ହିନ୍ଦୁ, ହିନ୍ଦୁତ୍ୱ, ହିନ୍ଦୁ ଭୋଟବ୍ୟାଙ୍କକୁ ନେଇ ବିଜେପିକୁ କଟାକ୍ଷ କଲା ଶିବସେନା; କହିଲା...
Advertisement
Article Detail0/zeeodisha/odisha1050019

ହିନ୍ଦୁ, ହିନ୍ଦୁତ୍ୱ, ହିନ୍ଦୁ ଭୋଟବ୍ୟାଙ୍କକୁ ନେଇ ବିଜେପିକୁ କଟାକ୍ଷ କଲା ଶିବସେନା; କହିଲା...

ଧର୍ମ ନାଁରେ ହିନ୍ଦୁ ନିଜ ଭୋଟ ଦିଅନ୍ତୁ। ଏହାକୁ ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେ ନିଶ୍ଚିତ କରିଥିଲେ ବୋଲି ଦାବି କରିଛି ଶିବସେନା। ହିନ୍ଦୁତ୍ୱ ପ୍ରସଙ୍ଗରେ ପୂର୍ବତନ ସହଯୋଗୀ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ତାଙ୍କ ଦଳର ହିନ୍ଦୁତ୍ୱ ପ୍ରତି ପ୍ରତିବଦ୍ଧତା କେବଳ ରାଜନୀତି କିମ୍ବା ନିର୍ବାଚନ ମଧ୍ୟରେ ​​ସୀମ

ହିନ୍ଦୁ, ହିନ୍ଦୁତ୍ୱ, ହିନ୍ଦୁ ଭୋଟବ୍ୟାଙ୍କକୁ ନେଇ ବିଜେପିକୁ କଟାକ୍ଷ କଲା ଶିବସେନା; କହିଲା...

ମୁମ୍ବାଇ: ଧର୍ମ ନାଁରେ ହିନ୍ଦୁ ନିଜ ଭୋଟ ଦିଅନ୍ତୁ। ଏହାକୁ ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେ ନିଶ୍ଚିତ କରିଥିଲେ ବୋଲି ଦାବି କରିଛି ଶିବସେନା। ହିନ୍ଦୁତ୍ୱ ପ୍ରସଙ୍ଗରେ ପୂର୍ବତନ ସହଯୋଗୀ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ତାଙ୍କ ଦଳର ହିନ୍ଦୁତ୍ୱ ପ୍ରତି ପ୍ରତିବଦ୍ଧତା କେବଳ ରାଜନୀତି କିମ୍ବା ନିର୍ବାଚନ ମଧ୍ୟରେ ​​ସୀମିତ ନୁହେଁ ବରଂ ଲୋକେ କିପରି ରୋଟି, କପଡା ଏବଂ ଘର ପାଇବେ ତାହା ନିଶ୍ଚିତ କରିବା। ଅଯୋଧ୍ୟାରେ ବାବ୍ରି ଭଙ୍ଗାଯିବା ସମୟରେ ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କର ଓକିଲାତି କରୁଥିବା ଲୋକ ସେତେବେଳେ ଏ ପ୍ରସଙ୍ଗରୁ ଦୂରେଇ ଯାଇଥିଲେ। ହେଲେ କେବଳ ଶିବ ସୈନିକ୍ ଏବଂ ବାଲାସାହେବ ଠାକରେ ହିଁ ହିନ୍ଦୁଙ୍କ ପକ୍ଷରେ ଦୃଢ ଭାବେ ଛିଡ଼ା ହୋଇଥିଲେ।

ନିକଟରେ ମହାରାଷ୍ଟ୍ର ବିଜେପି ସଭାପତି (Maharashtra BJP president) ଚନ୍ଦ୍ରକାନ୍ତ ପାଟିଲ (Chandrakant Patil) ଦାବି କରି କହିଥିଲେ ରାଜା ଛତ୍ରପତି ଶିବାଜୀ ମହାରାଜ (Chhatrapati Shivaji Maharaj) ଏବଂ ସାଧୁସନ୍ଥ (Hindu Saint) 'ହିନ୍ଦୁ ଭୋଟ୍ ବ୍ୟାଙ୍କକୁ (Hindu Vote Bank) ବିକଶିତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଅନ୍ୟ ନେତା ଏହାକୁ ଶୀର୍ଷକୁ ନେଇଥିଲେ।

Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena

ଏହାର ଜବାବ ରଖି ଶିବସେନା ନେତା ସଞ୍ଜୟ ରାଉତ (Shiv Sena Leader Sanjay Raut) କହିଛନ୍ତି ଶିବାଜୀ ମହାରାଜ ଏକ ହିନ୍ଦୁ ଭୋଟ୍ ବ୍ୟାଙ୍କ ବିକଶିତ କରିଛନ୍ତି କି ନାହିଁ ଏହା ମୋତେ ଜଣାନାହିଁ। ହେଲେ ଏହା ସତ୍ୟ ଯେ ଶିବାଜୀ ମହାରାଜ ଦେଶରେ ହିନ୍ଦ ସ୍ୱରାଜ୍ୟ (Hind Swarajya) ପ୍ରତିଷ୍ଠା କରିଥିଲେ। ଏହା ପୂର୍ବରୁ ଆମ ଦଳର ପ୍ରତିଷ୍ଠାତା (Shiv Sena Founder) ବାଲା ସାହେବ ଠାକରେ (Bala Saheb Thackeray) ଏବଂ ବିନାୟକ ଦାମୋଦର ସାବରକର (Vinayak Damodar Savarkar) ରହିଥିଲେ। ଯିଏ ଛତ୍ରପତିଙ୍କ ବିଚାରଧାରାକୁ ଅନୁସରଣ କରିଥିଲେ। ଏଥିପାଇଁ ଲୋକେ ବାଲା ସାହେବଙ୍କୁ ହିନ୍ଦୁ ହୃଦୟ ସମ୍ରାଟ (Hindu Hriday Samrat ) ବୋଲି କହିଥାନ୍ତି। ସେ ସର୍ବପ୍ରଥମେ ହିନ୍ଦୁ ଭୋଟ ବ୍ୟାଙ୍କ ଅବଧାରଣା ସାମ୍ନାକୁ ଆଣିଥିଲେ। ଶିବସେନା ପାଇଁ ହିନ୍ଦୁତ୍ୱ କେବଳ ରାଜନୀତି, ନିର୍ବାଚନ, କିମ୍ବା ମନ୍ଦିର ମଧ୍ୟରେ ସୀମିତ ରହିନାହିଁ। ଆମର ହିନ୍ଦୁତ୍ୱ ହେଉଛି ଲୋକଙ୍କ ପାଇଁ ରୁଟି, କପଡା ଏବଂ ଘର ସୁନିଶ୍ଚିତ କରାଇବା। 

ସେହିପରି କିଛି ଦିନ ପୂର୍ବେ ନିଜର ପୂର୍ବତନ ସହଯୋଗୀ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା କହିଥିଲା ଯେ ବିଜେପି ଏକ ବିଭାଜନକାରୀ ଦଳ, ଯାହା ଦେଶର ଏକତା ଚାହୁଁନାହିଁ। ଏହାକୁ ବୁଝିବା ପାଇଁ ଶିବସେନାକୁ ୨୫ ବର୍ଷ ସମୟ ଲାଗିଗଲା।  

Also Read: ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା

ଏନେଇ ମତ ରଖି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଏନସିପି ମୁଖ୍ୟ ଶରଦ ପାୱାର ୨୫ ବର୍ଷ ପୂର୍ବେ କହିଥିଲେ ବିଜେପି ହେଉଛି ଏକ ବିଭାଜନକାରୀ ଦଳ। ଏହି ଦଳ କେତେବେଳେ ଦେଶରେ ଏକତା ଚାହୁଁନାହିଁ। ଏହାର ପଦ୍ଧତି ହେଉଛି ବିଭାଜନକାରୀ। ଏକଥା ଠିକ୍ ଥିଲା ବୋଲି ଦଳ ୨ ବର୍ଷ ପୂର୍ବେ ହୃଦୟଙ୍ଗମ କରିଥିଲା। ଶିବସେନା ସେତେବେଳେ ବିଜେପି ସହିତ ଏକ ଅବିସ୍ମରଣୀୟ ବନ୍ଧୁତା ରଖିଥିଲା। ଆଉ ଏହି କାରଣରୁ କେହି ଏକଥା ଉପରେ ଧ୍ୟାନ ଦେଇନଥିଲେ ବୋଲି କହିଥିଲେ ସଞ୍ଜୟ ରାଉତ।

Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ଅଭିଯୋଗ ଆଣି ଶିବସେନା ନେତା ସଂସଦରେ ବିରୋଧି ଦଳର ସ୍ୱରକୁ ଦମନ କରିବାକୁ ଏହି ସରକାର ଚେଷ୍ଟା କରୁଛନ୍ତି ଏବଂ ପ୍ରକୃତ ପ୍ରସଙ୍ଗକୁ ଦେଶ ଆଗରେ ଆଣିବାକୁ ଦେଉନାହାଁନ୍ତି। ସଂସଦର କେନ୍ଦ୍ରୀୟ ସଭାଗୃହ ରାଜନେତାଙ୍କ ବ୍ୟତୀତ ସାମ୍ବାଦିକଙ୍କ ମଧ୍ୟରେ ବୈଠକ କରିବା  ପାଇଁ ଜଣାଶୁଣା ଥିଲା। ସମସ୍ତେ ଏଠାରେ ଏକାଠି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳୁଛୁ ଯେ ଯେଉଁମାନେ ସଂସଦରେ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବିରୋଧ କରାଯାଉଛି। ପ୍ରଶ୍ନ ଉଠାଇବା ଭଳି ମୌଳିକ ଅଧିକାରକୁ ଅସ୍ୱୀକାର କରିବା ଅର୍ଥ ହେଉଛି ବହୁସଂଖ୍ୟକ ବାଦ ପାଇଁ ରାସ୍ତା ପ୍ରଶସ୍ତ କରିବା।