ସଞ୍ଜୟ ରାଉତଙ୍କ ପୁଣି ବଢ଼ିଲା ସମସ୍ୟା
Advertisement

ସଞ୍ଜୟ ରାଉତଙ୍କ ପୁଣି ବଢ଼ିଲା ସମସ୍ୟା

Patra Chawl Land Case: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ଦ୍ୱିତୀୟ ସମନ ପଠାଇଛି । ଯେଉଁଥିରେ ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଜୁଲାଇ ୧ରେ ହାଜର ହେବାକୁ କୁହାଯାଇଛି ।

ସଞ୍ଜୟ ରାଉତଙ୍କ ପୁଣି ବଢ଼ିଲା ସମସ୍ୟା

ମୁମ୍ୱାଇ: Patra Chawl Land Case: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ (Sanjay Raut) ଙ୍କୁ ଦ୍ୱିତୀୟ ସମନ ପଠାଇଛି । ଯେଉଁଥିରେ ପାତ୍ରା ଚୌଲ୍ ଜମି ଦୁର୍ନୀତି ମାମଲାରେ ଜୁଲାଇ ୧ରେ ହାଜର ହେବାକୁ କୁହାଯାଇଛି । ଜୁଲାଇ ୧ ସକାଳ ୧୧ଟାରେ ଇଡି ତାଙ୍କୁ ଡାକିଛି । ଏହି ମାମଲା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଣିବାକୁ ସଞ୍ଜୟ ରାଉତଙ୍କୁ ମଧ୍ୟ କୁହାଯାଇଛି ।

ଏହାପୂର୍ବରୁ ସୋମବାର ପାତ୍ରା ଚୌଲ୍ ପୁନଃନିର୍ମାଣ ପ୍ରକଳ୍ପର ଅର୍ଥ ହେରଫେର ମାମଲାର ତଦନ୍ତ ସଂପର୍କରେ ଇଡି ଶିବସେନାର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଡକାଇଥିଲା । ମଙ୍ଗଳବାର ରାଉତଙ୍କୁ ଇଡି ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଥିଲା ।

ଏହି ସମନ ପରେ ସଞ୍ଜୟ ରାଉତ କହିଥିଲେ ଯେ, "ମୁଁ ପଛକୁ ହଟିବି ନାହିଁ । ମୁଁ ବର୍ତ୍ତମାନ ଜାଣିବାକୁ ପାଇଛି ଯେ ମୋତେ ଇଡି ଦ୍ୱାରା ସମନ ଜାରି କରାଯାଇଛି । ଯେତେବେଳେ ଆମେ ଏକ ବଡ ଲଢ଼େଇରେ ଲାଗିଥାଉ ଆମକୁ ଅଟକାଇବା ପାଇଁ ଏହିପରି କୌଶଳ ବ୍ୟବହୃତ ହୁଏ । ଆମେ ବାଲାସାହେବ ଠାକରେଙ୍କ ଶିବ ସୈନିକ ଓ ମୋର ମୁଣ୍ଡ କାଟିଲେ ମଧ୍ୟ ମୁଁ ଗୁଆହାଟୀର ରାସ୍ତା ଆପଣାଇବି ନାହିଁ ।  ଆସନ୍ତୁ ମୋତେ ଗିରଫ କରନ୍ତୁ । ଜୟ ହିନ୍ଦ ।" 

ସୂଚନାଯୋଗ୍ୟ, ଏପ୍ରିଲରେ ରାଉତଙ୍କ ପତ୍ନୀ ବର୍ଷା ରାଉତ ଓ ସାଂସଦଙ୍କର ଦୁଇ ସହଯୋଗୀଙ୍କର ୧୧.୧୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଇଡି ଅସ୍ଥାୟୀ ଭାବେ ଜବତ କରିନେଇଥିଲା ​​। ସଞ୍ଜୟ ରାଉତଙ୍କୁ ପଠାଯାଇଥିବା ସମନ ଉପରେ ଶିବସେନା ପ୍ରଶ୍ନ ଉଠାଇଛି । 

ଏହା ବି ପଢ଼ନ୍ତୁ:-ବଢ଼ିଲା ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା; ଋଷ ଦେଲା ଧମକ, ୩ ଲକ୍ଷ ସୈନ୍ୟଙ୍କୁ ହାଇ ଆଲର୍ଟରେ ରଖିବ ନାଟୋ

ଏହା ବି ପଢ଼ନ୍ତୁ:-'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'

ଏହା ବି ପଢ଼ନ୍ତୁ:-ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ

ସଞ୍ଜୟ ରାଉତଙ୍କୁ ନୋଟିସ ପରେ ମନେ କରାଯାଉଛି ଯେ ଇଡି ମଧ୍ୟ ମହାରାଷ୍ଟ୍ରର ରାଜନୀତିରେ ଏଣ୍ଟ୍ରି ମାରିପାରେ । ଅତୀତରେ ମଧ୍ୟ ଶିବସେନା କେନ୍ଦ୍ର ସରକାରଙ୍କ ଉପରେ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ଦଳ ପୁଣି ଥରେ ଏହାକୁ ଏକ ରାଜନୈତିକ କାର୍ଯ୍ୟ ବୋଲି କହିବ । ଆପଣଙ୍କୁ କହି ରଖୁଛୁ ଯେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା ସହିତ ବିଦ୍ରୋହର ପୁରା ଏପିସୋଡରେ ସଞ୍ଜୟ ରାଉତ ଅତି ପ୍ରଖର ଭାବେ ସ୍ୱର ଉତ୍ତୋଳନ କରିଆସୁଛନ୍ତି ଓ ବିଦ୍ରୋହୀ ବିଧାୟକଙ୍କ ଉପରେ ଆକ୍ରମଣ କରୁଛନ୍ତି । କେବଳ ଏତିକି ନୁହେଁ, ସେ ଶିବସେନାର ବିଦ୍ରୋହୀମାନଙ୍କୁ ମୁମ୍ବାଇ ଆସିବାକୁ ଚ୍ୟାଲେଞ୍ଜ କରୁଛନ୍ତି ।

vs

Social Media Score

Scores
Over All Score 0
Digital Listening Score0
Facebook Score0
Instagram Score0
X Score0
YouTube Score0

vs

Social Media Score

Scores
Over All Score 0
Digital Listening Score0
Facebook Score0
Instagram Score0
X Score0
YouTube Score0