ମହାରାଷ୍ଟ୍ରରେ ରାଜନୈତିକ ଝଡ଼! ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନିଲ ଦେଶମୁଖ
Advertisement
Article Detail0/zeeodisha/odisha878671

ମହାରାଷ୍ଟ୍ରରେ ରାଜନୈତିକ ଝଡ଼! ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନିଲ ଦେଶମୁଖ

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଏହି ମାମଲାରେ ଜୟଶ୍ରୀ ପଟେଲଙ୍କ ଆବେଦନ ଉପରେ ଆଜି (ସୋମବାର) ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଏହି ମାମଲାରେ ଜୟଶ୍ରୀ ପଟେଲଙ୍କ ଆବେଦନ ଉପରେ ଆଜି (ସୋମବାର) ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି। ଅନ୍ୟପକ୍ଷରେ NCPର ଉଚ୍ଚ ସ୍ତରୀୟ ବୈଠକ ପରେ ଅନିଲ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଅନିଲ ଦେଶମୁଖ ମାମଲାରେ ଅନୁଷ୍ଠିତ NCPର ଉଚ୍ଚ ସ୍ତରୀୟ ବୈଠକରେ ଶରଦ ପାୱାର (Sarad Pawer), ଅନିଲ ଦେଶମୁଖ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ଉପସ୍ଥିତ ଥିଲେ। ଜୟଶ୍ରୀ ପଟେଲଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ବୈଠକ ବସିଥିଲା। ଦଳ ସୂତ୍ର ଅନୁଯାୟୀ, ବୈଠକରେ ଆଗୁଆ ରଣନୀତି ଉପରେ ଆଲୋଚନା କରାଯାଇଛି। ଏହା ପରେ ଦେଶମୁଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharastra CM) ଉଦ୍ଧବ ଠାକରେଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

ପରମବୀର ସିଂଙ୍କ ଅଭିଯୋଗକୁ ଏକ ଅସାଧାରଣ ମାମଲା ବୋଲି ବମ୍ବେ ହାଇକୋର୍ଟ (Bombay High Court) କହିଛନ୍ତି। ଏଥିସହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ (Anil Deshmukh) ଙ୍କ ବିରୋଧରେ ୧୫ ଦିନ ମଧ୍ୟରେ ଦୁର୍ନୀତି ଅଭିଯୋଗ ଉପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ CBIକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଏହା ଏକ ଗମ୍ଭୀର ବିଷୟ ଏବଂ ଏହାର CBI ତଦନ୍ତ ହେବା ଉଚିତ୍। ଯଦି ସ୍ଥାନୀୟ ପୋଲିସ (Mumbai Police) ଏଭଳି ଘଟଣାର ତଦନ୍ତ କରେ ତେବେ ଜନସାଧାରଣଙ୍କ ବିଶ୍ୱାସ ରହିବ ନାହିଁ।