Maharashtra Political Crisis: ଆସ୍ଥା ଭୋଟରୁ ଦୂରେଇ ରହିପାରନ୍ତି ୪ ଏନସିପି ବିଧାୟକ
Advertisement
Article Detail0/zeeodisha/odisha1237586

Maharashtra Political Crisis: ଆସ୍ଥା ଭୋଟରୁ ଦୂରେଇ ରହିପାରନ୍ତି ୪ ଏନସିପି ବିଧାୟକ

Maharashtra Politics: ଜୁନ ୩୦ ତାରିଖ ଗୁରୁବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରାଯାଇଛି।

Maharashtra Political Crisis: ଆସ୍ଥା ଭୋଟରୁ ଦୂରେଇ ରହିପାରନ୍ତି ୪ ଏନସିପି ବିଧାୟକ

Maharashtra Political Crisis: ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାର। ବିଧାନସଭାରେ ସଂଖ୍ୟା ବଳ ସହ ସଂଘର୍ଷ କରୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆସନ୍ତାକାଲି ଆସ୍ଥାଭୋଟର ସାମ୍ନା କରିବେ। ରାଜ୍ୟରେ ଆସ୍ଥାଭୋଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। 

ଏନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଜୁନ ୩୦ ତାରିଖ ଗୁରୁବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରାଯାଇଛି। ସକାଳ ୧୧ ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ଟାରେ ଶେଷ ହେବ। ଗୁରୁବାର ଦିନ ହେବାକୁ ଥିବା ଏହି ପ୍ରକ୍ରିୟାର ଭିଡିଓଗ୍ରାଫ୍ କରାଯାଇ ଏହାର ସିଧା ପ୍ରସାରଣ କରାଯିବ।

ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ପୂର୍ବରୁ ଶିବେସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ମେଣ୍ଟ ସରକାରକୁ ଲାଗିଛି ଜୋରଦାର ଝଟକା। କାରଣ ଏହି ମେଣ୍ଟରେ ସାମିଲ ରହିଥିବା ଏନସିପି ଭଳି ସହଯୋଗୀ ଦଳର ୪ ଜଣ ବିଧାୟକ ଆସ୍ଥାଭୋଟ ଲାଗି ହେବାକୁ ଯାଉଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ  କରି ପାରିବେ ନାହିଁ।

ସେମାନେ ହେଉଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମହାବିକାଶ ଅଘାଡ଼ି ମେଣ୍ଟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଛଗନ ଭୁଜବଳ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନବାବ ମଲ୍ଲିକ ଏବଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ।    

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ମନ୍ତ୍ରୀ ଛଗନ ଭୁଜବଳଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପଟେ ମନି ଲଣ୍ଡରିଂ ମାମଲାରେ ମନ୍ତ୍ରୀ ନବାବ ମଲ୍ଲିକ ଏବ ମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇ ଜେଲରେ ଅଛନ୍ତି। ପୂର୍ବରୁ ଉଭୟ ଏନସିପି ବିଧାୟକ ନବାବ ମଲ୍ଲିକ ଏବ ମନ୍ତ୍ରୀ ଅନିଲ ଦେଶମୁଖ  ରାଜ୍ୟସଭା କିମ୍ବା ବିଧାନ ପରିଷଦ ନିର୍ବାଚନରେ ମତଦାନ କରି ପାରିନଥିଲେ।    

Also Read: Maharashtra Political Crisis: ରାଜନୈତି ସଂକଟ ମଧ୍ୟରେ ସ୍ଥିର ହେବ ମହା ବିକାଶ ଅଘାଡି ସରକାରର ଭାଗ୍ୟ

Also Read: Maharashtra Politics: ଜୁନ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ