ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା
Advertisement

ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ବିଧାୟକ ନହୋଇ ମଧ୍ୟ ମଧ୍ୟପ୍ରଦେଶର ମନ୍ତ୍ରୀ ଥିବା ତୁଲସୀ ସିଲାୱଟ (Tulsiram Silawat) ଏବଂ ଗୋବିନ୍ଦ ରାଜପୁତ (Govind Rajput) ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିଜର ଇସ୍ତଫା ପଠାଇଛନ୍ତି । 

ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଭୋପାଳ: MP Bypolls 2020: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ଉପନିର୍ବାଚନ (MP Bypolls)ହେବାର ଅଛି । ଏଥିପାଇଁ ଦୁଇ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ-ବିଜେପି ସମେତ କିଛି କ୍ଷେତ୍ରୀୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଜୋରସୋରରେ ଓହ୍ଲାଇଛନ୍ତି । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଧାୟକ ନହୋଇ ମଧ୍ୟ ମଧ୍ୟପ୍ରଦେଶର ମନ୍ତ୍ରୀ ଥିବା ତୁଲସୀ ସିଲାୱଟ (Tulsiram Silawat) ଏବଂ ଗୋବିନ୍ଦ ରାଜପୁତ (Govind Rajput) ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିଜର ଇସ୍ତଫା ପଠାଇଛନ୍ତି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି  ରାଜ ଭବନକୁ ପଠାଇଛନ୍ତି । ଉଭୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସହ କଂଗ୍ରେସ (Congress0 ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ । ଏଥି ସହିତ ଉପନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍

 

ବାସ୍ତବରେ, ଏକ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଯେ କୌଣସି ମନ୍ତ୍ରୀ ଗୃହର ସଦସ୍ୟ ନ ହୋଇ ୬ ମାସରୁ ଅଧିକ ସମୟ ମନ୍ତ୍ରୀପଦରେ ରହିପାରିବେ ନାହିଁ । ଏଭଳି ପରିସ୍ଥିତିରେ, ଏହି ପ୍ରକ୍ରିୟା ଯୋଗୁଁ ଉଭୟ ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଉପନିର୍ବାଚନ ବିଷୟରେ କହିବାକୁ ଗଲେ ସାମ୍ୱେର ବିଧାନସଭା ଆସନରୁ ବିଜେପିର ତୁଲସୀରାମ ସିଲାୱଟ ଏବଂ କଂଗ୍ରେସର ପ୍ରେମଚାନ୍ଦ ଗୁଣ୍ଡୁଙ୍କ ମଧ୍ୟରେ ଲଢ଼େଇ ହେବ ।

ଅଧିକ ପଢ଼ନ୍ତୁ:-ବିହାରରେ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ଅସମ୍ଭାଳ ଭିଡ଼, ଦେଖନ୍ତୁ ଫଟୋ

ନିକଟ ଅତୀତରେ ଜଳସମ୍ପଦ ମନ୍ତ୍ରୀ ତୁଲସୀରାମ ସିଲାୱଟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପରଦିନ ପ୍ରେମଚାନ୍ଦ ଗୁଦୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉଭୟ ନାମାଙ୍କନ ସହିତ ସେମାନଙ୍କର ଆୟ ଆଫିଡେଭିଟ୍ ମଧ୍ୟ ଦାଖଲ କରିଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ତୁଲସୀରାମ ସିଲାଭଟ, ଯିଏକି ସାମ୍ୱେରରୁ ଚାରିଥର କଂଗ୍ରେସ ବିଧାୟକ ରହିସାରିଛନ୍ତି । ସେ ଏଥର ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।