ପ୍ରଚାର ବେଳେ ମମତା ବାନାର୍ଜୀ ଆହତ; କୋଲକାତା SSKM ହସ୍ପିଟାଲରେ ଭର୍ତ୍ତି
Advertisement

ପ୍ରଚାର ବେଳେ ମମତା ବାନାର୍ଜୀ ଆହତ; କୋଲକାତା SSKM ହସ୍ପିଟାଲରେ ଭର୍ତ୍ତି

ଗାଡ଼ିରେ ବସିବା ବେଳେ ତାଙ୍କୁ କିଛି ଲୋକ ଜାଣିଶୁଣି ଧକ୍କା ମାରିଛି।

ପ୍ରଚାର ବେଳେ  ମମତା ବାନାର୍ଜୀ ଆହତ;  କୋଲକାତା SSKM ହସ୍ପିଟାଲରେ ଭର୍ତ୍ତି

କୋଲକାତା: ଆଗାମୀ ବିଧାନସଭା ନିର୍ବାଚନ ଲାଗି  ରାଜ୍ୟର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ଘଟଣାରେ ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି। ଏହି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ସେ। 

 
ଗାଡ଼ିରେ ବସିବା ବେଳେ ତାଙ୍କୁ କିଛି ଲୋକ ଜାଣିଶୁଣି ଧକ୍କା ମାରିଛି। ଏ ଘଟଣା ଘଟିବା ସମୟରେ ପୋଲିସ ସେଠାରେ ଉପସ୍ଥିତ ନଥିବା କହିଛନ୍ତି ମମତା ବାନାର୍ଜୀ। ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ନନ୍ଦିଗ୍ରାମ ଠାରୁ କୋଲକାତା ଅଣାଯାଇଛି। ତାଙ୍କୁ ସ୍ଥାନୀୟ SSKM ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

 

 

ଖବର ପାଇ ଏହି ଡାକ୍ତରଖାନରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ସଚିବ। ମେଡିକାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ଘଟଣାର ନନ୍ଦିଗ୍ରାମ ପୋଲିସକୁ ସବିଶେଷ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିଶନ।