'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'
Advertisement
Article Detail0/zeeodisha/odisha1235962

'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'

 Maharashtra Political Crisis: 'ଯେଉଁ ବିଜେପି ଲଗାତର ମହାରାଷ୍ଟ୍ର ଉପରେ ଆକ୍ରମଣ କରୁଛି, ସେହି ଭାରତୀୟ ଜନତା ପାର୍ଟିର ନେତାଙ୍କଠାରୁ ମାର୍ଗଦର୍ଶନ ନେଇ ଉତ୍ସାହର ଶକ୍ତି ସୃଷ୍ଟି କରୁଛି । ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାର ଧନ୍ଦା ନିଶ୍ଚିତ ଭାବେ କିଏ କରୁଛି? ଏହି ଷଡଯନ୍ତ୍ର ଖୁଲାସା ହେବା ପରେ ମଧ୍ୟ ଏହି ଲୋକମାନେ ତାଙ୍କ ନାମର ଜୟକାର କରଛନ୍ତି ।'

'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରରେ 'ମହା ସଙ୍କଟ' ଜାରି ରହିଛି ।  ଏହି ସମୟରେ ଶିବସେନା (Shiv Sena) ର ମୁଖପାତ୍ର ସାମନା (Saamana) ବଡ଼ ଦାବି କରିଛି ଯେ ମହାରାଷ୍ଟ୍ରକୁ ତିନି ଭାଗରେ ବାଣ୍ଟିବା ପାଇଁ ବିଜେପି ଏକ ବିପଜ୍ଜନକ ଷଡଯନ୍ତ୍ର କରିଛି । ସାମନାରେ କୁହାଯାଇଛି ଯେ, ଦିଲ୍ଲୀରେ ବସିଥିବା ବିଜେପି ନେତାମାନେ ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୁମ୍ବାଇ ମଧ୍ୟ ସାମିଲ ରହିଛି । ଛତ୍ରପତି ଶିବାଜୀଙ୍କ ଏହି ଅଖଣ୍ଡ ମହାରାଷ୍ଟ୍ରକୁ ଧ୍ୱଂସ କରିବାର ଯୋଜନା ରହିଛି । ଯେଉଁମାନେ ନିଜକୁ ପ୍ରଖର ହିନ୍ଦୁତ୍ୱବାଦୀ ସମର୍ଥକ, ମହାରାଷ୍ଟ୍ର ସମର୍ଥକ ବୋଲି କହନ୍ତି, ସେମାନେ କ’ଣ କହିବେ?

ସାମନାରେ ଆଗକୁ କୁହାଯାଇଛି ଯେ, "ଯେଉଁ ବିଜେପି ଲଗାତର ମହାରାଷ୍ଟ୍ର ଉପରେ ଆକ୍ରମଣ କରୁଛି, ସେହି ଭାରତୀୟ ଜନତା ପାର୍ଟିର ନେତାଙ୍କଠାରୁ ମାର୍ଗଦର୍ଶନ ନେଇ ଉତ୍ସାହର ଶକ୍ତି ସୃଷ୍ଟି କରୁଛି । ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାର ଧନ୍ଦା ନିଶ୍ଚିତ ଭାବେ କିଏ କରୁଛି? ଏହି ଷଡଯନ୍ତ୍ର ଖୁଲାସା ହେବା ପରେ ମଧ୍ୟ ଏହି ଲୋକମାନେ ତାଙ୍କ ନାମର ଜୟକାର କରଛନ୍ତି । ଶିବସେନା ଓ ସରକାରଙ୍କ ସପକ୍ଷରେ ଯିଏ ଠିଆ ହେଉଛନ୍ତି, ସେହି ଲୋକମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଫାଶରେ ଫସାଇ ସ୍ୱରକୁ ଦମନ କରିବାକୁ ଚେଷ୍ଟା ଚାଲିଛି ।"

ସାମାନାରେ କୁହାଯାଇଛି ଯେ, "ଯେଉଁମାନେ ମହାରାଷ୍ଟ୍ରକୁ ଭାଙ୍ଗିବେ ସେମାନଙ୍କୁ ଆମେ ଭାଙ୍ଗିଦେବୁ, ଯଦି କୌଣସି ଶିବ ସୈନିକ କହନ୍ତି, 'ସେମାନଙ୍କ ଠାରୁ ଆମ ଜୀବନ ପ୍ରତି ବିପଦ ଅଛି', ଏପରି କହି ହଇଚଇ ସୃଷ୍ଟି କରିଦେଇଥାନ୍ତେ । ବେଲଗାମର ମରାଠୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ସେମାନଙ୍କର ପାଟି ମଧ୍ୟ ବନ୍ଦ ରହିବ । ଶିବସେନା ନା କେବଳ ଏହି ସବୁ ବିଷୟ ଉପରେ ଏକ ଦୃଢ଼ ଭୂମିକା ଗ୍ରହଣ କରିଛି ବରଂ ରାସ୍ତାରେ ଓହ୍ଲାଇ ଲଢ଼ିଛି । ଯେଉଁମାନେ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ସେମାନେ ମହାରାଷ୍ଟ୍ର ପ୍ରତି ଥରେ ଆତ୍ମ ସ୍ୱାଭିମାନକୁ ଯାଞ୍ଚ କରିବା ନେବା ଉଚିତ୍ ।"

ଏହା ବି ପଢ଼ନ୍ତୁ:-ବ୍ୟବସାୟିକ LPG କନେକଶନ ନେବା ହେଲା ମହଙ୍ଗା, ଏତେ ବଢ଼ିଯାଇଛି ଦାମ୍; ଜାଣନ୍ତୁ କେବେଠୁ ହେବ ଲାଗୁ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ

ଏହା ବି ପଢ଼ନ୍ତୁ:-ବାୟୁସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନେ ଦେଖାଇଲେ ଜୋଶ୍, ୩ ଦିନରେ ଆସିଲା ଏତେ ଯୁବକଙ୍କ ଆବେଦନ

ସାମନାରେ ଏହା ମଧ୍ୟ କୁହାଯାଇଛି ଯେ, ଦେଶର ଗୃହ ମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଦ୍ରୋହୀ ବିଧାୟକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । କୁହାଯାଉଛି ଯେ ଏହି ସମ୍ୱାଦରେ ଶାହ ବିଦ୍ରୋହୀଙ୍କ ଅଯୋଗ୍ୟତା ଉପରେ ଆଲୋଚନା କରିଥିଲେ । ଶାହ ଏହି ଆଶ୍ୱାସନା ଦେଇଛନ୍ତି ଯେ ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯିବ ନାହିଁ । ଅମିତ ଶାହଙ୍କ ସହ ବାର୍ତ୍ତାଳାପ ପରେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ଉତ୍ସାହର ସଞ୍ଚାର ହୋଇଛି । ଉତ୍ସାହ ବଢ଼ାଇବାକୁ ଗୃହମନ୍ତ୍ରୀ ଶାହ ବିଦ୍ରୋହୀ ବିଧାୟକମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରିଛନ୍ତି । ଶାହଙ୍କ ସହ ଆଲୋଚନା ପରେ ଗୁଆହାଟି ବିଧାୟକ ଏତେ ଖୁସି ହୋଇଛନ୍ତି ଯେ ଆସାମରେ ରହିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି ।