Corona Alert: ବାତିଲ ହୋଇପାରେ BMC ସମେତ ୧୦ ନଗର ନିଗମ ନିର୍ବାଚନ
Advertisement
Article Detail0/zeeodisha/odisha1062200

Corona Alert: ବାତିଲ ହୋଇପାରେ BMC ସମେତ ୧୦ ନଗର ନିଗମ ନିର୍ବାଚନ

ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମହାରାଷ୍ଟ୍ରର ସମସ୍ତ ମହାନଗର ନିଗମର ବୈଠକ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। 

Corona Alert: ବାତିଲ ହୋଇପାରେ BMC ସମେତ ୧୦ ନଗର ନିଗମ ନିର୍ବାଚନ

ନୂଆଦିଲ୍ଲୀ: ଦେଶର ସର୍ବାଧିକ କୋରୋନା କ୍ଷତିଗ୍ରସ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର। ଏହି ବିଶ୍ୱ ମହମାରୀ କାରଣରୁ ରାଜ୍ୟକୁ ରାଜନୈତିକ ତଥା ଅର୍ଥନୈତିକ କ୍ଷେତ୍ରରେ ଅନେକ କ୍ଷତି ସହିବାକୁ ପଡି଼ଛି। କୋଭିଡ୧୯ ସଂକ୍ରମଣ କାରଣରୁ ସ୍ଥିତ ଏପରି ହୋଇଛି ଯେ ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ଅନ୍ୟ ୧୦ ମହାନଗର ନିଗମ ଏବଂ ୨୫ ଜିଲ୍ଲା ପରିଷଦରେ ହେବାକୁ ଥିବା ନିର୍ବାଚନକୁ ବାତିଲ କରାଯାଇପାରେ। କୋରୋନା ମହମାରୀକୁ ନଜରରେ ରଖି ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇପାରେ।

ଚଳିତ ବର୍ଷ ଫେବୃଆରୀରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସମେତ ଠାଣେ, ପୁଣେ, ପିମ୍ପରି ଚିଞ୍ଚୱାଡ଼, ନାଗପୁର, ନାସିକ, ଉହ୍ଲାସ ନଗର, ଅମରାବତୀ, ସୋଲାପୁର, ଓକୋଲା ପ୍ରଭୃତି ମହାନଗର ନିଗମ ସମେତ ରାଜ୍ୟର ୨୫ ଜିଲ୍ଲା ପରିଷଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ହେଲେ କୋରୋନାର ତୃତୀୟ ଲହରକୁ (Third Wave of Corona) ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିର୍ବାଚନକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି।   

ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମହାରାଷ୍ଟ୍ରର ସମସ୍ତ ମହାନଗର ନିଗମର ବୈଠକ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ସଭା, ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କମିଟି ବୈଠକ ଅନ୍ତର୍ଭୂକ୍ତ ରହିଛି।

Also Read: ରାହୁଲ ଗାନ୍ଧୀଙ୍କ ରାଲି ପାଇଁ ଅନୁମତି ଦେଲାନି ମୁମ୍ବାଇ ପୋଲିସ; କଂଗ୍ରେସ ନେଲା ଏହି ପଦକ୍ଷେପ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୭୫ ନୂଆ Omicron  Variant ମାମଲା ସାମ୍ନାକୁ ଆସିଥିବା ବେଳେ ସୋମବାର ଦେଶରେ ଏହି ସଂଖ୍ୟା ୧୭୦୦ କୁ ବୃଦ୍ଧି ପାଇଛି। ଯଦିଓ ଏପର୍ଯ୍ୟନ୍ତ ୬୩୯ ଓମିକ୍ରନ୍ ସଂକ୍ରମିତ ହୋଇଛି। ଦେଶର ୨୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ସଂକ୍ରମଣ ଜନିତ ମାମଲା ସାମ୍ନାକୁ ଆସିସାରିଛି। ସମଗ୍ର ଦେଶର ଓମିକ୍ରନ ସଂକ୍ରମଣ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର।  ଏଠାରେ ୫୧୯ ମାମଲା ଚିହ୍ନଟ ହୋଇଛି। ଏହା ପରେ ଦିଲ୍ଲୀ ୩୫୧, କେରଳ ୧୫୬, ଗୁଜୁରାଟ ୧୩୬, ତାମିଲନାଡୁ ୧୨୧, ରାଜସ୍ଥାନ ୧୨୦ ରହିଛି।