ଶିବସେନାକୁ ହିନ୍ଦୁତ୍ୱ ପ୍ରସଙ୍ଗରେ କିଛି କହିବାର ଅଧିକାର ନାହିଁ। ମେଣ୍ଟ ପାଇଁ ବିଜେପି କେବେ ଶିବସେନା ପାଖକୁ ଯାଇନାହିଁ।
Trending Photos
BJP targets Shiv Sena: ମେ ୨୮ ତାରିଖ ଶନିବାର ହିନ୍ଦୁତ୍ୱ ପ୍ରତୀକ ବୀର ସାବରକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବସେନା ବିରୋଧରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଚିବ ସୁନୀଲ ଦେଓଧର। ଏନେଇ ସେ କହିଛନ୍ତି ମହାରାଷ୍ଟ୍ର-ହିନ୍ଦୁତ୍ୱ ପିଠିରେ ଛୁରୀ ମାରିଛି ଶିବସେନା। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା, କଂଗ୍ରେସ-ଏନସିପି ସହ ମେଣ୍ଟ କରି ବିଜେପି ପିଠିରେ ଛୁରୀ ମାରିଛି। ଶିବସେନା ସଂସ୍ଥାପକ ବାଲ ଠାକରେଙ୍କ ହିନ୍ଦୁତ୍ୱ ପ୍ରେରଣାଦାୟକ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏହା ଶିଖିବା ଆବଶ୍ୟକ।
ଶିବସେନାକୁ ହିନ୍ଦୁତ୍ୱ ପ୍ରସଙ୍ଗରେ କିଛି କହିବାର ଅଧିକାର ନାହିଁ। ମେଣ୍ଟ ପାଇଁ ବିଜେପି କେବେ ଶିବସେନା ପାଖକୁ ଯାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୁତ୍ୱ ପ୍ରତୀକ ବିନାୟକ ଦାମୋଦର ସାବରକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ। ବିଗତ କିଛି ଧରି ବୀର ସାବରକରଙ୍କ ବାବଦରେ ମିଥ୍ୟା ପ୍ରଚାର କରାଯାଉଛି। ହେଲେ ଏଭଳି ପ୍ରୟାସ ବିଫଳ ହୋଇଛି। ସମାଜ ଏବେ ଧିରେ ଧିରେ ଦେଶଭକ୍ତି ସହ ତାଙ୍କ ମହାନ ଗୁଣ ବାବଦରେ ଅବଗତ ହେଉଛି।
କୋରୋନା ମହାମାରୀ ଆସିବା ପୂର୍ବରୁ ରାମ ମନ୍ଦିର ନିର୍ମାଣ, ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ ଆଦି ଅନେକ କାର୍ଯ୍ୟ ହୋଇଥିଲା। ହିନ୍ଦୁତ୍ୱ ପ୍ରତୀକ ବୀର ସାବରକରଙ୍କ ଦ୍ୱାରା ପରିକଳ୍ପିତ ରାଜନୀତିର ହିନ୍ଦୁକରଣ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଛି।
ବୀର ସାବରକର ୧୩୯ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ସାବରକରଙ୍କ ପାଖରେ ବୈଜ୍ଞାନିକ ସ୍ୱଭାବ ଏବଂ ଉଗ୍ର ଜାତୀୟତାବାଦ ରହିଛି। ସାବରକର ଜଣେ ସାହିତ୍ୟିକ, ଜଣେ ଶକ୍ତିଶାଳୀ ବକ୍ତା, ଜଣେ ଭଲ ସଙ୍ଗଠକ ଯିଏ ବ୍ରିଟିଶ ଶାସନ ବିରୋଧରେ ଯୁଦ୍ଧ କରିଥିଲେ। ତାଙ୍କର ବୈଜ୍ଞାନିକ ସ୍ୱଭାବ ଏବଂ ଉଗ୍ର ରାଷ୍ଟ୍ରବାଦ ଏକ ପ୍ରେରଣା।
Also Read: ଶିବସେନା ସ୍ଥିର କରିବ ନାହିଁ ଅସଲି-ନକଲି ହିନ୍ଦୁତ୍ୱ: ନବନୀତ ରାଣା
Also Read: 'କ୍ରାନ୍ତିକାରୀ ସାବରକରଙ୍କ କଥା କଂଗ୍ରେସ ମାନିଥିଲେ ହୋଇନଥାନ୍ତା ଦେଶର ବିଭାଜନ'