ଦୁର୍ଘଟଣା ଅଥବା ଅନ୍ୟକୌଣସି କାରଣରୁ ଚଲାବୁଲା କରିବାକୁ ଅସମର୍ଥ ହୋଇପଡିଥିବା କୌଣସି ଏହାକୁ ବ୍ୟବହାର କରିଥାନ୍ତି। ହେଲେ ଏବେ ଏହାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। 


COMMERCIAL BREAK
SCROLL TO CONTINUE READING

ହ୍ୱିଲଚେୟାର (Wheelchair) ବ୍ୟବହାର କରିବାକୁ ନେଇ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee), ଗ୍ୟାଙ୍ଗଷ୍ଟାରରୁ ରାଜନେତା (Gangster turned Politician) ପାଲଟିଥିବା ମୁଖତାର ଅନସାରୀଙ୍କୁ (Mukhtar Ansari) ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ (Madhya Pradesh Home Minister) ଡ.ନରୋତ୍ତମ ମିଶ୍ରା (Dr.Narottam Mishra)।  


Also Read: 'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'


 


ଏନେଇ ପ୍ରତିକ୍ରିୟା ରଖି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଛନ୍ତି ଏବେ ଦେଶର ହ୍ୱିଲଚେୟାର ବହୁତ ପ୍ରସିଦ୍ଧ ହୋଇଗଲାଣି। ଜଣେ ହାରିଯିବା ଡରରେ ଏବଂ ଅନ୍ୟ ଜଣେ ମାଡ ଭୟରେ ହ୍ୱିଲଚେୟାର ଉପରେ ବସିପଡିଛନ୍ତି।   


ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ରାଜ୍ୟର ଆସନସୋଲ (Asansol) ଠାରେ ଆୟୋଜିତ ହୋଇଥିବା ଦଳୀୟ ସଭାକୁ ଏହି ବରିଷ୍ଠ ବିଜେପି ନେତା କହିଛନ୍ତି ଏବେ ହ୍ୱିଲଚେୟାର ଏକ ଅଜବ ପରିସ୍ଥିତି ମଧ୍ୟରେ ରହିଛି। ଜଣେ ହାତରୁ କ୍ଷମତା ଚାଲିଯିବା ଭୟରେ ଏବଂ ଅନ୍ୟ ଜଣେ ମାଡ ଭୟରେ ବାଧ୍ୟବାଧକତା କାରଣରୁ ହ୍ୱିଲଚେୟାର ବ୍ୟବହାର କରୁଛନ୍ତି। ଗୋଟିଏ ହ୍ୱିଲଚେୟାର ଏବେ ପଞ୍ଜାବରୁ ଜଣେ ଲୋକଙ୍କୁ ଆଣି ଉତ୍ତର ପ୍ରଦେଶରେ ଆସି ପହଞ୍ଚିଛି।      


Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ


 


ଗତ ସପ୍ତାହରେ ପଞ୍ଜାବସ୍ଥିତ (Punjab) ରୂପ ନଗର ଜେଲରୁ (Rup Nagar) ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ ଉତ୍ତର ପ୍ରଦେଶର (Uttar Pradesh) ବାନ୍ଦା ଜେଲକୁ (Banda Jail) ଅଣାଯାଇଥିଲା। ଜେଲକୁ ଅଣାଯିବା ବେଳେ ଉତ୍ତର ପ୍ରଦେଶର ଏହି ବାହୁବଳୀ ରାଜନେତାଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଥିଲା।


Also Read: West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି


 


ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳ ଲାଗି ପ୍ରଚାର କରୁଥିବା ସମୟରେ ଆହତ ହୋଇଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏ ଘଟଣା ପର ଠାରୁ ସେ  ହ୍ୱିଲଚେୟାରରେ ବସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ପ୍ରଚାର କରୁଥିବା ସମୟରେ ଭିଡ ତାଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ କରିଥିଲେ ସେ। ହେଲେ ତାଙ୍କ ଅଭିଯୋଗକୁ କେହି ବିଶ୍ୱାସ କରୁନଥିବା କହିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ।