ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena
Advertisement
Article Detail0/zeeodisha/odisha874365

ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

ଯଦି ଗୃହମନ୍ତ୍ରୀ ମୁହଁଖୋଲନ୍ତି ତାହେଲେ ମହାବିକାଶ ଅଘାଡି ସରକାରର ପର୍ଦ୍ଦାଫାଶ ହୋଇଯିବ। 

ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

ମୁ୍ମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଆଣିଥିବା ଅଭିଯୋଗକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏ ପ୍ରସଙ୍ଗରେ  ମନ୍ତ୍ରୀଙ୍କୁ ଜବାବ ମାଗିଛି ଶାସକ ଶିବସେନା ମୁଖପତ୍ର 'ସାମନା'। ଅନ୍ୟପଟେ ଏ ମାମଲାରେ ପୂର୍ବତନ ସହଯୋଗୀକୁ  ଟାର୍ଗେଟ କରିଛି ବିଜେପି।

ପୂର୍ବତନ ମୁମ୍ବାଇ ପୋଲିସ କମିଶନର (Former Mumbai Police Commissioner) ପରମବୀର ସିଂହ (Param Bir Singh) ଆଣିଥିବା ଅଭିଯୋଗକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ (Maharastra Home Minister) ଅନିଲ ଦେଶମୁଖଙ୍କୁ ଦଳୀୟ ମୁଖପତ୍ର 'ସାମନା' (Saamana) ମାଧ୍ୟମରେ ଜବାବ ମାଗିଛି ଶିବସେନା (Shivsena Mouthpiece)। ନିଲମ୍ବିତ ପୋଲିସ ଅଧିକାରୀ ସଚିନ ବଝେଙ୍କୁ ଏତେ କ୍ଷମତା କିଏ ଦେଲା ବୋଲି ସେ ନେଇ ପ୍ରଶ୍ନ କରିଛି ଶିବସେନା।    

ଦଳୀୟ ମୁଖପତ୍ରର 'ରୋକଠୋକ' ସାପ୍ତାହିକ ସ୍ତମ୍ଭରେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଶ୍ନ ପଚାରି ଲେଖିଛନ୍ତି ଜଣେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର-ଏପିଆଇ (Assistant Police Inspector-API) ସ୍ତରର ଅଧିକାରୀଙ୍କୁ କିଏ ଅସୀମିତ କ୍ଷମତା ଦେଲା ସେ ନେଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ମୁମ୍ବାଇ ପୋଲିସ କମିଶନର, ଗୃହମନ୍ତ୍ରୀଙ୍କ ସମେତ ରାଜ ସରକାରଙ୍କ ବିଭିନ୍ନ ଅତ୍ୟନ୍ତ ଘନିଷ୍ଠ ସହଯୋଗ ଥିବା ସଚିନ ବଝେ ଜଣେ ସହାୟକ ପୋଲିସ ନିରୀକ୍ଷକ ଥିଲେ। ତାଙ୍କୁ ମୁମ୍ବାଇ ପୋଲିସର ଅସୀମିତ କ୍ଷମତା କିଏ ଦେଲା ତାହାକୁ ଯାଞ୍ଚ କରିବା ଦରକାର। ମୁମ୍ବାଇ ପୋଲିସ କମିଶନର କାର୍ଯ୍ୟାଳୟରେ ରହି ସେ ଟଙ୍କା ଆଦାୟ କରୁଥିଲା ହେଲେ ଗୃହମନ୍ତ୍ରୀ କିପରି ଏକଥା ଜାଣିପାରିଲେ ନାହିଁ। ଦୁର୍ଘଟଣାବଶତଃ ଅନିଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦ ମିଳିଛି। 

Also Read: ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

ଶିବସେନାର ଦଳୀୟ ମୁଖପତ୍ରରେ ଲେଖାଯାଇଥିବା ସାପ୍ତାହିକ ସ୍ତମ୍ଭକୁ ନାଟକ ବୋଲି ଦର୍ଶାଇଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ଏନେଇ ଦଳୀୟ ନେତା କିରୀଟ ସୋମେୟା କହିଛନ୍ତି ସଚିନ ବଝେ ମାମଲାରେ   ଉଭୟ ଶିବସେନା ଆଉ ଏହାର ମୁଖପତ୍ର ସାମ୍ନା ନାଟକ ବାଜି କରୁଛନ୍ତି। ଶିବସେନା କହୁଛି ସଚିନ ବଝେ ଗୃହମନ୍ତ୍ରୀ ଏବଂ ପୋଲିସ କମିଶନରଙ୍କ ଲାଗି ଟଙ୍କା ଆଦାୟ କରୁଥିଲା। ଏହି କାରଣରୁ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର ବଦନାମ ହେଉଥିଲା। ହେଲେ ମୁଁ ସେମାନଙ୍କୁ କହି ରଖୁଛି ନିଲମ୍ବିତ ପୋଲିସ ଅଧିକାରୀ ସଚିନ ବଝେଙ୍କୁ ବେଆଇନ ଭାବେ ପୁନଃନିଯୁକ୍ତି ଦେଇଥିଲେ ଉଦ୍ଧବ ସରକାର। 

Also Read: Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

 

ଅନ୍ୟତମ ବିଜେପି ନେତା ରାମ କାଦାମ (Ram Kadam) କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା କାହିଁକି ମାଗୁନାହାଁନ୍ତି। ଯଦି ଗୃହମନ୍ତ୍ରୀ ମୁହଁଖୋଲନ୍ତି ତାହେଲେ ମହାବିକାଶ ଅଘାଡି ସରକାରରେ ସାମିଲ ଥିବା ଶିବସେନା, ଏନସିପି, କଂଗ୍ରେସ ଆଦି ଦଳର ପର୍ଦ୍ଦାଫାଶ ହୋଇଯିବ। 

ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଏ ମାମଲାରେ ଯାଞ୍ଚ କରିବାକୁ ମୁଁ ଦାବି କରିସାରିଛି। ରାଜ୍ୟ ସରକାର ଏ ମାମଲାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।