Maharashtra Politics: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ପରିବର୍ତ୍ତନ ହେବା ସହ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଏହାର ପୂର୍ବତନ ସହଯୋଗୀ ଶିବସେନା। ଏନେଇ ଶିବସେନା ଉଦ୍ଦେଶ୍ୟରେ ଟାର୍ଗେଟ କରି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ୧୯୮୦ ମସିହାରେ ବିଜେପି ଗଠିତ ହୋଇଥିଲା। ହେଲେ ଆମେ ଆମର ଆଦର୍ଶ ଛାଡି ନାହୁଁ। ହିନ୍ଦୁତ୍ୱ ଆମ ନିଶ୍ୱାସରେ ରହିଛି। ହିନ୍ଦୁତ୍ୱ ଆମର ରାଜନୈତିକ ଏଜେଣ୍ଡା ନୁହେଁ। ଗତ ୨୦୧୯ ନିର୍ବାଚନରେ ଆମେ ହିନ୍ଦୁତ୍ୱ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ତଥା ଦେବେନ୍ଦ୍ର ଫଡନାଭୀସଙ୍କ କାର୍ଯ୍ୟ ଆଧାରରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲୁ। ଜିତିବା ପରେ ମଧ୍ୟ ପରେ କ୍ଷମତା ପାଇଁ ଆମେ ହିନ୍ଦୁତ୍ୱ ଛାଡିନଥିଲୁ।
 
ରାଜ୍ୟର ପାଳଘର ଠାରେ ସାଧୁଙ୍କୁ ହତ୍ୟା ଘଟଣାରେ ଶିବସେନା କ୍ଷମତାରେ ଥାଇ କ'ଣ କରିଥିଲ? ଯେଉଁ ଦିନ ଅଯୋଧ୍ୟା ଠାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଲାଗି ଭୂମି ପୂଜନ ହୋଇଥିଲା ସେହି ଦିନ ଲକ୍ଷ ଲକ୍ଷ ହିନ୍ଦୁ ଆନନ୍ଦିତ ଉତ୍ସବ ପାଳନ କରିଥିଲେ। ହେଲେ ଏହି ଉତ୍ସବ ପାଳନ କରୁଥିବା ଲୋକଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଯେଉଁମାନେ ମନ୍ଦିର ପାଇଁ ଦାନ ସଂଗ୍ରହ କରିଥିଲେ ସେମାନଙ୍କ ବିରୋଧରେ ବିଭିନ୍ନ ପ୍ରକାର ବୟାନବାଜି କରାଯାଇଥିଲା। ଏନେଇ କୁହାଯାଇଥିଲା ଯେ ସେମାନେ ନିଜ ଘର ଭରିବା ପାଇଁ ଏହା କରୁଛନ୍ତି। ହେଲେ ଘର ଭରିବାର ଇତିହାସ ଆପଣଙ୍କର ରହିଛି। ଆମେ ଆମର ଘର ବିକ୍ରୟ କରି ଏହି ସମସ୍ତ କାର୍ଯ୍ୟ କରୁ। କୋରୋନା ବେଳେ ମଦ ଦୋକାନ ଖୋଲିଥିଲା  ହେଲେ ମନ୍ଦିର ଖୋଲିବା ଲାଗି ଆନ୍ଦୋଳନ କରିବାକୁ ପଡିଥିଲା। ଶିବସେନା ନେତୃତ୍ୱାଧିନ ମହବିକାଶ ଅଘାଡ଼ି ସରକାର ଆରକ୍ଷଣ ପ୍ରଦାନ ବାବଦରେ କୌଣସି ନିଷ୍ପତ୍ତି ନେଇନଥିଲା। କୃଷି ବୀମା ଏବଂ କୃଷି ଋଣ ଛାଡ କରିବାକୁ ନେଇ କ'ଣ ନିଷ୍ପତ୍ତି ନିଆଯାଇଥିଲା? 


COMMERCIAL BREAK
SCROLL TO CONTINUE READING

ଗାଦି ଛାଡି଼ବା ପୂର୍ବରୁ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକେର ଅନେକ ନିଷ୍ପତ୍ତି ନେଇଥିଲେ। କାରଣ ସେ ଜାଣିଥିଲେ ଯେ ତାଙ୍କ ସରକାର ବିଦାୟ ନେବାକୁ ଯାଉଛି। ଆପଣ ଯାହା ନିଷ୍ପତ୍ତି ନେଇଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣ ବର୍ତ୍ତମାନର ସରକାରଙ୍କୁ କହୁଛନ୍ତି। ହେଲେ ଆପଣ କ୍ଷମତାରେ ରହିବାର ଅଢେଇ ବର୍ଷ ମଧ୍ୟରେ କାହିଁକି ଏନେଇ କୌଣସି ପଦକ୍ଷେପ ନେଇନଥିଲେ। ଆପଣ ଗାଦି ଛାଡି଼ବା ପୂର୍ବରୁ ସହର ନାଁ ପରିବର୍ତ୍ତନ କରିଥିଲେ ହେଲେ କ୍ଷମତାରେ ରହିଥିବା କାହିଁକି ଏହି କାର୍ଯ୍ୟ କରିନଥଲେ। ଆପଣ ସମସ୍ତ ରାଜନୈତିକ ନିଷ୍ପତ୍ତି ଆପଣଙ୍କ ଶେଷ କ୍ୟାବିନେଟ ବୈଠକରେ ନେଇଥିଲେ।


ଯେତେବେଳେ ହିନ୍ଦୁତ୍ୱ ଏବଂ ବିକାଶ ନାମରେ କାର୍ଯ୍ୟ କରୁଥିବା ଏକନାଥ ସିନ୍ଦେ ତାଙ୍କ କ୍ରୋଧ ଦେଖାଇବା ଆରମ୍ଭ କଲେ ସେତେବେଳେ ଲୋକେ ତାଙ୍କୁ ସହଯୋଗ ଦେଇଥିଲେ। ହେଲେ ଏହି ମାମଲାରେ ବିଜେପି କୌଣସି ପ୍ରକାରେ ଜଡିତ ନଥିଲା। ହିନ୍ଦୁତ୍ୱ ପ୍ରସଙ୍ଗକୁ ଶିବସେନା ମଧ୍ୟରେ ଝଗଡା ହେଲେ। ଆମେ ବାରମ୍ବାର କହୁଥିଲୁ ଯେ ଯଦି ସରକାର ଗାଦିଚ୍ୟୁତ ହେବା ଭଳି ପରିସ୍ଥିତି ଆସେ ତାହେଲେ ଆମେ ସେହି ଶୂନ୍ୟସ୍ଥାନ ପୂରଣ କରିବୁ।


ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେଙ୍କ ଇଚ୍ଛା ଥିଲା ଯେ ଜଣେ ସାଧାରଣ ଶିବ ସୈନିକ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ। ହେଲେ ନିଜେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲେ। ହେଲେ ସେ କୌଣସି ସାଧାରଣ ଶିବ ସୈନିକ ନଥିଲେ। ଶିବସେନାକୁ ଆଗକୁ ବଢାଇବା ପାଇଁ ଉଦ୍ଧବ ଠାକରେ ଙ୍କେବଳ ଭାଷଣ ଦେଇଛନ୍ତି। ହେଲେ ଦଳକୁ ଆଗେଇ ନେବାରେ ଶିବସେନା ନେତା ତଥା ବର୍ତ୍ତମାନର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ସେଥିପାଇଁ ସେ ହେଉଛନ୍ତି ଜଣେ ପ୍ରକୃତ ଶିବ ସୈନିକ ଏବଂ ହିନ୍ଦୁତ୍ୱକୁ ରକ୍ଷା କରୁଥିବା ଜଣେ ନେତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଛି।


ଦଳର ନେତା ଦେବେନ୍ଦ୍ର ଫଡନାଭୀସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ସେ କାହିଁକି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା ନୂଆ କଥା ନୁହେଁ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବା ପରେ କଂଗ୍ରେସ ନେତା ଅଶୋକ ଚୌହ୍ୱାଣ ମହାରାଷ୍ଟ୍ର ସରକାରରେ ଲୋକ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଏକନାଥ ସିନ୍ଦେ କହିଥିଲେ ଯେ ଯେତେବେଳେ ମୋତେ ଏତେ ବଡ଼ ଦାୟିତ୍ୱ ମିଳିଥିଲା ସେତେବେଳେ ଆପଣ ପ୍ରଶାସନିକ ଅଭିଜ୍ଞତା ପାଇଁ ମୋ ସହିତ ରୁହନ୍ତୁ। ଏହା ପରେ ଦେବେନ୍ଦ୍ର ଫଡନାଭୀସ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏ ବାବଦରେ ପଚାରିଥିଲେ। ଅନେକ ଲୋକଙ୍କ ଦାବି ରହିଥିଲା ଯେ ଦେବେନ୍ଦ୍ର ଫଡନାଭୀସ ସରକାରରେ ସାମିଲ ରହିବା ଉଚିତ। ଏହାକୁ ନଜରରେ ରଖି ଅଢେଇ ବର୍ଷ ପୂର୍ବେ ଯିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ଏହେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏନେଇ ବହୁତ ସାହସ ଆବଶ୍ୟକ। 


Also Read: ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?


Also Read: ହିନ୍ଦୁ, ହିନ୍ଦୁତ୍ୱ, ହିନ୍ଦୁ ଭୋଟବ୍ୟାଙ୍କକୁ ନେଇ ବିଜେପିକୁ କଟାକ୍ଷ କଲା ଶିବସେନା


Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena